ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଅନୁଷ୍ଠାନର ନାମ ପରିବର୍ତ୍ତନକୁ ନେଇ ଜେଡିୟୁ (ଜନତା ଦଳ-ୟୁନାଇଟେଡ୍) ସଭାପତି ଲଳନ ସିଂହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ଏଥିସହିତ ଲଳନ ସିଂହ କହିଛନ୍ତି, ମୋଦୀ ଯଦି ୨୦୨୪ରେ କ୍ଷମତାକୁ ପୁଣି ଫେରିବେ ତେବେ ସେ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ଦ୍ବାରା ପ୍ରସ୍ତୁତ ସମ୍ବିଧାନକୁ ପରିବର୍ତ୍ତନ କରି ଏହି ସ୍ଥାନରେ ‘ନରେନ୍ଦ୍ର ମୋଦୀ ସମ୍ବିଧାନ’ ଆଣିବେ। ବିହାରର ନାଳନ୍ଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ମୋଦୀ ଗତ ୯ ବର୍ଷ ମଧ୍ୟରେ କ’ଣ ବିକାଶମୂଳକ କାର୍ଯ୍ୟ କରିଛନ୍ତି ତାହା ସେ କହିବା ଉଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶ କେବଳ ଅନେକ ନାମ ପରିବର୍ତ୍ତନ ବୃଦ୍ଧି ପାଇବା ଦେଖିଛି। ଗତ କିଛି ବର୍ଷ ମଧ୍ୟରେ ସହର, ରେଳଷ୍ଟେସନ୍ ଏବଂ ଦ୍ବୀପ ଗୁଡ଼ିକର ନାମ ବଦଳିଛି। ନିକଟରେ ‘ରାଜପଥ’ର ନାମ ପରିବର୍ତ୍ତନ କରି ‘କର୍ତ୍ତବ୍ୟ ପଥ’ ରଖାଯାଇଥିଲା। ମୋଦୀ ଯଦି ୨୦୨୪ରେ ପୁଣିଥରେ କ୍ଷମତାକୁ ଫେରିବେ ତେବେ ସେ ସମ୍ବିଧାନର ନାମ ମଧ୍ୟ ବଦଳାଇଦେବେ।
Trending
- ‘ପ୍ରଜ୍ଞାନ’ଠାରୁ ସବୁକିଛି ହାସଲ ହୋଇସାରିଛି: ଇସ୍ରୋ ମୁଖ୍ୟ
- ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଡିସି ଅଫିସ ଭଙ୍ଗାରୁଜା
- ପାକିସ୍ତାନକୁ ସାଉଦି ଆରବର କଡ଼ା ବାର୍ତ୍ତା: ହଜ୍ ଯାତ୍ରା ନାଁରେ ଭିକାରି, ପକେଟମାରୁଙ୍କୁ ପଠାଅ ନାହିଁ
- ଭାରତୀୟ ହ୍ୟାକରଙ୍କ ଟାର୍ଗେଟ୍ରେ କାନାଡ଼ାର ସେନା ୱେବସାଇଟ୍: ୨ ଘଣ୍ଟା ଅଚଳ କରିଦେଲେ
- ସିଂହଦ୍ବାରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାଦର
- ମାର୍କେଟ୍ ବିଲ୍ଡିଂ ପରେ ଏକ ନମ୍ୱର ହାଟ: ପାର୍କିଂ ବ୍ୟବସ୍ଥା ନ ସୁଧୁରିଲେ ବନ୍ଦ ଚେତାବନୀ
- ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ: ତିନି ମହଲା କୋଠାରେ ଲାଗିଛି ନିଆଁ, କାରଣ ଅସ୍ପଷ୍ଟ
- ୩୦ ଘଣ୍ଟା ପରେ ମିଳିଲା ବାପାଙ୍କ ମୃତଦେହ: ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁଥିଲେ ଵାପ ଝିଅ
Friday, September 29