ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଏସବିଆଇ ଦେଉଛି ସବୁଠୁ ଶସ୍ତାରେ ହୋମ ଲୋନ୍ ! ପ୍ରୋସେସିଙ୍ଗ ଫି ସଂପୂର୍ଣ୍ଣ ଛାଡ

ନୂଆଦିଲ୍ଲୀ ୧୬।୧୧: ଘର କିଣିବାକୁ ଯୋଜନା କରୁଥିବା ଲୋକଙ୍କ ଖୁସି ଖବର। ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ନେଇ ଆସିଛି ଏକ ଖାସ୍‌ ଅଫର। ପାର୍ବଣ ଋତୁରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଆକର୍ଷକ ଡିଲ୍ସ ଓ ଅଫର ଦେଉଛି। ହୋମ ଲୋନ ଦରରେ ଏସବିଆଇ ୦.୨୫ ପ୍ରତିଶତ ରିହାତି ଦେବା ସହିତ ପ୍ରୋସେସିଙ୍ଗ ଫି ସଂପୂର୍ଣ୍ଣ ଛାଡ କରିଛି। ତେଣୁ ଘର କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଏହାର ଫାଇଦା ମିଳିପାରେ। ବର୍ତ୍ତମାନ ଏସବିଆଇ ହୋମଲୋନ ଉପରେ ବାର୍ଷିକ ୬.୯୦ ସୁଧ ସହ ଅଫର ଦେଉଛି। ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍‌ ନେବାର ବ୍ୟବସ୍ଥା କରିଛି ଏସବିଆଇ।

ଏସବିଆଇ ଗ୍ରାହକଙ୍କୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋମ ଲୋନ୍‌ ଉପରେ ବାର୍ଷିକ ୬.୯୦ ପ୍ରତିଶତ ହାରରେ ସୁଧ ଦେବାକୁ ପଡିବ। ଏସବିଆଇ ଦ୍ଵାରା ଅଫର ଦିଆଯାଉଥିବା ହୋମଲୋନ ଉପରେ ଏହା ସବୁଠୁ କମ ସୁଧ ଦର। ଏସବିଆଇ ହୋମ୍ ଲୋନ୍ ଉପରେ ପାର୍ବଣ ଋତୁରେ ୦.୨୫ ପ୍ରତିଶତ ହାରରେ ରିହାତି ଦେଉଛି। ଏସବିଆଇରୁ ହୋମଲୋନ ନେଲେ ଆପଣଙ୍କୁ ପ୍ରୋସେସିଙ୍ଗ ଫି ଦେବାକୁ ପଡିବ ନାହିଁ। ଯଦି ଆପଣ ଏସବିଆଇ ମୋବାଇଲ ଆପ ଅର୍ଥାତ ୟୋନୋ ଆପ୍‌ ଜରିଆରେ ହୋମ୍ ଲୋନ ନେବାକୁ ଆବେଦନ କରିବେ ତେବେ ଆପଣଙ୍କୁ ସ୍ଵତନ୍ତ୍ର ରିହାତି ମିଳିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ