Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ମୃତ୍ୟୁ ମୁହଁରେ ‘କାଞ୍ଚି’: ଜୀବନରେଖା ଥିଲା, ଏବେ ଅଲୋଡ଼ା
    ରାଜ୍ୟ

    ମୃତ୍ୟୁ ମୁହଁରେ ‘କାଞ୍ଚି’: ଜୀବନରେଖା ଥିଲା, ଏବେ ଅଲୋଡ଼ା

    NewsLaxmi7By NewsLaxmi7May 24, 2023Updated:May 24, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ପୁରୀ: ଭାର୍ଗବୀର ଅନ୍ୟତମ ପ୍ରମୁଖ ଶାଖା ନଦୀ ହେଉଛି ‘କାଞ୍ଚି’ ନଦୀ। ୧୦ ବର୍ଷ ତଳେ ଯେଉଁ କାଞ୍ଚି ନଦୀର କାଚକେନ୍ଦୁ ଭଳି ପାଣି ହଜାର ହଜାର ଗ୍ରାମବାସୀଙ୍କ ଜୀବନରେଖା ସାଜିଥିଲା, ସେ ଆଜି ମୃତପ୍ରାୟ। ଯେଉଁ ନଦୀର ପାଣି ଯୋଗୁ ହଜାର ହଜାର ଚାଷୀଙ୍କ ମୁହଁରେ ହସ ଫୁଟୁଥିଲା, ତାହା ଆଜି ଶୁଖିଲା ପଡ଼ିଛି। ଯେଉଁ ନଦୀ ୧୫୦ ଫୁଟ ଓସାର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା, ଆଜି ତାହା ୪୦ ଫୁଟକୁ ସଙ୍କୁଚିତ ହୋଇଯାଇଛି। ସମ୍ପୂର୍ଣ୍ଣ ନଦୀ ପୋତି ହୋଇ ପଡ଼ିଲାଣି। ବିଡ଼ମ୍ବନା ଏହି ଯେ ଏହି ନଦୀକୁ ଲୋକେ ପୂଜୁଥିଲେ, ସମୟ ସୁଅରେ ତାହାର ଐତିହ୍ୟ ଓ ଅସ୍ତିତ୍ବ ହଜିଯିବାକୁ ବସିଛି।

    ଚନ୍ଦନପୁର ଜାନକାଦେଇପୁରଠାରେ ତିବେଣୀ ସଙ୍ଗମର ପରିଚୟ ଲାଭ କରିଥିବା ସ୍ଥଳଠାରୁ କାଞ୍ଚି ନଦୀର ସୃଷ୍ଟି। ଭାର୍ଗବୀର ଏହି ଶାଖା ନଦୀ ଚାଳିଶବାଟିଆ, ଜଗନ୍ନାଥବଲ୍ଲଭ, କାଠପୋଲ ଦେଇ ଗୋଟିଏ ପାର୍ଶ୍ବରେ ମଙ୍ଗଳା ନଦୀରେ ମିଶିଛି। ଅନ୍ୟପାର୍ଶ୍ବରେ ବୀରହରେକୃଷ୍ଣପୁର ପଞ୍ଚାୟତର ରେଣ୍ଡୁଆ ଗାଁ’ ଦେଇ ଆସି ଅଠରନଳାଠାରେ ମୂଷା ନଈରେ ପଡ଼ିଛି। ମାତ୍ର ପ୍ରଶାସନିକ ଆନ୍ତରିକତା ଅଭାବରୁ ଏହି ନଦୀ ଏବେ ମୃତ୍ୟୁ ମୁହଁରେ। ଏହି ନଦୀର ଐତିହାସିକ ପୃଷ୍ଠଭୂମି ସଂପର୍କରେ ଜଗନ୍ନାଥବଲ୍ଲଭ ଗ୍ରାମର ନବଘନ ସାହୁ କହିଛନ୍ତି, ଏହି ନଦୀ ଦିନେ ପୂଜା ପାଉଥିଲା। ନଦୀ ମଧ୍ୟରେ ଶହେ ଫୁଟିଆ ଭେଳାରେ ମହାପ୍ରଭୁଙ୍କ ଦାରୁ ଆସିବା ବେଳେ ଖଣ୍ଡମଣ୍ଡଳ ହରିବୋଲ ହୁଳହୁଳି ଓ ଘଣ୍ଟନାଦରେ ଫାଟି ପଡ଼ୁଥିଲା। ତେଣୁ ଗ୍ରାମବାସୀ କେବଳ ଦାରୁ ଯାତ୍ରାକୁ ପ୍ରତ୍ୟକ୍ଷ କରୁନଥିଲେ, ବରଂ ନଦୀକୁ ପୂଜା କରୁଥିଲେ। କାଞ୍ଚି ନଦୀ ଦେଇ ଗଜପତି ଡଙ୍ଗାରେ ଯା’ଆସ କରୁଥିଲେ। କିନ୍ତୁ ଧୀରେ ଧୀରେ ଭାର୍ଗବୀର ଜଳପ୍ରବାହ କମିବା ଓ ବିଭିନ୍ନ ସ୍ଥାନରେ ବନ୍ଧ ଯୋଗୁ ନଦୀର ପ୍ରବାହ ବନ୍ଦ ହୋଇଗଲା। ଏଣୁ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ଚାଷୀ ପରିବାର ଚାଷ ଛାଡ଼ିଦେଇ ମୂଲମଜୁରି କରିବାକୁ ବାଧ୍ୟ ହୋଇଛନ୍ତି। ଚାଷ ଜମିକୁ ଜଳସେଚନ ପାଇଁ ଏହା ଥିଲା ସମଗ୍ର ଅଞ୍ଚଳ ପାଇଁ ମୁଖ୍ୟ ସ୍ରୋତ। ଜଗନ୍ନାଥବଲ୍ଲଭଠୁ ନେଇ ଧାଉଡ଼ିଆ, ପଞ୍ଚୁଗାଁ, ରେଣ୍ଡୁଅ, ପଡ଼ା, ବାଲିଗୁଆଳି, ଉର, ନାଗାପାଟଣା ଆଦି ଗ୍ରାମର ଗ୍ରାମବାସୀମାନେ ଚାଷ ପାଇଁ ଏହି ନଦୀ ଉପରେ ନିର୍ଭରଶୀଳ ଥିଲେ। ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପୁନରୁଦ୍ଧାର ପାଇଁ ଆଗେଇ ଆସିଲେ, ପୁଣି ଲୋକେ ଚାଷବାସକୁ ଫେରିପାରନ୍ତେ ବୋଲି ସେ କହିଛନ୍ତି।

    ଜଗନ୍ନାଥବଲ୍ଲଭ ଗ୍ରାମର ବାସିନ୍ଦା ଭାଗୁ ବାରିକି କୁହନ୍ତି, ଏହି ନଦୀର ୧୫୦ ଫୁଟ ଓସାର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲେ ହେଁ ଏବେ ସଙ୍କୁଚିତ ହୋଇଯାଇଛି। ନଦୀରେ ଦଳ ଭର୍ତ୍ତି ହୋଇ ରହିବା ଯୋଗୁ ଏହା ମଧ୍ୟରେ ଯିଏ ଯାହା ପାରୁଛି ଆଣି ପକାଉଛି। ତେଣୁ ସ୍ଥାନୀୟ ଜନସାଧାରଣ ସଚେତନ ହେବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେବେ ଭୋଟ୍‌ ବେଳେ ନେତାମାନେ ଆସୁଥିଲେ ହେଁ ସମସ୍ୟା ବେଳେ କେହି ଛିଡ଼ା ହେଉନାହାନ୍ତି। ନଦୀ ଅବବାହିକାକୁ ଦୃଷ୍ଟିରେ ରଖି ଏଠାରେ ବସତି ସ୍ଥାପନ କରିଥିବା ଚାଷୀକୂଳ ଏବେ ହତାଶ। କେନାଲଟିଏ ବି ନଥିବାରୁ ଲୋକେ ବର୍ଷ ତମାମ ଏହା ଉପରେ ନିର୍ଭର କରନ୍ତି। ଭଲ ଫସଲ ବି ଅମଳ ହୁଏ। କିନ୍ତୁ ଏବେ ଚାଷୀ ପାଇଁ କେବଳ ବର୍ଷା ଜଳ ହିଁ ଭରସା। ସବୁ ସମସ୍ୟାର ସମାଧାନ ହୋଇପାରୁଛି, କିନ୍ତୁ ଜୀବନରେଖା ସାଜିଥିବା ଏହି ନଦୀକୁ ଉଦ୍ଧାର କରିବା ପାଇଁ କେହି ଆନ୍ତରିକତା ଦେଖାଉନାହାନ୍ତି। ଏହାର ପୁନରୁଦ୍ଧାର ନିତାନ୍ତ ଆବଶ୍ୟକ ବୋଲି ‌ସେ କହିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାରେ କାଳବୈଖାଖୀ ସମ୍ଭାବନା; ୟେଲୋ ଓ୍ଵାର୍ଣ୍ଣିଂ ଜାରି
    Next Article ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ହତ୍ୟା, ଛୁରାମାଡରେ ଜଣେ ଗୁରୁତର
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ନ୍ୟାୟର ଦେବତା ଶନିଦେବ: ଶନିଙ୍କ ସାଢେସାତୀ ପ୍ରକୋପରୁ ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ

    November 21, 2020

    ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା ‘ଚରିତ୍ର’, ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ‘ମଞ୍ଜରୀ’ରେ

    April 22, 2021

    ରାଜନୀତିରେ ଯୋଗଦେବେନି ରଜନୀକାନ୍ତ, କହିଲେ- “ଦେହ ଖରାପ ହେବା ଭଗବାନଙ୍କ ଚେତାବନୀ ଥିଲା”

    December 29, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.