Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ମହିଳା-ଶିଶୁ କଲ୍ୟାଣ ବିଭାଗ ଏମିତି କରୁଛି ଅପପୁଷ୍ଟିର ମୁକାବିଲା: ୪୧ ପିଲା, ନାହିଁ ଅଙ୍ଗନବାଡ଼ି କେନ୍ଦ୍ର
    ରାଜ୍ୟ

    ମହିଳା-ଶିଶୁ କଲ୍ୟାଣ ବିଭାଗ ଏମିତି କରୁଛି ଅପପୁଷ୍ଟିର ମୁକାବିଲା: ୪୧ ପିଲା, ନାହିଁ ଅଙ୍ଗନବାଡ଼ି କେନ୍ଦ୍ର

    NewsLaxmi7By NewsLaxmi7May 10, 2023Updated:May 10, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: କରୋନାରେ ଅପପୁଷ୍ଟି ଶିଶୁଙ୍କ ସଂଖ୍ୟା ବୃଦ୍ଧି ପରେ ବି ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ବୁଦ୍ଧି ଶିଖୁନି। ଅପପୁଷ୍ଟି ମୁକାବିଲା ଦିଗରେ ସରକାର ଯେତେ ଗମ୍ଭୀର ବୋଲି ଦେଖାଉଛନ୍ତି, ବାସ୍ତବତା କିନ୍ତୁ ଅଲଗା କଥା କହୁଛି। ବିଏମ୍‌ସିର ୭ ନମ୍ବର ୱାର୍ଡ ଅନ୍ତର୍ଗତ ମହାବୀର ବସ୍ତିରେ ୨୫୦ରୁ ଊର୍ଦ୍ଧ୍ବ ପରିବାର ଓ ୪୧ରୁ ଊର୍ଦ୍ଧ୍ବ ଶିଶୁ ଥିଲେ ହେଁ ଏଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ଅଙ୍ଗନବାଡ଼ି କିମ୍ବା ମିନି ଅଙ୍ଗନବାଡ଼ି କେନ୍ଦ୍ର ହୋଇପାରିନାହିଁ। ୨୦୨୧ ମସିହାରେ ଏହାକୁ ନେଇ ସ୍ଥାନୀୟ ଅଧିବାସୀମାନେ ଆଇସିଡିଏସ୍‌ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ଚିଠି ଜରିଆରେ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତି ଶିଶୁଙ୍କ ନାମ ସହିତ ତାଲିକା ମଧ୍ୟ ଦିଆଯାଇଥିଲା। ଏହା ସତ୍ତ୍ବେ ମଧ୍ୟ କୌଣସି ଲାଭ ହୋଇ ନାହିଁ।

    ପ୍ରତି ୪୦୦ରୁ ୫୦୦ ଜନସଂଖ୍ୟାରେ ଅଙ୍ଗନବାଡି କିମ୍ବା ଏହାଠାରୁ କମ୍‌ ଜନସଂଖ୍ୟା ଥିଲେ, ମିନି ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ପାଇଁ ନିର୍ଦ୍ଦେଶ ରହିଛି। ଏହା ଜରିଆରେ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ବିଭିନ୍ନ ପ୍ରକାର ପୋଷଣଯୁକ୍ତ ଖାଦ୍ୟ ଦିଆଯିବା ସହିତ ପିଲାଙ୍କୁ ପାଠ ପଢ଼ାଯାଏ। ମମତା ଯୋଜନା ଅନ୍ତର୍ଗତରେ ଗର୍ଭବତୀ ଏବଂ ପ୍ରସୂତିଙ୍କୁ ପୋଷଣଯୁକ୍ତ ଖାଦ୍ୟ ଏହି ଯୋଜନା ଅନ୍ତର୍ଗତରେ ଦିଆଯାଏ। ଗର୍ଭବତୀ ଏବଂ ପିଲାଙ୍କୁ ଅପପୁଷ୍ଟି ମୁକାବିଲା ଦିଗରେ ଅଙ୍ଗନବାଡି କେନ୍ଦ୍ରର ଭୂମିକା କେତେ ଯେ ଗୁରୁତ୍ବପୂର୍ଣ୍ଣ ତାହା କରୋନା କାଳରେ ସ୍ପଷ୍ଟ ଥିଲା। ଏହି ସମୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିବାରୁ ରକ୍ତହୀନତା ବୃଦ୍ଧି ପାଇଥିବା ନେଇ ସ୍ପଷ୍ଟ ହୋଇଛି।
    ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ, ୨୦୧୪ ତୁଳନାରେ ୨୦୧୯-୨୧ ରିପୋର୍ଟ ରେ ୬ରୁ ୫୯ ମାସର ଶିଶୁ ରକ୍ତହୀନତା ୯ ପ୍ରତିଶତ, ୧୫ରୁ ୧୯ବର୍ଷୀୟା କିଶୋରୀ ରକ୍ତହୀନତା ୧୪ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଥିଲା। ମହାବୀର ବସ୍ତିରେ ଏତେସଂଖ୍ୟକ ପିଲା ଥାଇ ମଧ୍ୟ ସ୍ବତନ୍ତ୍ର ଅଙ୍ଗନବାଡି କରା ନଯିବାରୁ ବସ୍ତିର ୬୦ ପିଲା ପ୍ରାକ୍‌-ଶିକ୍ଷାରୁ ବଞ୍ଚିତ ହେଉଥିବା ନେଇ ମହାବୀର ଉନ୍ନୟନ କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ଟିକା, ପୋଷଣଯୁକ୍ତ ଖାଦ୍ୟ ମଧ୍ୟ ପାଉନାହାନ୍ତି।

    ସାମାଜିକ କର୍ମକର୍ତ୍ତା ସୁଜାତା ବଳବନ୍ତରାୟ କହିଛନ୍ତି, ପୂର୍ବରୁ ଏହି ଅଞ୍ଚଳର ଶିଶୁ ଏବଂ ଗର୍ଭବତୀମାନେ ଆଇସିଡିଏସ ଯୋଜନାରୁ ବାଦ୍‌ ପଡ଼ିଥିଲେ। ମାତ୍ର ବିଏମସି ନିର୍ବାଚନ ପରେ ଏହି ଅଞ୍ଚଳର ଅନ୍ୟ ଅଙ୍ଗନବାଡି କର୍ମୀଙ୍କ ଅନ୍ତର୍ଗତରେ ମମତା ଯୋଜନାରେ କିଛି ଗର୍ଭବତୀଙ୍କୁ ସାମିଲ କରାଯାଇଛି। କିନ୍ତୁ ସମସ୍ତେ ନାହାନ୍ତି। ସବୁ ଶିଶୁ ନୁହେଁ କିନ୍ତୁ କିଛି ହାତଗଣତି ଶିଶୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରୁ ଖାଦ୍ୟ ପାଉଛନ୍ତି କିନ୍ତୁ ପ୍ରାକ ଶିକ୍ଷାରୁ ସେମାନେ ବଞ୍ଚିତ ଅଛନ୍ତି। ମହାବୀର ବସ୍ତି ରାଜଧାନୀର ଗରିବ ଅଞ୍ଚଳ। ଏଠାରେ ଅଧିକାଂଶ ପରିବାର ଶ୍ରମିକ ଏବଂ ପିଲାଙ୍କ ଅବସ୍ଥା ମଧ୍ୟ ଠିକ ନାହିଁ। ସରକାରଙ୍କ ପକ୍ଷରୁ ଏଠାରେ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ନିହାତି ଆବଶ୍ୟକତା ରହିଛି। ଖୋର୍ଧା ଡିଏସଡବ୍ଲୁଓଙ୍କୁ ଏ ସଂପର୍କରେ ପଚରାଯିବାରୁ ସେ ଜାଣି ନଥିବା କହିଛନ୍ତି।

    Share. Facebook Twitter LinkedIn WhatsApp Email
    Previous Articleସିଲେରୁ କୂଳରେ ପୁଷ୍ପା-୨ ‌ସେଟ୍‌ ନିର୍ମାଣ: ୨୦୦ ଜଣିଆ ଟିମ୍‌ ପହଞ୍ଚିଲେ, ୨ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ
    Next Article କର୍ଣ୍ଣାଟକ ମୁସଲିମ କୋଟା: ରାଜନୈତିକ ମନ୍ତବ୍ୟକୁ ସୁପ୍ରିମ୍‌କୋର୍ଟଙ୍କ ନାପସନ୍ଦ
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଖ୍ରୀଷ୍ଟମାସ ସୁଦ୍ଧା ଟିକା ବିତରଣ କରିବ ଫାଇଜର!

    November 19, 2020

    ମାସ ଫାଲଗୁନ, ପ୍ରଭୁ ଗୋବିନ୍ଦ

    March 26, 2021

    ଆଜି ନିଲମ୍ବନ ହୋଇ ପାରନ୍ତି ପରମବୀର ସିଂହ

    December 2, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.