Subscribe to Updates

    Get the latest creative news from FooBar about art, design and business.

    What's Hot

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023
    Facebook X (Twitter) Instagram
    Trending
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ମହାପ୍ରଭୁ ପଛ, ଅନ୍ୟମାନେ ଆଗ: କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥକୁନ୍ଥ, କାହା ଚାପରେ ସମସ୍ତେ ଚୁପ୍
    ରାଜ୍ୟ

    ମହାପ୍ରଭୁ ପଛ, ଅନ୍ୟମାନେ ଆଗ: କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥକୁନ୍ଥ, କାହା ଚାପରେ ସମସ୍ତେ ଚୁପ୍

    NewsLaxmi7By NewsLaxmi7August 25, 2023Updated:August 25, 2023No Comments3 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ପୁରୀ: ତିନି ରଥ ସିଂହଦ୍ବାରରୁ ଗୁଣ୍ଡିଚାମନ୍ଦିର ଯାଏ ପହଞ୍ଚିବାକୁ ଦୁଇ ଦିନ ଲାଗିଗଲା। ପହଣ୍ଡି, ନୀତି ଓ ବନକଲାଗି ବିଶୃଙ୍ଖଳା ସୀମା ଟପିଗଲା। ହେରାପଞ୍ଚମୀ ପରଦିନ ଯାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କଲେ। ଅଣସେବକମାନେ ରଥରେ ଚଢ଼ି ବିଶୃଙ୍ଖଳା କଲେ। ପହଣ୍ଡି ବେଳେ ମହାପ୍ରଭୁ ସ୍ବୟଂ ଚାରମାଳ ଉପରେ ପଡ଼ିଗଲେ। ଗତ ରଥଯାତ୍ରାର ବିଶୃଙ୍ଖଳାର ତାଲିକା ଏମିତି ଲମ୍ବୁଥିବ। ରଥଯାତ୍ରା ପୂର୍ବରୁ ମଧ୍ୟ ସ୍ନାନଯାତ୍ରା ଦିନ ସର୍ବସମ୍ମୁଖରେ ଦଇତାପତି-ପୂଜାପଣ୍ଡା ସେବକ ମୁହାଁମୁହିଁ ହୋଇଥିଲେ।

    ପୂରା ବିଶ୍ବ ସାମ୍ନାରେ ବ୍ରହ୍ମାଣ୍ଡ ଠାକୁରଙ୍କ ପ୍ରତି ହୋଇଥିବା ଏଭଳି ଅସମ୍ମାନଙ୍କୁ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ହଜମ କରିଦେଲା। ଶ୍ରୀମନ୍ଦିର ପରିଚାଳନା କମିଟି ନିରବ। କଥା କଥାକେ ମହାପ୍ରଭୁଙ୍କ କଥା କହୁଥିବା ରାଜ୍ୟ ସରକାର ମଧ୍ୟ ନିର୍ବିକାର ହୋଇ ବସିରହିଛନ୍ତି। ସତେ ଯେପରି ମହାପ୍ରଭୁଙ୍କ ଠାରୁ ବଡ଼ କୌଣସି ଅଦୃଶ୍ୟ ଚାପ ଆଗରେ ସମସ୍ତଙ୍କ ସ୍ବର ନିରବି ଯାଇଛି। କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ଏଯାଏ ରଥଯାତ୍ରା ସମୀକ୍ଷା ହେଲାନାହିଁ। କେଉଁମାନେ ମହାପ୍ରଭୁଙ୍କ ଯାତ୍ରାରେ ରଥଯାତ୍ରା ବ୍ୟବସ୍ଥାବଳୀକୁ ଦଳି ମକଚି ଦେଲେ, ସେମାନଙ୍କୁ ମଧ୍ୟ କେହି ଚିହ୍ନଟ କଲେ ନାହିଁ। ଇତିମଧ୍ୟରେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଆଇଏଏସ୍ ଅଫିସର ରଂଜନ କୁମାର ଦାସଙ୍କୁ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଦାସ ରଥଯାତ୍ରା ବିଶୃଙ୍ଖଳା ପରେ ଗଣମାଧ୍ୟମକୁ କହିଥିଲେ, ରଥଯାତ୍ରା ସମୟରେ ବିଶୃଙ୍ଖଳା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେବେ ଗଜପତି ମହାରାଜା ବି ଏଭଳି ବିଶୃଙ୍ଖଳା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

    ପ୍ରତିବର୍ଷ ରଥଯାତ୍ରା ଶେଷ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସେ। ରଥଯାତ୍ରା ଆୟୋଜନ ଉପରେ ବିସ୍ତୃତ ସମୀକ୍ଷା ହୁଏ। ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଏ। କିନ୍ତୁ ଚଳିତବର୍ଷ ବୈଠକରେ ବହୁ ବିଳମ୍ବ ହେବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ସନ୍ଦେହ ଅଧିକ ଘନୀଭୂତ ହେଉଛି ଏଇଥିପାଇଁ ଯେ ରଥଯାତ୍ରା ପରେ ପରେ ଜୁଲାଇ ୨୭ ଓ ଅଗଷ୍ଟ ୧ ତାରିଖରେ ଏହାର ସମୀକ୍ଷା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଡକାଯାଇଥିଲା। କିନ୍ତୁ କୌଣସି କାରଣ ନ ଦର୍ଶାଇ ଏହାକୁ ବାତିଲ୍‌ କରି ଦିଆଗଲା। ଏବଂ ଅଗଷ୍ଟ ୪ ତାରିଖରେ ଯେଉଁ ବୈଠକ ବସିଲା ସତ, ସେଥିରେ ଏ ପ୍ରସଙ୍ଗକୁ ଗୁରୁତ୍ବ ମିଳିଲାନି କିମ୍ବା ବିଶୃଙ୍ଖଳାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ନିଜେ ମୁଖ୍ୟ ପ୍ରଶାସକ ଉଠାଇଲେ ନାହିଁ। ଉଲ୍ଲେଖଥାଉକି, ରଥଯାତ୍ରାରେ ପ୍ରଥମ ଦିନରୁ ବିଶୃଙ୍ଖଳା ଦେଖା ଦେଇଥିଲା। ପହଣ୍ଡି ବେଳେ ଏତେ ସଂଖ୍ୟାରେ ସେବକ ଚାରମାଳ ଉପରେ ଥିଲେ ଯେ ଠାକୁର ଡାହାଣ ପାର୍ଶ୍ବକୁ ପଡ଼ି ଯାଇଥିଲେ ଓ ଅନେକ ସେବକ ଚାରମାଳ ଉପରୁ ତଳକୁ ଖସି ପଡ଼ିଥିଲେ। ଚଳିତବର୍ଷ କେବଳ ତାଳଧ୍ବଜ ରଥକୁ ଛାଡ଼ିଦେଲେ, ଅନ୍ୟ ଦୁଇ ରଥ ଅଧାବାଟରେ ଅଟକି ରହିଥିଲେ। ତିନି ରଥ ବାରମ୍ବାର ଡାହାଣ କଡ଼ ମାଡ଼ି ଚାଲିବାରୁ ଏଭଳି ବିଭ୍ରାଟ ଦେଖାଦେଲା ବୋଲି ଅଭିଯୋଗ ହେଲା।

    ଅଭିଯୋଗ ଉଠିଥିଲା, ରଥ ଉପରେ ଅଧିକ ସଂଖ୍ୟକ ସେବକ ଚଢ଼ିବା ଏବଂ ରଥ ଟାଣିବା ବେଳେ ରଥ ଉପରେ ଓ ତଳେ ଥିବା ଜେଟିପି ଓ ପୁଲିସଙ୍କ ଭିତରେ ତାଳମେଳ ଅଭାବରୁ ଏଭଳି ସ୍ଥିତି ଉପୁଜିଥିଲା। ତିନି ରଥ ପହଞ୍ଚିଲା ପରେ ମଧ୍ୟ ନୀତିକାନ୍ତିରେ ଚରମ ବିଶୃଙ୍ଖଳା ହେଲା। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ରଥ ପହଞ୍ଚିବାର ୪ ଘଣ୍ଟା ମହାପ୍ରଭୁଙ୍କୁ ଭୋକରେ ରଖାଗଲା। ଆଡ଼ପ ପହଣ୍ଡି ବେଳେ ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚାରମାଳ ଉପରେ ପକାଇଦେଲେ। ସେ ସମୟରେ ଅଧିକ ସଂଖ୍ୟକ ସେବକ ଅଯଥାରେ ରଥ ଉପରେ ଚଢ଼ିବାରୁ ଏଭଳି ବିଶୃଙ୍ଖଳା ହେଲା ବୋଲି ବରିଷ୍ଠ ଦଇତାପତିମାନେ ଅଭିଯୋଗ କରିଥିଲେ। ଆଡ଼ପମଣ୍ଡପ ବିଜେ ପରେ ବି ତିନି ରାତି ଠାକୁରଙ୍କୁ ଅନିଦ୍ରା ରଖାଗଲା। ବିନା ପହୁଡ଼ରେ ତିନି ଦିନ ନୀତି କରାଗଲା। ବରିଷ୍ଠ ଦଇତାପତିମାନେ ନିଜ ପରିଚିତ ଲୋକଙ୍କୁ ଦର୍ଶନ ପାଇଁ ଗର୍ଭଗୃହରେ ଭର୍ତ୍ତି କରାଇବାରୁ ବନକଲାଗି ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ହେରାପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ସଂପନ୍ନ ହୋଇପାରିଲାନି।

    Share. Facebook Twitter LinkedIn WhatsApp Email
    Previous Articleସାମାନ୍ୟ ବଚସାରୁ ସାଙ୍ଗକୁ ପିଟିପିଟି ହତ୍ୟା
    Next Article ତିନିଭାଗ ହେବ ଗଞ୍ଜାମ! ଘୁମୁସର, ଋଷିକୁଲ୍ୟା, ବ୍ରହ୍ମପୁର ଜିଲ୍ଲା ଗଠନ ଦାବି ଜୋର୍‌
    NewsLaxmi7
    • Website

    Related Posts

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି

    October 3, 2023

    ଭୁବନେଶ୍ବର: ଲାଲ କେଶର ଅଣ୍ଡାକୁ ନେଇ ଅନେକ ଦ୍ବନ୍ଦ୍ବ ରହିଛି। ମାତ୍ର ଭିଟାମିନ ଏ ଯୁକ୍ତ ଲାଲ କେଶର ବତକ…

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଓଡ଼ିଶାରେ ଆଗୁଆ ହେବ କି ନିର୍ବାଚନ? ଅତିରିକ୍ତ ବଜେଟକୁ ନେଇ ଜୋରଦାର ଚର୍ଚ୍ଚା

    July 12, 2023

    ଆୟତନରେ ସପ୍ତମ, ଜନସଂଖ୍ୟାରେ ପ୍ରଥମ

    April 21, 2023

    ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନାଁ ଆତ୍ମହତ୍ୟା ବଢିଲା ସନ୍ଦେହ

    June 18, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.