ରାଜ୍ୟ

ମନରେଗାରେ ଏମିତି ଚାଲିଛି ହରିଲୁଟ୍‌: ଗଛ ଗୋଟିଏ, ଖର୍ଚ୍ଚ ଲକ୍ଷେ

କେନ୍ଦୁଝର: ଏବେ ବନ ମହୋତ୍ସବ ସପ୍ତାହ ଚାଲିଛି। ସରକାରୀସ୍ତରରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି। କିନ୍ତୁ ଗୋଟିଏ ଗଛ ପାଇଁ ଖର୍ଚ୍ଚ ହୋଇଛି ଲକ୍ଷେ ଟଙ୍କା। ଏହା ଅନେକଙ୍କୁ ବିସ୍ମିତ କରୁଥିଲେ ବି ସତ। ଏମିତି ଘଟଣା ଦେଖିବାକୁ ମିଳିଛି ପାଟଣା ବ୍ଲକ୍‌ ଚେମଣା ଗ୍ରାମରେ। ଏହି ଗ୍ରାମରେ ମନରେଗା ଯୋଜନାରେ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଏହାର ଗୋଟିଏ ଉଦାହରଣ ମାତ୍ର। ମନରେଗା ଯୋଜନାରେ କେଉଁଠି ମାଟି ‌ମେସିନରେ ଖୋଳି ବିଲ୍‌ ହୋଇଥାଏ ତ କେଉଁଠି ପୁରୁଣା କ୍ଷେତପୋଖରୀକୁ ନୂଆ ଦର୍ଶାଇ ମଷ୍ଟର ରୋଲ ଖୋଲା ଯାଇଥାଏ।  ପାଟଣା ବ୍ଳକ୍‌ ଚେମଣା ପଞ୍ଚାୟତର ବୃକ୍ଷରୋପଣ କାର୍ଯ୍ୟକୁ ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଅନୁସନ୍ଧାନରୁ ସମଗ୍ର କାମରେ କିଭଳି କୋଟିକୋଟି ଟଙ୍କା ହରିଲୁଟ ହେଉଛି ତାହ ସ୍ପଷ୍ଟ ହୋଇଛି।
ପାଟଣା ବ୍ଲକ‌୍‌ର ୨୦ଟି ପଞ୍ଚାୟତ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ମୋଟ ୩୮ କୋଟି ୮୮ ଲକ୍ଷ ଟଙ୍କାର ବିଲ୍‌ ହୋଇଛି।

ଏହି ୨୦ଟି ପଞ୍ଚାୟତ ମଧ୍ୟରୁ ଟାଙ୍ଗରପଡା, ତୁରୁମୁଙ୍ଗା, ବୁଢ଼ିକାପୁଡି, ପଲାଣଘାଟି, ଚେମଣା ଭଳି ପଞ୍ଚାୟତରେ ସର୍ବାଧିକ ଅର୍ଥ ଖର୍ଚ୍ଚ ହୋଇଛି। ମନରେଗା ଅର୍ଥ କିଭଳି ଖର୍ଚ୍ଚ ହୋଇଛି, ଚେମଣାର ବୃକ୍ଷରୋପଣ କାମର  ଗୋଟିଏ ଉଦାହରଣ ପରଖିଥିଲା ସମ୍ବାଦ ଟିମ୍‌। ଗ୍ରାଉଣ୍ଡ ଜିରୋରୁ ଯେଉଁ ତଥ୍ୟ ମିଳିଲା ତାହା ବିସ୍ମିତ କଲାଭଳି। ‌ ତଥ୍ୟ ଅନୁସା‌ରେ, ୨୦୨୦-୨୧ ଆର୍ଥିକ ବର୍ଷରେ ଚେମଣା ପଞ୍ଚାୟତର ‌ମନରେଗା କାମରେ ମୋଟ୍‌ ୨ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିମଧ୍ୟରୁ ଚେମଣା ବଣସାହିଠୁ ଆର୍‌ଡି ରୋଡ ପର୍ଯ୍ୟନ୍ତ ଏବଂ ଜାତୀୟ ରାଜପଥ-୪୯ଠୁ ଚେମଣା ପୋଷ୍ଟ ଅଫିସ ପର୍ଯ୍ୟନ୍ତ ବୃକ୍ଷରୋପଣ ଅନ୍ୟତମ ଥିଲା। ବଣସାହିରୁ ଆର୍‌ଡି ରୋଡ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ରାସ୍ତା ପାର୍ଶ୍ବରେ ଗଛ ଲାଗିବା ପାଇଁ ୧ ଲକ୍ଷ ଟଙ୍କା ବିଲ୍‌ ହୋଇଛି। ଏହି ରାସ୍ତା ପାର୍ଶ୍ବରେ ୨୦୦୦ରୁ ଅଧିକ ଗଛ ଲାଗିଥିବା ନେଇ ତଥ୍ୟ ରହିଛି। କିନ୍ତୁ ବାସ୍ତବ କଥା ହେଉଛି, ଏହି ରାସ୍ତାର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ମାତ୍ର ଗୋଟିଏ ୪ ଫୁଟିଆ ଶାଗୁଆନ ଗଛ ରାସ୍ତା ପାର୍ଶ୍ବରେ ରହିଛି। ଅର୍ଥାତ ଏହି ରାସ୍ତା ପାର୍ଶ୍ବରେ ଗୋଟିଏ ଗଛ ପାଇଁ ସରକାରରୀ ତହବିଲରୁ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ସେହିପରି ‌ଚେମଣା ପୋଷ୍ଟ ଅଫିସ୍‌ଠାରୁ ଜାତୀୟ ରାଜପଥ-୪୯ ପର୍ଯ୍ୟନ୍ତ ଗାଁ ରାସ୍ତା ପାର୍ଶ୍ବରେ ମଧ୍ୟ ସେହି ବର୍ଷ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ବୃକ୍ଷରୋପଣ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି। ମାତ୍ର ଆଜିକାର ସ୍ଥିତି ହେଉଛି ସେଠାରେ ଗୋଟିଏ ବି ଗଛ ନାହିଁ। ଏହି ପଞ୍ଚାୟତରେ ମନରୋଗା କାମରେ ବର୍ଷା ଜଳ ଅମଳ ପ୍ରକଳ୍ପଠୁ ଆରମ୍ଭ କରି ଜମି ଉନ୍ନତୀକରଣ ନାଁରେ ବ୍ୟାପକ ହରିଲୁଟ୍‌ ହୋଇଛି। ଏ ସଂପର୍କରେ ସ୍ଥାନୀୟ ଜିଆରଏସ୍‌ ହରେକୃଷ୍ଣ ମହାନ୍ତଙ୍କୁ ପଚାରିବାରୁ ସେ କହିଥିଲେ, ଗଛ ଲାଗିଥିଲା। କିନ୍ତୁ ଚୋରି ହୋଇଗଲା। ଜିଆରଏସ୍‌ଙ୍କ କଥାକୁ ସ୍ଥାନୀୟ ବାସିନ୍ଦା ନିରାକାର ମହାନ୍ତ ଖଣ୍ଡନ କରି କହିଛନ୍ତି, ଚେମଣାରେ ବନ ବିଭାଗର ସେଣ୍ଟ୍ରାଲ ନର୍ସରୀ ରହିଛି। ଏଠାରେ ମାଗଣାରେ ଗଛ ଯାହାକୁ ଯେତେ। ଏଭଳି ସ୍ଥଳେ ଗଛ କିଏ ଓ କାହିଁକି ଚୋରି କରିବ ବୋଲି ସେ କହିଛନ୍ତି। ଏଠାରେ କେବଳ ହରିଲୁଟ୍‌ ପାଇଁ ଗଛ ଳଗାଯାଇଥିଲା ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।