ଅପରାଧ ରାଜ୍ୟ

ମାତ୍ର ୬ଶହ ଟଙ୍କା ପାଇଁ ମର୍ଡର, ବାଦପଲ୍ଲୀ କ୍ବାକ୍ ହତ୍ୟା ଘଟଣାରେ ୬ଜଣଙ୍କୁ ବାନ୍ଧିଲା ପୋଲିସ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବାଦପଲ୍ଲୀ ପଂଚାୟତରେ କ୍ବାକ୍ ହତ୍ୟା ଘଟଣାରେ ପୋଲିସକୁ ସଫଳତା । ହତ୍ୟାର ୪୮ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋଲ୍ଲିକୋଟ ଥାନା ପୋଲିସ । ମୋଟ୍ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ନାବାଳକ ଥିବା ପୋଲିସ ସୂଚନା ଦେଇଛି । ଦୁଇ ନାବାଳକଙ୍କୁ ବାଲ୍ ସୁଧାର ଗୃହରେ ରଖି ଯାଇଥିବାବେଳେ ହତ୍ୟାରେ ବ୍ୟବହାର ହୋଇଥିବା ଖଣ୍ଡା, କୋଡି ଓ କାଠ ଫାଳିଆକୁ ଜବତ କରିଛି ପୋଲିସ ।

ପୋଲିସର ସୂଚନା ଅନୁଯାୟୀ, ୬ଶହ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଛି । ଗୁଣ୍ଡୁରିପଲ୍ଲୀ ଗାଁର ଅନୀଲ କୁମାର ଶବର ଜଙ୍ଗଲକୁ କାଠ ହାଣିବାକୁ ଯାଇଥିବାବେଳେ ଆହତ ହୋଇଥିଲା । ଚିକିତ୍ସା ପାଇଁ ସେ ଶାଙ୍କୁଡ଼ା ଗାଁର କ୍ବାକ ଜୟ କୁମାର ମହାନ୍ତିଙ୍କ ପାଖକୁ ଯାଇଥିଲା । ଚିକିତ୍ସାରେ ୬ଶହ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଜୟ କୁମାର । ଅନୀଲଙ୍କ ପାଖରେ ଏତେ ଟଙ୍କା ନଥିବାରୁ କ୍ବାକଙ୍କୁ ଚିକିତ୍ସା ପାଇଁ ଗୁହାରି କରିଥିଲେ । ମାତ୍ର କ୍ବାକ୍ ଚିକିତ୍ସା ନକରିବାରୁ ଅନିଲ୍ ଉତ୍ତେଜିତ ହୋଇ ଆକ୍ରମଣ କରିଥିଲେ । ଖଣ୍ଡାରେ କ୍ବିକଙ୍କ ଗୋଡ଼କୁ ହାଣିବା ସହିତ ମୁଣ୍ଡକୁ କାଠ ଫାଳିଆରେ ମାଡ଼ କରିଥିଲେ । କ୍ବାକ୍ ତଳେ ପଡ଼ିଯିବା ପରେ ଅନିଲ୍ ଓ ତାଙ୍କ ସାଙ୍ଗମାନେ ବେକ ଉପରେ ଚଢିଯାଇଥିଲେ । ଫଳରେ କ୍ବାକ୍ ଜୟ କୁମାର ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇ ନାବାଳକ ସମେତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗୁଣ୍ଡୁରିପଲ୍ଲୀ ଗାଁର ଅନୀଲ କୁମାର ଶବର, ମରେଇ ନୂଆଗାଁର ଜିତେନ୍ଦ୍ର ଶବର, ନୂଆପଲ୍ଲୀର ରବୀନ୍ଦ୍ର ଶବର, ବାଦପଲ୍ଲୀ ଗାଁର ଯୋଗୀ ଶବରଙ୍କ ସମେତ ଦୁଇ ନାବାଳକ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଦୁଇ ନାବାଳକଙ୍କୁ ବାଲ୍ ସୁଧାର ଗୃହରେ ରଖାଯାଇଥିବା ସୂଚନା ଦେଇଛି ପୋଲିସ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।