Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ମରୁଭୂମି ପାଲଟିଲାଣି ମହାନଦୀ, କିଛିବର୍ଷ ମଧ୍ୟରେ ସ୍ଥିତି ସାଙ୍ଘାତିକ ହେବା ଆଶଙ୍କା
    ରାଜ୍ୟ

    ମରୁଭୂମି ପାଲଟିଲାଣି ମହାନଦୀ, କିଛିବର୍ଷ ମଧ୍ୟରେ ସ୍ଥିତି ସାଙ୍ଘାତିକ ହେବା ଆଶଙ୍କା

    NewsLaxmi7By NewsLaxmi7May 6, 2023Updated:May 6, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ନୟାଗଡ଼/କଣ୍ଟିଲୋ : ନୟାଗଡ଼ ଜିଲ୍ଲାର ଗଣିଆ ସାତକୋଶିଆ ଗଣ୍ଡଠାରୁ ଭାପୁର ପର୍ଯ୍ୟନ୍ତ ପ୍ରାୟ ୩୫ କିମି ବ୍ୟାପୀ ଜିଲ୍ଲା ପାର୍ଶ୍ବ ଦେଇ ମହାନଦୀ ପ୍ରବାହିତ ହୋଇଛି। ତେବେ କିଛିବର୍ଷ ହେବ ଖରାଦିନେ ମହାନଦୀ ଏକରକମ ମରୁଭୂମିରେ ପରିଣତ ହେଉଥିବା ଦେଖାଯାଇଛି। ମହାନଦୀ ବାଲିଗଦା ସଦୃଶ ଦେଖାଯିବା ସଭିଙ୍କୁ ଚକିତ କରୁଛି। ଏପରିସ୍ଥିତିରେ ଜଳଯୋଗାଣ ପ୍ରକଳ୍ପ ନିକଟରେ ପାଣି ଶୁଖି ଯାଇଥିବା ବେଳେ ମହାନଦୀରେ ଡ୍ରେନ୍‌ ଖୋଳାଯାଇ ପାଣି ଅଣାଯାଉଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଆଗାମୀ କିଛିବର୍ଷ ମଧ୍ୟରେ ସ୍ଥିତି ଆହୁରି ସାଂଘାତିକ ହେବାନେଇ ଆଶଙ୍କା ପ୍ରକାଶ ପାଇଛି।

    କଣ୍ଟିଲୋ ବାଣପୁର ନିକଟ ମହାନଦୀରୁ ନୟାଗଡ଼ ସହର ଓ ଖଣ୍ଡପଡ଼ା ସହରକୁ ଜଳଯୋଗାଣ ହେଉଥିବା ବେ‌‌ଳେ, ଉକ୍ତ ଜଳଯୋଗାଣ ପ୍ରକଳ୍ପ ଇନ୍‌ଟେକ୍‌-ୱେଲ୍‌ ନିକଟରୁ ଚଳିତବର୍ଷ ପାଣି ସଂପୂର୍ଣ୍ଣ ଶୁଖିଯାଇଛି। ଫଳରେ, ଗତ ମାର୍ଚ୍ଚ ମାସରେ ନୟାଗଡ଼ ସହରକୁ ପ୍ରାୟ ସପ୍ତାହେ ଧରି ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ସ୍ଥିତି ଆହୁରି ସଙ୍ଗିନ ହୋଇ ପଡ଼ିଥିବାରୁ କଣ୍ଟିଲୋ ବଡ଼ବାଣପୁର ପାନୀୟ ଜଳ ଇନ୍‌ଟେକ୍‌-ୱେଲ୍‌ ଅଞ୍ଚଳରେ ଶୁଷ୍କତା ଦେଖାଦେଇଛି। ଉକ୍ତ ପ୍ରକଳ୍ପ ନିକଟକୁ ପାଣି ଆଣିବାକୁ ଜନସ୍ବାସ୍ଥ୍ୟ ବିଭାଗ ମହାନଦୀରେ ପ୍ରାୟ ଏକ କିମି ଡ୍ରେନ୍‌ କରୁଥିବା ଦେଖିବାକୁ ମିଳିଛି। ଡ୍ରେନ୍‌ କରି ନଦୀରେ ପାଣିଥିବା ଅଞ୍ଚଳରୁ ପ୍ରକଳ୍ପ ନିକଟରେ ପାଣି ମହଜୁଦ୍‌ ରଖାଯିବ, ନଚେତ୍‌ ନୟାଗଡ଼ ସହରବାସୀ ଶୋଷରେ ଆଉଟୁପାଉଟୁ ହେବା ଆଶଙ୍କା ଦେଖାଯାଇଛି।

    ସ୍ଥାନୀୟ ଅଞ୍ଚଳର ବରିଷ୍ଠ ଲୋକମାନଙ୍କ କହିବା ଅନୁଯାୟୀ, ଦିନ ଥିଲା ଖରାଦିନେ ବି ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ଜଳ ରହୁଥିଲା। ୨୦୦୦ ମସିହାଠାରୁ ଏଥିରେ ଧୀରେ ଧୀରେ ବ୍ୟତିକ୍ରମ ଦେଖାଦେଉଥିବା ବେଳେ କିଛିବର୍ଷ ହେବ ସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ଯେଉଁଥିପାଇଁ କଂଗ୍ରେସ ସରକାର ସମୟରେ ପଦ୍ମାବତୀ, ବାଣପୁର, ଗଣିଆ ବ୍ଲକ୍‌ର ରାଉତପଡ଼ାରେ ନିର୍ମାଣ ହୋଇଥିବା ମେଗା ଜଳସେଚନ ପ୍ରକଳ୍ପ ୨୦୦୨ ମସିହାରୁ ଅଚଳ ହୋଇପଡ଼ିଛି। ମହାନଦୀରେ ପାଣି ଅଭାବ ପାଇଁ ବର୍ତ୍ତମାନ ଭାପୁରର କରବର ନିକଟସ୍ଥ ମହାନଦୀରେ ନୟାଗଡ଼, ଖଣ୍ଡପଡ଼ା, ଭାପୁର, ନୂଆଗାଁ ନିମନ୍ତେ ନିର୍ମାଣାଧୀନ ମେଗାପାନୀୟ ଜଳ ପ୍ରକଳ୍ପ ପାଣି ଯୋଗାଇବା ନେଇ ଆଶଙ୍କା ଦେଖାଦେଇଛି। ଉକ୍ତ ପ୍ରକଳ୍ପରେ ପ୍ରାୟ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେହିଭଳି ଗତ ଅକ୍ଟୋବର ମାସରେ ରଣପୁର ଓ ଓଡ଼ଗାଁ ବ୍ଲକ୍‌ ନିମନ୍ତେ ଦୁଇଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ଏଥିନିମନ୍ତେ ୩୯୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

    ସେହିଭଳି ଗତ ଜାନୁଆରି ମାସରେ ୩୯୩ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦଶପଲ୍ଲା ନିର୍ବାଚନମଣ୍ଡଳୀ ନିମନ୍ତେ ମେଗା ପାନୀୟ ଜଳପ୍ରକଳ୍ପ ମଞ୍ଜୁର କରାଯାଇଛି। ମହନଦୀରେ ପାଣି ରହୁନଥିବାରୁ ଏହିସବୁ ପ୍ରକଳ୍ପ ସବୁର ସଫଳତା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବା ବେଳେ, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହା ଉପରେ ଲକ୍ଷ ଲକ୍ଷ ଲୋକ ନିର୍ଭର କରନ୍ତି। ମହାନଦୀ ଶୁଖିଲା ପଡ଼ିବା ଫଳରେ କଣ୍ଟିଲୋ ଅଞ୍ଚଳର ମତ୍ସ୍ୟଜୀବୀ ମଧ୍ୟ କୌଳିକ ବୃତ୍ତି ହରାଉଛନ୍ତି। ଏଭଳି ଜଟିଳ ସମସ୍ୟାର ସମାଧାନ ଦିଗରେ ସରକାର ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି।

    Share. Facebook Twitter LinkedIn WhatsApp Email
    Previous Articleସ୍ନେହ ବାଣ୍ଟିଲେ ରାଷ୍ଟ୍ରପତି; ଶିମିଳିପାଳରେ ବୁଲିଲେ, ସୌନ୍ଦର୍ଯ୍ୟ ଉପଭୋଗ କଲେ
    Next Article ‘କୋଭିଡ୍‌ ଆଉ ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ନୁହେଁ’
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ନର୍ଗିସ୍‌ଙ୍କୁ ଭିଡିଓ କରିବା ପଡିଲା ମହଙ୍ଗା, ସାଇକେଲ୍‌ରୁ ଗଳିପଡିଲେ ଅଭିନେତ୍ରୀ…

    May 27, 2022

    ଦାହ ପୂର୍ବରୁ ସ୍ବର୍ଗଦ୍ବାରରୁ ଶବ ଗଲା ଡାକ୍ତରଖାନା

    December 23, 2022

    ସତର୍କ ଘଣ୍ଟି ! ମହାରାଷ୍ଟ୍ରରେ ବଢ଼ିଲା ୮୧ ପ୍ରତିଶତ କରୋନା ମାମଲା; ମୁମ୍ୱାଇରେ ଦୁଇଗୁଣ ହେଲା ସଂକ୍ରମଣ

    June 8, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.