ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଅନୁଗୁଳ : ଅନୁଗୁଳ ସଦର ଥାନା ଆମ୍ବପାଳ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। କୁକୁଡ଼ା ଫାର୍ମରେ ଶୋଇଥିବା ବେଳେ ଗାଁ ସଭାପତିଙ୍କୁ ବିଷ ଇଞ୍ଜେକ୍ସନ୍ ଦେଇ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। କେବଳ ଏହିଭଳି ଅମାନୁଷିକ ଘଟଣା ଘଟାଇ ନାହାନ୍ତି, ହତ୍ୟାକାଣ୍ଡ ପରେ ମାଓବାଦୀମାନେ ଯେମିତି ଚିଠି ଛାଡ଼ିଦେଇ ଯାଆନ୍ତି ଠିକ୍ ସେମିତି ଏକ ଚିଠି ଛାଡ଼ିଦେଇ ଯାଇଛନ୍ତି। ଯେଉଁଥିରେ, ‘ସଭାପତି ମହୋଦୟ, ଗାଁ ପାଇଁ ସହିଦ ହୋଇଯାଅ’ ବୋଲି ଉଲ୍ଲେଖ କରିଛନ୍ତି। ଏହିଭଳି ଏକ ଘଟଣା ପରେ ସମ୍ପୃକ୍ତ ଅଞ୍ଚଳବାସୀ ହତବାକ୍ ହୋଇଯାଇଛନ୍ତି।
ହତ୍ୟାକାଣ୍ଡର ଶିକାର ହୋଇଥିବା ଗାଁ ସଭାପତି ହେଲେ, ବାଳକୃଷ୍ଣ ନାୟକ(୫୮)। ବାଳକୃଷ୍ଣ ଆମ୍ବପାଳ ଗାଁର ସଭାପତି ଦାୟିତ୍ବ ତୁଲାଉଥିଲେ। ସବୁଦିନ ପରି ଗତକାଲି ରାତିରେ ଖାଇପିଇ ସାରି ଘର ନିକଟସ୍ଥ ତାଙ୍କର ଏକ କୁକୁଡ଼ା ଫାର୍ମକୁ ଶୋଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ହଠାତ୍ ଟଳମଳ ଅବସ୍ଥାରେ ସେ ଆସି ଘରେ ପହଞ୍ଚିଥିଲେ। ଅସୁସ୍ଥ ଅବସ୍ଥାରେ କହିଥିଲେ, କିଛି ମୁଖାପିନ୍ଧା ଯୁବକ କୁକୁଡ଼ା ଫାର୍ମକୁ ଆସି ମାଡ଼ ମାରିଛନ୍ତି। ଦୁଇଟା ଇଞ୍ଜେକ୍ସନ୍ ଦେବାସହିତ କିଛି ପିଆଇ ଦେଇଛନ୍ତି। ଏହା କହିସାରିବା ପରେ ହଠାତ୍ ଅଚେତ ହୋଇପଡ଼ିଥିଲେ ବାଳକୃଷ୍ଣ। ପରିବାର ଲୋକେ ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। କଟକ ନେବାବାଟରେ ହିଁ ବାଳକୃଷ୍ଣଙ୍କର ମୃତ୍ୟୁ ହୋଇଛି।
ଏନେଇ ମୃତ ବାଳକୃଷ୍ଣଙ୍କ ପୁଅ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଏତଲା କ୍ରମେ ପୁଲିସ ସାଇଣ୍ଟିଫିକ୍ ଟିମ୍ ନେଇ ଘଟଣାସ୍ଥଳରେ ଛାନ୍ଭିନ୍ କରିଛି। ଘଟଣାସ୍ଥଳରୁ ପୁଲିସକୁ ଏକ ନାଲି କଲମରେ ଲେଖାଯାଇଥିବା ଧମକପୂର୍ଣ୍ଣ ହାତଲେଖା ଚିଠି ମିଳିଛି। ସେଥିରେ ଲେଖାଯାଇଛି, ‘ସଭାପତି ମହୋଦୟ! ଗାଁ ପାଇଁ ସହିଦ ହୋଇଯାଅ। ମନାକଲି ମୋ ପଛରେ ଲାଗନା। ଗାଁ ଯାକ ମୋର କିଛି କରିପାରିବ ନାହିଁ। ଜାନୁଆରି ୨୫ତାରିଖ ଦିନ ଟାର୍ଗେଟ୍ ଥିଲା। ଆଜି ପୂରଣ ହୋଇଗଲା।’ କେବଳ ଏହି ଚିଠି ନୁହେଁ, ତା’ ସହିତ କିଛି ଇଞ୍ଜେକ୍ସନ୍ ସିରିଞ୍ଜ୍ ମଧ୍ୟ ମିଳିଛି। ଧମକପୂର୍ଣ୍ଣ ଚିଠିରୁ ହତ୍ୟା ପଛର କାରଣ ପୂର୍ବ ଶତ୍ରୁତା ବୋଲି ଜଳଜଳ ଦିଶୁଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୁଇବର୍ଷ ତଳେ ସଭାପତି ଶ୍ରୀ ନାୟକଙ୍କର କୁକୁଡ଼ା ଫାର୍ମକୁ କେହି ନିଆଁ ଲଗାଇ ଦେଇଥିଲେ। ସେହି ଘଟଣାକୁ ନେଇ ଏମିତି ହତ୍ୟାକାଣ୍ଡ ହୋଇଥାଇପାରେ । ହତ୍ୟା ପୂର୍ବରୁ ଦୁର୍ବୃତ୍ତମାନେ ଡ୍ରଗ୍ସ ଖାଇ ଏଭଳି କାଣ୍ଡ ରଚିଥିବା ସନ୍ଦେହ କରାଯାଉଛି। ଏ ଘଟଣାରେ ପୁଲିସ ଗାଁ ସଭାପତିଙ୍କ ପଡ଼ୋଶୀ ଜଣେ ଯୁବକଙ୍କ ବାପା ଓ ମା’ଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l