ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତି: ଚିନ୍ତାରେ ସରକାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର/ ସୋର : ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ। ଆଡମିଟ୍‌ କାର୍ଡ ବି ପାଇଥିଲେ। ମାତ୍ର ପରୀକ୍ଷା ଦେବାକୁ ଆସିନାହାନ୍ତି। ଶହେ କି ହଜାରେ ନୁହେଁ, ବରଂ ରାଜ୍ୟର ୧୮ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷାର ପ୍ରଥମ ଦିନ ହଲ୍‌କୁ ଆସିନାହାନ୍ତି। ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ଘଟଣାକୁ ଗଣଶିକ୍ଷା ବିଭାଗ ଗୁରୁତ୍ବର ସହ ନେଇଛି। କେଉଁଥିପାଇଁ ପିଲାମାନେ ପରୀକ୍ଷାରୁ ଦୂରେଇ ରହିଲେ, ସେନେଇ ଖୋଳତାଡ଼ ଆରମ୍ଭ କରିଛି ବିଭାଗ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସେପଟେ ପରିଷଦ ପକ୍ଷରୁ ମଧ୍ୟ କେଉଁ ଜିଲ୍ଲାରେ କେତେ ପରୀକ୍ଷାର୍ଥୀ ପ୍ରଥମ ଦିନ ଅନୁପସ୍ଥିତ ରହିଛନ୍ତି, ତାହାର ତଥ୍ୟ ସଂଗ୍ରହ କରାଯାଇଛି। ସୋମବାର(ଆଜି) ଇଂରାଜୀ ବିଷୟ ପରୀକ୍ଷା ରହିଛି। ତେଣୁ ‌ଯେତିକି ପିଲା ପ୍ରଥମ ଦିନ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ, ଦ୍ବିତୀୟ ଦିନ ସେତିକି ରହୁଛନ୍ତି ନା ସଂଖ୍ୟା ବଢ଼ୁଛି, ତାହା ଉପରେ ବିଭାଗୀୟ ଅଧିକାରୀମାନେ ନଜର ରଖିଛନ୍ତି।

ତେବେ ବାଲେଶ୍ବର ଜିଲ୍ଲାରୁ ମିଳିଥିବା ତଥ୍ୟ ସରକାରଙ୍କର ନିଦ ହଜାଇଦେଇଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପରୀକ୍ଷା ଦେଇନଥିବା ସିଂହଭାଗ ଛାତ୍ରୀଙ୍କର ଏହା ଭିତରେ ବିବାହ ହୋଇଯାଇଛି। ଏହାସହିତ ଅନେକ ଛାତ୍ରଛାତ୍ରୀ ମଧ୍ୟ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ଜିଲ୍ଲାର ସୋର ବ୍ଲକ୍‌ରେ ପ୍ରଥମ ଦିନ ୨,୭୦୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୯ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। କେଶରୀପୁର ଶତ୍ରୁଘ୍ନ ନାଥ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ୮ ଜଣ ଅନୁପସ୍ଥିତ ରହିଥିଲେ। ଯେଉଁମାନଙ୍କ ମଧ୍ୟରେ ୫ ଜଣ ମଙ୍ଗଳପୁର ମଦନମୋହନ ସରସ୍ୱତୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ଅଛନ୍ତି। ଫର୍ମପୂରଣ କରି ଏହି ଛାତ୍ରୀମାନେ କାହିଁକି ପରୀକ୍ଷା ଦେଲେନି, ସେ ସଂପର୍କରେ ଅନୁଧ୍ୟାନ କରିବାବେଳେ ଜଣାପଡ଼ିଲା ଯେ, ପରୀକ୍ଷା ଦେଉନଥିବା ୫ ଛାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ବିବାହ ହୋଇଯାଇଛି। ଏ କଥା ଖୋଦ୍‌ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ସେହିପରି ଦାରିଦ୍ର୍ୟ ତାଡ଼ନାରେ ଅନ୍ୟ ୨ ଜଣ ଛାତ୍ରୀ ବାପାମାଆଙ୍କ ସହ ଦାଦନ ଖଟିବାକୁ ପଳାଇଛନ୍ତି। ଏହି ତଥ୍ୟ ଆସିବା ପରେ ଜିଲ୍ଲାରେ ପରୀକ୍ଷା ଦେଉନଥିବା ଶହ ଶହ ଛାତ୍ରୀଙ୍କ ଭାଗ୍ୟ କଣ ହୋଇଥିବ, ସେ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଏସଂପର୍କରେ ଉତ୍କଳ ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି କହିଛନ୍ତି ଯେ ପିଲାମାନେ ପରୀକ୍ଷା ଲାଗି ଫର୍ମ ପୂରଣ କରିଥିଲେ ମଧ୍ୟ ସେମାନେ ବାପା, ମା’ଙ୍କ ସହ ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ତଥା ଜିଲ୍ଲା ପଳାଇ ଯାଉଛନ୍ତି। ତେଣୁ ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ଉପାନ୍ତ ଅଞ୍ଚଳରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି। କମ୍‌ ବୟସରେ ଝିଅମାନଙ୍କୁ ବିବାହ କରାଇ ଦେଉଥିବାରୁ ସେମାନେ ଅଧାରୁ ପାଠ ଛାଡ଼ୁଛନ୍ତି। ପାଠପଢ଼ା ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କ ସହ ଅଭିଭାବକ, ଗୋଷ୍ଠୀ ଓ ସ୍ଥାନୀୟ ଅଞ୍ଚଳରେ ସଚେତନ କରାଇବାକୁ ପଡ଼ିବ। ନହେଲେ ପ୍ରତିବର୍ଷ ପରୀକ୍ଷା ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସିବ।

ଶିକ୍ଷାବିତ୍‌ ସୁମନ୍ତ ରାଉତଙ୍କ କହିବାନୁଯାୟୀ, ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ଘଟଣା ପଛରେ ତିନି କାରଣ ହୋଇଥାଇପାରେ। ଅଭିଭାବକଙ୍କ ସହ ଦାଦନ ଖଟିବାକୁ ପିଲାମାନେ ବାହାର ରାଜ୍ୟକୁ ଯାଇ ଥାଇପାରନ୍ତି। ବହୁ ସଂଖ୍ୟକ ଛାତ୍ରୀ ନାବାଳିକା ଅବସ୍ଥାରେ ବିବାହ କରୁଥିବାର ଚିତ୍ର ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। ଏଥିସହ ପରୀକ୍ଷା ପ୍ରତି କିଛି ପିଲାଙ୍କ ଭୟ ରହୁଥିବାରୁ ପରୀକ୍ଷା ଦେବାକୁ ଆସୁନାହାନ୍ତି। ସରକାରଙ୍କ ପକ୍ଷରୁ ଡ୍ରପ୍‌-ଆଉଟ୍‌ ରୋକିବାକୁ ଡୋର୍‌ ଟୁ ଡୋର୍‌ ଭିଜିଟ୍ କାର୍ଯ୍ୟକ୍ରମ ହେଉଛି। ତା’ ପରେ ବି ଅଭିଭାବକ ଅବୁଝା ରହିବା ଚିନ୍ତାର କାରଣ।

ଅନ୍ୟପକ୍ଷରେ ନୂତନ ପେନସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି ଯେ ଏସ୍‌ଏ-୧, ଏସ୍‌ଏ-୨ ପରୀକ୍ଷା ହେବା ପୂର୍ବରୁ ପିଲାମାନଙ୍କ ଫର୍ମ ପୂରଣ କରାଯାଉଛି। ତେଣୁ ପିଲାମାନେ ପରୀକ୍ଷାକୁ ଏତେ ଗୁରୁତ୍ବ ଦେଉନାହାନ୍ତି। ୭୫ ପ୍ରତିଶତ ଉପସ୍ଥାନ କଡ଼ାକଡ଼ି ନିୟମ ହେଉ ନାହିଁ। ତେଣୁ ପିଲା ଫର୍ମ ପୂରଣ କରୁଛନ୍ତି ହେଲେ ପରୀକ୍ଷା ଦେଉନାହାନ୍ତି। ସେହିପରି ଫର୍ମ ପୂରଣ ପାଇଁ ସେଭଳି କୌଣସି ଗାଇଡ୍‌ଲାଇନ୍‌ ରଖାଯାଉ ନାହିଁ। ତେଣୁ ଯେଉଁମାନେ ଫର୍ମ ପୂରଣ କରୁଛନ୍ତି ସେମାନେ ପରୀକ୍ଷା ‌ଦେଉନାହାନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।