Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ମାସକୁ ଅଧିକ ୧୦ ଲକ୍ଷ ବିଲ୍‌ ଗଣୁଛି ପୌର ପରିଷଦ
    ରାଜ୍ୟ

    ମାସକୁ ଅଧିକ ୧୦ ଲକ୍ଷ ବିଲ୍‌ ଗଣୁଛି ପୌର ପରିଷଦ

    NewsLaxmi7By NewsLaxmi7May 10, 2023Updated:May 10, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବାରିପଦା: ବାରିପଦା ସହରରେ ଦିନ ରାତି ୨୪ ଘଣ୍ଟା ଜଳୁଛି ଷ୍ଟ୍ରିଟ୍ ଲାଇଟ। ଗତ ୬ ମାସ ହେଲା ଦିନ ସାରା ଷ୍ଟ୍ରିଟ୍ ଲାଇଟ୍ ଜଳି ରହୁଛି। ହେଲେ ଏପଟେ ବଞ୍ଚାଇବାକୁ ଯାଇ ମଝିରେ ମଝିରେ ମନଇଛା ବିଦ୍ୟୁତ୍‌ କାଟ୍ କରୁଛି ଟାଟା ପାୱାର। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୌଣସି କାରଣରୁ ସହରରେ ବିଦ୍ୟୁତ୍‌ ପରିଚାଳନା ସଂସ୍ଥା ‘ଇଇଏସଏଲ୍’ ନିଜ ଦାୟିତ୍ବରୁ ଓହରି ଯାଇଛି। ବିଦ୍ୟୁତ୍‌ ବିତରଣ ସଂସ୍ଥା ଟାଟା ପାୱାର ଦିନବେଳା ଷ୍ଟ୍ରିଟ୍ ଲାଇଟ୍ କିଭଳି ବନ୍ଦ ହେବ ସେ ନେଇ ଉଦ୍ୟମ କରୁନାହିଁ। ତେଣୁ ପୌର ପରିଷଦ କର୍ତ୍ତୃପକ୍ଷ କାନମୁଣ୍ଡ ଆଉଁଷି ବିଦ୍ୟୁତ୍‌ ସଂଯୋଗକୁ ଡାଇରେକ୍ଟ କରିଦେଇଛି। ଫଳରେ ଦିନରାତି ଷ୍ଟ୍ରିଟ୍ ଲାଇଟ୍ ଜଳୁଛି। ଆଉ ଏଥି ନିମନ୍ତେ ପୌର ପରିଷଦ ମାସକୁ ଅଯଥା ଅଧିକ ୧୦ ଲକ୍ଷ ଟଙ୍କା ବିଲ୍ ଗଣିବାକୁ ପଡ଼ୁଛି।

    ବାରିପଦା ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ରାସ୍ତା ଓ ସବୁ ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ ଜଳିବାର ବ୍ୟବସ୍ଥା ହୋଇଛି। ନିରବଛିନ୍ନ ବିଦ୍ୟୁତସେବା ଯୋଗାଇବା ଲକ୍ଷ୍ୟରେ ୩ ବର୍ଷ ପୂର୍ବେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଲ୍ଲୀର ‘ଇଇଏସ୍‌ଏଲ୍‌’ ସଂସ୍ଥାକୁ ନଗର ଉନ୍ନୟନ ବିଭାଗ ଦେଇଥିଲା। ଏହି ସଂସ୍ଥା ବାରିପଦା ପୌର ପରିଷଦ ସହ ରାଜ୍ୟର ପ୍ରାୟତଃ ଅଧିକାଂଶ ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦର ବିଦ୍ୟୁତ ପରିଚାଳନା ଦାୟିତ୍ବରେ ରହିଛି। ଅଢେଇ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥିଲା। ସଂସ୍ଥାର କର୍ମଚାରୀ ସବୁ କଥା ବୁଝାବୁଝି କରୁଥିଲେ। ଫଳରେ ଷ୍ଟ୍ରିଟ୍ ଲାଇଟ୍ କେବଳ ରାତିରେ ଜଳୁଥିଲା ଓ ସକାଳେ ହେଲେ ବନ୍ଦ ହେଉଥିଲା।

    କୌଣସି କାରଣରୁ ୬ ମାସ ହେଲା ଏହି ସଂସ୍ଥା ଦାୟିତ୍ବରୁ ଓହରି ଯାଇଛି। ସଂସ୍ଥାର କର୍ମଚାରୀ ଆଉ ଆସୁ ନାହାନ୍ତି କି କିଛି ବୁଝାବୁଝି କରୁ ନାହାନ୍ତି। ଆଉ ଏହାରି ମଧ୍ୟରେ ସିସିଏମ୍‌ଏକ୍ସ ବକ୍ସଗୁଡ଼ିକ ପୋଡ଼ିଯାଇଛି। ତାକୁ ସଜଡ଼ା ଯାଇ ପାରୁନାହିଁ କି ଅରରେଟ୍ କରିବାକୁ କେହି ନାହାନ୍ତି। ଏନେଇ ଟାଟା ପାୱାରକୁ ଅନୁରୋଧ କରାଯାଇଥିଲା। ତେବେ ବିଦ୍ୟୁତ ବିତରଣ କରିବା ସେମାନଙ୍କ ଦାୟିତ୍ବ ବୋଲି କହି କର୍ତ୍ତୃପକ୍ଷ ଏଥିରେ ମୁଣ୍ଡ ପୁରାଇ ନଥିଲେ। ଏହି କାରଣରୁ ବାରିପଦା ସହରରେ ଦିନରାତି ଷ୍ଟ୍ରିଟ୍ ଲାଇଟ୍ ଜଳୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଦିନବେଳା ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ହେବା ନେଇ ଜିଲ୍ଲାପାଳ କାଳେ ୩-୪ ଥର ନଗର ଉନ୍ନୟନ ବିଭାଗକୁ ଅବଗତ କରିଛନ୍ତି। ଆଉ ପୌର ପରିଷଦ କର୍ତ୍ତୃପକ୍ଷ ବି ଏ ନେଇ ଜଣାଇଛନ୍ତି। ପୂର୍ବରୁ ଷ୍ଟ୍ରିଟ୍ ଲାଇଟ ଜଳିବା ନେଇ ପୌର ପରିଷଦ ପକ୍ଷରୁ ମାସକୁ ଟାଟା ପାୱାରକୁ ୫ରୁ ୬ ଲକ୍ଷ ଟଙ୍କା ବିଲ୍ ପ୍ରଦାନ କରାଯାଉଥିଲା। ୬ ମାସ ହେଲା ଚାଲିଥିବା ଏହି ଅବ୍ୟବସ୍ଥା ଯୋଗୁ ବିଲ୍ ବୃଦ୍ଧି ହୋଇ ମାସକୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦେବାକୁ ପଡୁଛି। କହିବାକୁ ଗଲେ ଦିନବେଳା ଷ୍ଟ୍ରିଟ୍ ଲାଇଟ ଗୁଡିକ ଜଳିବା ଯୋଗୁ ମାସକୁ ଅଧିକ ୧୦ ଲକ୍ଷ ଟଙ୍କା ବିଲ୍ ଗଣିବାକୁ ପଡୁଛି ବୋଲି କହିଛନ୍ତି ନଗରପାଳ କୃଷ୍ଣାନନ୍ଦ ମହାନ୍ତି। ତୁରନ୍ତ ଏହାର ସମାଧାନର ବାଟ ବ‌ାହାର କରି ଆବଶ୍ୟକ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।

    ତେବେ ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଇଇଏସଏଲ ସଂସ୍ଥାର ଚୁକ୍ତନାମାକୁ ବାତିଲ କରିବାକୁ ନଗର ଉନ୍ନୟନ ବିଭାଗ ଚିନ୍ତା କରିଥିବା ବେଳେ ଏ ନେଇ ସଂସ୍ଥା ହାଇକୋର୍ଟର ଦ୍ବାରସ୍ତ ହୋଇଥିବା ଜଣାପଡ଼ିଛି। ତେଣୁ ଲାଗି ରହିଥିବା ଏହି ଅବ୍ୟବସ୍ଥା ନିକଟ ଭବିଷ୍ୟତରେ ସୁଧୁରିବା ନେଇ ଅନିଶ୍ଚିତତା ଦେଖା ଦେଇଛି।

    Share. Facebook Twitter LinkedIn WhatsApp Email
    Previous Articleକର୍ଣ୍ଣାଟକ ମୁସଲିମ କୋଟା: ରାଜନୈତିକ ମନ୍ତବ୍ୟକୁ ସୁପ୍ରିମ୍‌କୋର୍ଟଙ୍କ ନାପସନ୍ଦ
    Next Article ଉଡ଼ନ୍ତା କଫିନ୍‌ ‘ମିଗ୍‌-୨୧’: ୧୭୦ ପାଇଲଟଙ୍କ ଜୀବନ ଗଲାଣି
    NewsLaxmi7
    • Website

    Related Posts

    ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ

    June 2, 2023

    ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ

    June 2, 2023

    ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ

    June 2, 2023

    ସଅଳ ହେବ ସ୍ନାନପୂର୍ଣ୍ଣିମା ନୀତିକାନ୍ତି: ଶ୍ରୀବିଗ୍ରହ ସମ୍ମୁଖରେ ଛିଡ଼ା‌ହେବେନି ସେବକ

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କର୍ଣ୍ଣାଟକରେ ୩ ବର୍ଷ‌ରେ ଶତାଧିକ ଘୃଣା ଭାଷଣ, ୫୨% ବେଙ୍ଗାଲୁରୁରେ

    March 31, 2023

    ୧୬ ଯାଏ ସ୍କୁଲ୍‌, ଅଙ୍ଗନବାଡ଼ି ବନ୍ଦ: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

    April 12, 2023

    ଦକ୍ଷିଣର ସୁପରଷ୍ଟାର୍ ଚିରଞ୍ଜିବୀ କରୋନାରେ ସଂକ୍ରମିତ : ଦିନେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିଲା ସାକ୍ଷାତ

    November 9, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.