ଖେଳ ଦେଶ ବିଦେଶ

ମାମୁଁଙ୍କ ସାମନାରେ ପରଫର୍ମ କରିବାକୁ ମନା କଲେ କୃଷ୍ଣା ଅଭିଷେକ : କହିଲେ ‘ଏଥର ମୁଁ ମନା କଲି’

ମୁମ୍ବାଇ ୧୬/୧୧: କମେଡ଼ିଆନ୍ କୃଷ୍ଣା ଅଭିଷେକ ଏବଂ ତାଙ୍କ ମାମୁଁ ଗୋବିନ୍ଦାଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଚାଲୁଛି।କିଛି ଦିନ ତଳେ ଗୋବିନ୍ଦା ‘ଦ କପିଳ ଶର୍ମା ଶୋ’ରେ ପହଞ୍ଚିଥିଲେ।ଏଠାରେ ସେ ଦୀପାବଳି ସ୍ପେଶାଲ୍ ଏପିସୋଡରେ ଭାଗ ନେଇଥିଲେ। କିନ୍ତୁ ଏହି ଏପିସୋଡରେ ତାଙ୍କ ଭଣଜା ଏବଂ ଶୋରେ ସପ୍ନା ହୋଇ ଲୋକଙ୍କୁ ହସାଉଥିବା କୃଷ୍ଣା ଅଭିଷେକ ନଜର ଆସି ନଥିଲେ। ଏହାକୁ ନେଇ ଏବେ କୃଷ୍ଣା ପ୍ରତିକ୍ରିୟା ରଖିଛନ୍ତି।

ବମ୍ବେ ଟାଇମ୍ସ ସହ ସାକ୍ଷାତକାରରେ କୃଷ୍ଣା ଏପିସୋଡରେ ନ ଦେଖାଯିବା ନେଇ କହିଥିଲେ ଯେ ,‘ତାଙ୍କୁ ପାଖାପାଖି ୧୦ଦିନ ତଳେ ହିଁ ଚିଚି ମାମାଙ୍କ ଶୋକୁ ଆସିବା କଥା ଜଣା ପଡ଼ି ଯାଇଥିଲା।କାରଣ ଏଥର ଶୋରେ ସୁନିତା ମାମି ତାଙ୍କ ସହ ଆସିନଥିଲେ। ଏପରି କ୍ଷେତ୍ରରେ ତାଙ୍କ ଟିମକୁ ଲାଗିଥିଲା ଯେ ତାଙ୍କୁ ପରଫର୍ମ କରିବାରେ ସମସ୍ୟା ହେବ ନାହିଁ। ଗତ ବର୍ଷ ସୁନୀତା ମାମି ଚାହୁଁଥିଲେ ଯେ ସେ ତାଙ୍କ ସାମନାରେ ପରଫର୍ମ ନ କରନ୍ତୁ କିନ୍ତୁ ଏଥର ସେ ନିଷ୍ପତ୍ତି ନେଲେ ଯେ ସେ ଚିଚି ମାମାଙ୍କ ସାମନାରେ ପରଫର୍ମ କରିବେ ନାହିଁ।


ସେ ଆଗକୁ କହିଥିଲେ ଯେ ସେ ଚିଚି ମାମାଙ୍କ ସହ ଏକ ଗଭୀର ରିଲେସନଶିପ୍ ସେୟାର କରୁଛନ୍ତି। କିନ୍ତୁ ଏହି ବିବାଦ ପରେ ଅନେକ କିଛି ବଦଳି ଯାଇଛି। ଏସବୁ ପାଇଁ ତାଙ୍କୁ ବହୁତ କଷ୍ଟ ହୋଇଛି। ସମ୍ପର୍କରେ ତିକ୍ତତା ଥିବାବେଳେ କମେଡ଼ି କରିବା କଷ୍ଟକର ହୋଇଯାଇଥାଏ। କୃଷ୍ଣାଙ୍କ କହିବା ଅନୁସାରେ,ସେ ଅନେକ ଥର ଗୋବିନ୍ଦା ମାମାଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଛନ୍ତି କିନ୍ତୁ ସେ କେବେ ବି ଉତ୍ତର ଦେଇ ନାହାନ୍ତି।

କୃଷ୍ଣା ଆଗକୁ କହିଛନ୍ତି ଯେ ଏବେ କେବଳ କପିଳ ହିଁ ଏହି ବିବାଦର ସମାଧାନ କରିପାରିବେ। ଏବେ ଯଦି ପୁଣି ଥରେ ମାମୁଁ ଆସିବେ ତେବେ କପିଳ ତାଙ୍କୁ ଷ୍ଟେଜକୁ ଡାକିବେ ଏବଂ ସମସ୍ତଙ୍କ ସାମନାରେ ସମାଧାନ କରିବାକୁ କହିବେ। ଗୋବିନ୍ଦା ଏବଂ କୃଷ୍ଣାଙ୍କ ମଧ୍ୟରେ ବିବାଦ ୨୦୧୮ମସିହାରୁ ଜାରି ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ