ଅପରାଧ ରାଜ୍ୟ

ମାଲକାନଗିରି ସୀମାନ୍ତରେ ନାଏବ ସରପଞ୍ଚଙ୍କ ସମେତ ଦୁଇଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀମାନେ ଏକ ଗାଁର ନାଏବ ସରପଞ୍ଚ ଓ ଆଉ ଜଣଙ୍କୁ ଅପହରଣ ପରେ ହତ୍ୟା କରିଥିବାର ଖବର ମିଳିଛି। କୁହାଯାଉଛି ଯେ ମାଓବାଦୀମାନେ ସେହି ଅଞ୍ଚଳର ଜଙ୍ଗଲରେ ଥିବା ପ୍ରଜା କୋର୍ଟରେ ନାଏବ ସରପଞ୍ଚ ଓ ଉକ୍ତ ଗ୍ରାମବାସୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ପଡ଼ିଛି। ପୋଷ୍ଟରରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି।

ଉଭୟଙ୍କୁ କେଉଁ କାରଣରୁ ଅପହରଣ କରାଯାଇଥିଲା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଉଭୟଙ୍କୁ ମୁକ୍ତ କରିବାକୁ ମାଓବାଦୀମାନଙ୍କୁ ନିବେଦନ କରିଥିଲେ। ଏହି ଘଟଣା ଚିଣ୍ଟାଗୁଫା ପୁଲିସ ଥାନା ଅଞ୍ଚଳରେ ଘଟିଛି।

ସୂଚନାନୁସାରେ, ମାଓବାଦୀମାନେ ବୁର୍ଖାପାଲ ଗାଁର ନାଏବ ସରପଞ୍ଚ ମାଡଭି ଗଙ୍ଗା ଓ ଅନ୍ୟଜଣଙ୍କୁ ଅପହରଣ କରିଥିଲେ। ମାଡଭି ଗଙ୍ଗା ତାଙ୍କ ତାଡମେଟଲା ଘରେ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ମାଓବାଦୀ ତାଙ୍କ ଘରେ ପହଞ୍ଚି ତାଙ୍କୁ ଉଠାଇ ନେଇ ଯାଇଥିଲେ। ସେହି ଅଞ୍ଚଳର ଲୋକମାନେ ଏହି ଖବର ପାଇବା ମାତ୍ରେ ସେମାନେ ମାଡଭିଙ୍କୁ ମୁକ୍ତ କରିବାକୁ ଗଣମାଧ୍ୟମ ମାଧ୍ୟମରେ ମାଓବାଦୀମାନଙ୍କୁ ନିବେଦନ କରିଥିଲେ। ଏଣେ ଚର୍ଚ୍ଚା ହେଉଛି ଯେ ଉପ ସରପଞ୍ଚ ମାଡଭି ଗଙ୍ଗା ନକ୍ସଲମାନଙ୍କ ବିରୁଦ୍ଧରେ ଲୋକମାନଙ୍କୁ ଉସକାଉଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।