Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ମଧ୍ୟବିତ୍ତଙ୍କ ଉପରେ ଚାଉଳ ଦର ମାଡ଼: ବଳକା ରାଜ୍ୟରେ ୩୩୦୦ରେ ବିକ୍ରି, ଏକାଥରେ ୭୦୦ ବୃଦ୍ଧି
    ରାଜ୍ୟ

    ମଧ୍ୟବିତ୍ତଙ୍କ ଉପରେ ଚାଉଳ ଦର ମାଡ଼: ବଳକା ରାଜ୍ୟରେ ୩୩୦୦ରେ ବିକ୍ରି, ଏକାଥରେ ୭୦୦ ବୃଦ୍ଧି

    NewsLaxmi7By NewsLaxmi7July 12, 2023Updated:July 12, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା। କିନ୍ତୁ ଦରରେ ମାଡ଼ ଖାଉଛନ୍ତି ମଧ୍ୟବିତ୍ତ। ଦୁଇମାସରୁ ଊର୍ଦ୍ଧ୍ବ ସମୟ ହେଲା, ଖୋଲା ବଜାରରେ କମନ୍‌ ଗ୍ରେଡ୍‌ ଚାଉଳ କ୍ବିଣ୍ଟାଲ ପ୍ରତି ୩୩୦୦ ଟଙ୍କାରେ ବିକ୍ରି ହେଉଛି। ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ଦର ଏକାଥରେ ୭୦୦ ଟଙ୍କା ବଢ଼ିବା ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। କୃଷି ବିଭାଗର ସୂଚନା ଅନୁସାରେ, ୨୦୦୦ ମସିହାରେ ଓଡ଼ିଶାରେ ବାର୍ଷିକ ୪୬.୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉତ୍ପାଦିତ ହେଉଥିଲା।  ୨୦୨୨ ମସିହାରେ ଏହା ଅଢ଼େଇ ଗୁଣ ବୃଦ୍ଧି ପାଇ ୧୧୫ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି। ପୂର୍ବରୁ ହେକ୍ଟର ପ୍ରତି ୧୦.୪୧ କ୍ବିଣ୍ଟାଲ ଚାଉଳ ଉତ୍ପାଦିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଏହା ୨୯.୦୯ କ୍ବିଣ୍ଟାଲରେ ପହଞ୍ଚିଛି। ସ୍ଥିତି ଏଭଳି ଯେ ଓଡ଼ିଶା ପଡ଼ୋଶୀ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁକୁ ଚାଉଳ ପଠାଏ। କିନ୍ତୁ ରାଜ୍ୟ ଚାଉଳ ଦର ଏକାଥରେ ୭୦୦ ଟଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ଏହା ନିୟନ୍ତ୍ରଣ ହେବାର ନାଁ ଧରୁନି। କେବଳ ୩୩୦୦ ଟଙ୍କା ନୁହେଁ, ଆହୁରି କିଛି ସାଧାରଣ ପ୍ରକାର ଚାଉଳ ୫୦୦୦ରୁ ୭୦୦୦ ଟଙ୍କା ମଧ୍ୟରେ ମଧ୍ୟ ବିକ୍ରି ହେଉଛି। ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ଦାରିଦ୍ର୍ୟ ସୀମାରେଖା ତଳ ପରିବାରଙ୍କୁ ସରକାର ମାଗଣାରେ ଚାଉଳ ଯୋଗାଣ କରନ୍ତି। ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହାବାଦ୍‌ ରାଜ୍ୟରେ ବଡ଼ ନିମ୍ନମଧ୍ୟବିତ୍ତ ବର୍ଗ ଅଛନ୍ତି, ଯେଉଁମାନଙ୍କ ମାସିକ ଆୟ ଅଧିକ ନୁହେଁ ଏବଂ ଚାଉଳ ସେମାନଙ୍କ ମୁଖ୍ୟ ଖାଦ୍ୟ। ଏହାର ଦର ଏଭଳି ରହିବା ସମସ୍ତଙ୍କୁ ବାଧୁଛି।

    ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡାଙ୍କ ଅନୁସାରେ, ଗତବର୍ଷ ଓଡ଼ିଶାରେ ୧୦ ପ୍ରତିଶତ ଅଧିକ ଉତ୍ପାଦନ ହୋଇଥିଲା। ଏହା ସତ୍ତ୍ବେ ଅଧିକାଂଶ ଧାନ ବାହାର ରାଜ୍ୟକୁ ଚାଲିଗଲା। ମିଲ୍‌ ମାଲିକମାନେ ଏମ୍‌ଏସ୍‌ପି ୨୧୮୩ ଟଙ୍କାରେ ଧାନ କ୍ରୟ କରୁଛନ୍ତି। ତେଣୁ ସେହି ଅନୁଯାୟୀ ବ୍ୟବସାୟୀଙ୍କୁ ଅଧିକ ଦରରେ ବିକ୍ରି କଲେ, ଯାହାର ପ୍ରଭାବ ଖାଉଟି ଉପରେ ପଡ଼ୁଛି। ବିଭିନ୍ନ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ, ଚାଉଳ ଏକ ଅତ୍ୟାବଶ୍ୟକ ଖାଦ୍ୟ ହୋଇଥିବାରୁ ଖୋଲା ବଜାରରେ ଏହାର ଦର ଏଭଳି ବେଲଗାମ ହେବା ଉଚିତ ନୁହେଁ। ଏଫସିଆଇର ସୂଚନା ଅନୁସାରେ, ଦର ନିୟନ୍ତ୍ରିତ କରିବା ପାଇଁ ଏଫସିଆଇ ପକ୍ଷରୁ ଖୋଲା ବଜାରରେ ବଳକା ଧାନ ଏବଂ ଗହମ ବିକ୍ରି ହେବ। ୧୭ଟି କେନ୍ଦ୍ରରେ ଅତିରିକ୍ତ ୨୧ ହଜାର ୨୦୦ ମେଟ୍ରିକ ଟନର ଗହମ ଏବଂ ୧୦ ହଜାର ମେଟ୍ରିକ ଟନର ଧାନ ଇ-ନିଲାମ ମାଧ୍ୟମରେ ଏହା ବିକ୍ରି ହେବ। ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ପ୍ରତି ସପ୍ତାହରେ ଛୋଟ ବ୍ୟବସାୟୀଙ୍କ ଦ୍ବାରା ବିକ୍ରି ହେବ।

    Share. Facebook Twitter LinkedIn WhatsApp Email
    Previous Articleଦିବ୍ରୁଗଡ଼-କନ୍ୟାକୁମାରୀ ସୁପରଫାଷ୍ଟ୍‌ରେ ଅଗ୍ନିକାଣ୍ଡ: ‘ବ୍ରେକ୍‌ ସୁ’ରୁ ବାହାରିଲା ଧୂଆଁ
    Next Article ଦ୍ରୁତଗାମୀ ଟ୍ରକ୍‌ ଚାପାରେ ୫୦ ମେଣ୍ଢା ମୃତ; ମେଣ୍ଢା ଜଗୁଆଳର ୫ ଲକ୍ଷ ଟଙ୍କା କ୍ଷତି
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଏଥର IPL ଖେଳିବେ ସୁରେଶ ରୈନା ! ଏହି ଟିମ୍‌ର ଜର୍ସିରେ ଆସିବେ ନଜର

    March 2, 2022

    ରାଜ୍ୟରେ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସବୁ ଓମିକ୍ରନ୍ ଭାରିଆଣ୍ଟର : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

    June 21, 2022

    ସ୍କୁଲ ଲାଇବ୍ରେରି ବହି କିଣାରେ ରହୁନି ସ୍ବଚ୍ଛତା! ଟେଣ୍ଡର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରକାଶକ

    May 20, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.