Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ମୁଣ୍ଡଳୀ ଟୋଲଗେଟ୍‌ କର୍ମଚାରୀଙ୍କ ଆକ୍ରମଣ, ୧୦ ପର୍ଯ୍ୟଟକ ଗୁରୁତର
    ରାଜ୍ୟ

    ମୁଣ୍ଡଳୀ ଟୋଲଗେଟ୍‌ କର୍ମଚାରୀଙ୍କ ଆକ୍ରମଣ, ୧୦ ପର୍ଯ୍ୟଟକ ଗୁରୁତର

    NewsLaxmi7By NewsLaxmi7May 24, 2023Updated:May 24, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଆଠଗଡ଼: ଟୋଲ ଫିକୁ ନେଇ ଆଜି ଆଠଗଡ଼ ଥାନା ଅନ୍ତର୍ଗତ ମୁଣ୍ଡଳୀ ଚେକ୍‌ଗେଟ୍‌ରେ କର୍ମଚାରୀମାନେ ଛତିଶଗଡ଼ର ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ୧୦ରୁ ଅଧିକ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣରେ ଆହତ ହୋଇଥିବା ପୁରୁଷ, ମହିଳା ଓ ଛୋଟ ପିଲାଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଟୋଲ୍‌ ଫି ୫୦ ଟଙ୍କା ବଦଳରେ ୫୦୦ ଟଙ୍କା ଦାବି କରାଯିବାକୁ ନେଇ ଯୁକ୍ତିତର୍କ ପରେ ଟୋଲ୍‌ଗେଟ୍‌ କର୍ମଚାରୀମାନେ ଆକ୍ରମଣ କରିଥିଲେ ବୋଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି।

    ସୂଚନା ମୁତାବକ, ପୁରୀ ଶ୍ରୀମନ୍ଦର ଦର୍ଶନ ସାରି ଆଜି ଅପରାହ୍ଣରେ ଛତିଶଗଡ଼ର ୭୦ରୁ ଅଧିକ ପର୍ଯ୍ୟଟକ ଦୁଇଟି ବସ୍‌ରେ ସମ୍ବଲପୁର ଫେରୁଥିଲେ। ମୁଣ୍ଡଳୀ ଚେକ୍‌ ଗେଟ୍‌ରେ ଗାଡ଼ି ପହଞ୍ଚିବା ପରେ ଟୋଲ୍‌ ଫି ବାବଦକୁ ୫୦୦ ଟଙ୍କା ଲେଖାଏ ଦେବା ଲାଗି କର୍ମଚାରୀମାନେ କହିଥିଲେ। ଏହାକୁ ନେଇ ଡ୍ରାଇଭର୍‌ ଓ ଟୋଲ୍‌ ଗେଟ୍‌ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କର୍ମଚାରୀମାନେ ଉଭୟ ବସ୍‌ରେ ଥିବା ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ। ଖବର ପାଇ ଆଠଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୧୦ରୁ ଅଧିକ ଗୁରୁତର ଆହତଙ୍କୁ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା। ଡାକ୍ତରଖାନାରେ ଛତିଶଗଡ଼ ଶକ୍ତି ଜିଲ୍ଲା ମାଳଦା ଗ୍ରାମର ବୁଦ୍ଧିରାମ କାଶ୍ୟପ, ଯମୁନା କାଶ୍ୟପ, ଶଶିବିଜୟ କାଶ୍ୟପ, ଶ୍ରୀକୁମାର କାଶ୍ୟପ ପ୍ରମୁଖ ଚିକିତ୍ସିତ ହେଉଛନ୍ତି। ଯମୁନାଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଥିଲା ବେଳେ ଶଶିବିଜୟଙ୍କ ମୁହଁ ଓ ଗୋଡ଼ ଏବଂ ବୁଦ୍ଧିରାମଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି। ଏ ସଂପର୍କରେ ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶିଙ୍କୁ ପଚାରିବାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ଟୋଲ୍‌ଗେଟ୍‌ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
    ଅପରପକ୍ଷରେ ମୁଣ୍ଡଳୀ ଟୋଲ୍‌ ଗେଟ୍‌ରେ ଅନ୍ୟ ରାଜ୍ୟର ଛୋଟ ପିଲା ଓ ମହିଳାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି। ଏହି ଘଟଣାରେ ପୁଲିସ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।

    Share. Facebook Twitter LinkedIn WhatsApp Email
    Previous Articleଶିବାଳୟରେ ଗଞ୍ଜେଇ ମନା: ନିର୍ଦ୍ଦେଶ ଜାରି କଲା ସଂସ୍କୃତି ବିଭାଗ
    Next Article ଶିମିଳିପାଳ ବନରକ୍ଷୀଙ୍କ ମୃତ୍ୟୁ ଘଟଣା; ବନରକ୍ଷୀଙ୍କ ବଳିଦାନ ଚିରଋଣୀ କରି ରଖିବ: କେନ୍ଦ୍ର ମନ୍ତ୍ରୀ
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଜାଣନ୍ତୁ ଆଜିର ରାଶିଫଳ

    April 12, 2021

    ଗୋଟିଏ ଲେମ୍ବୁ ,ଗୋଟିଏ ନଡ଼ିଆ : ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା

    October 22, 2020

    ଷ୍ଟାମିନା ପାଇଁ ସକାଳ ଜଳଖିଆରେ ସାମିଲ କରନ୍ତୁ ଏହି ୭ଟି ସୁପର୍ ଫୁଡ୍: ଦିନ ସାରା ମିଳିବ ଏନର୍ଜି

    January 17, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.