ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମୂକ ବଧିର ମହାବିଦ୍ୟାଳୟ ଜମି ସମସ୍ୟା ହଟିଲା: ଗୋଠପାଟଣାରେ ଯୋଗାଇ ଦିଆଯିବ ୨ ଏକର ଜମି

ଭୁବନେଶ୍ବର: ମୂକ ଓ ବଧିର ଛାତ୍ରଛାତ୍ରୀଙ୍କ ପାଇଁ ଗୋଠପାଟଣାରେ ନିର୍ମିତ ହେବ ମହାବିଦ୍ୟାଳୟ। ଏନେଇ ୨ ଏକର ଜମି ଯୋଗାଇ ଦିଆଯିବ। ସତ୍ୟଭାମା ଦେବୀ ୱେଲ୍‌ଫେୟାର ଟ୍ରଷ୍ଟ୍‌ ଆନୁକୂଲ୍ୟରେ ଚାଲିଥିବା ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟ ନିମନ୍ତେ ଏହି ଜମି ଯୋଗାଇ ଦେବା ନିମନ୍ତେ ଆଜି ସବୁଜ ସଙ୍କେତ ମିଳିଛି। ଦୀର୍ଘ ୪ ବର୍ଷ ଧରି ବହୁ ବାଦ ବିବାଦ ଓ ସଂଘର୍ଷ ପରେ ଟ୍ରଷ୍ଟ୍‌କୁ ଗୋଠପାଟଣାରେ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏନେଇ ଗୋଠପାଟଣାରେ ପ୍ଲଟ୍‌ ନମ୍ବର ୧୧୯୮ରେ ଥିବା ୨ଏକର ଜମି ଚିହ୍ନଟ କରାଯାଇଛି। ୨୦୦୭ରେ ଟ୍ରଷ୍ଟ୍‌ ପକ୍ଷରୁ ମହାବିଦ୍ୟାଳୟ ଆରମ୍ଭ ହୋଇ +୨ ଓ +୩ କଳାରେ ଶିକ୍ଷା ଯୋଗାଇ ଦିଆଯାଉଛି। ମହାବିଦ୍ୟାଳୟର ନିଜସ୍ବ ଗୃହ ନଥିବାରୁ ପ୍ରଥମେ ଏହା ଏକ ଭଡ଼ା ଘରେ ଚାଲିଥିଲା। ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ସାଧାରଣ ପ୍ରଶାସନ (ଜିଏ) ପକ୍ଷରୁ ମହାବିଦ୍ୟାଳୟ ଚଳାଇବା ପାଇଁ ଭୁବନେଶ୍ବର କ୍ଲବ୍‌ ପଛପାର୍ଶ୍ବ ଏକ ସରକାରୀ କ୍ବାର୍ଟର (୫ଆର୍‌) ଯୋଗାଇ ଦିଆଯାଇଥିଲା। ରାଜ୍ୟର ଏକମାତ୍ର ମହାବିଦ୍ୟାଳୟ ହୋଇଥିବାରୁ କ୍ରମଶଃ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଥିଲା।

୨୦୧୬ରେ ୧୦୦ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୦ରେ ସୀମିତ ଥିବା ବେଳେ ଏବେ ଏହି ସଂଖ୍ୟା ବଢ଼ି ୩୫୦ରେ ପହଞ୍ଚିଲାଣି। ଅନେକ ମୂକ ବଧିର ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଶିକ୍ଷା ଶେଷ ପରେ ଏହି ମହାବିଦ୍ୟାଳୟରୁ ପଢ଼ି ଶିକ୍ଷା ସୟାୟକ ଓ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି। କିନ୍ତୁ ଜାଗା ଅଭାବରୁ ଅଧିକ ପିଲାଙ୍କୁ କ୍ବାର୍ଟରର ସୀମିତ ପରିବେଶରେ ଶିକ୍ଷାଦାନ କରିବା କଷ୍ଟକର ହେଲା। ଫଳରେ ୨୦୧୬ରେ ଟ୍ରଷ୍ଟ୍‌ ପକ୍ଷରୁ ଜାଗା ପାଇଁ ଆବେଦନ କରାଯାଇଥିଲା। ଆବେଦନ ମୁତାବକ ତହସିଲଦାର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଏ ସମ୍ବନ୍ଧରେ ଜଣାଇଥିଲେ। ମାତ୍ର ୨୦୧୩ର ଆଇନ୍‌ ମୁତାବକ ଫ୍ରିଜିଙ୍ଗ୍‌ ଜୋନ୍‌ କୌଣସି ଘରୋଇ ଅନୁଷ୍ଠାନ ଯୋଗାଇ ଦେବାର ନିୟମ ନଥିବାରୁ ଜମି ମିଳିବା ଦୁରୂହ ବ୍ୟାପାର ହୋଇଥିଲା। ତେବେ ମୂକ ବଧିର ପିଲାଙ୍କୁ ଦୃଷ୍ଟିରେ ରଖି ଜମି ଯୋଗାଇ ଦେବାକୁ ବିଡିଏ ଏନ୍‌ଓସି (ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌) ଦେଇଥିଲା। ଗତବର୍ଷ ଅନ୍ଧାରୁଆରେ ୨ ଏକର ଜମି ଚିହ୍ନଟ ହୋଇଥିଲା। ମାତ୍ର ପରବର୍ତୀ ସମୟରେ ଏହା ଆଦର୍ଶ ବିଦ୍ୟାଳୟକୁ ଯୋଗାଇ ଦେବାରୁ ଟ୍ରଷ୍ଟ୍‌କୁ ନିରାଶ ହେବାକୁ ପଡ଼ିଥିଲା।

ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ନିରୋଜା ଲକ୍ଷ୍ମୀ ମହାପାତ୍ର କହିଛନ୍ତି, ଦୃଷ୍ଟିହୀନମାନେ ସାଧାରଣ କଲେଜ୍‌ରେ ପଢ଼ିବାର କ୍ଷମତା ରଖୁଥିଲେ ହେଁ ମୂକ ବଧିରମାନେ କେବଳ ସାଙ୍କେତିକ ଭା‌ଷାରେ ପଢ଼ିପାରନ୍ତି। ତେଣୁ ସେମାନଙ୍କ ପାଇଁ ପ୍ରଥମକରି ଏକ ମହାବିଦ୍ୟାଳୟ ସ୍ଥାପନ କରିଥିଲୁ। ଦୀର୍ଘ ୧୧ ବର୍ଷ ଧରି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଚାଲିବା ପରେ ଗତବର୍ଷଠାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମହାବିଦ୍ୟାଳୟ ପରିଚାଳନା ପାଇଁ ଅନୁଦାନ ଯୋଗାଇ ଦେଉଛି। କିନ୍ତୁ ନିଜସ୍ବ ଜାଗା ନଥିବାରୁ କ୍ବାର୍ଟର ମଧ୍ୟରେ ଏତେ ସଂଖ୍ୟାରେ ପିଲାଙ୍କୁ ପଢ଼ାଇବା ସମ୍ଭବ ହେଉନଥିଲା। ଜମି ପାଇଁ ଆବେଦନ ସହ ୪ବର୍ଷର ଶ୍ରମର ଫଳ ମିଳିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଜିଲ୍ଲାପାଳ, ତହସିଲଦାରଙ୍କ ସହଯୋଗରୁ ଆଜି ଗୋଠପାଟଣାରେ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏହା ଟ୍ରଷ୍ଟ୍‌କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ