ରାଜ୍ୟ

ମଧ୍ୟବିତ୍ତଙ୍କ ଉପରେ ଚାଉଳ ଦର ମାଡ଼: ବଳକା ରାଜ୍ୟରେ ୩୩୦୦ରେ ବିକ୍ରି, ଏକାଥରେ ୭୦୦ ବୃଦ୍ଧି

ଭୁବନେଶ୍ବର: ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା। କିନ୍ତୁ ଦରରେ ମାଡ଼ ଖାଉଛନ୍ତି ମଧ୍ୟବିତ୍ତ। ଦୁଇମାସରୁ ଊର୍ଦ୍ଧ୍ବ ସମୟ ହେଲା, ଖୋଲା ବଜାରରେ କମନ୍‌ ଗ୍ରେଡ୍‌ ଚାଉଳ କ୍ବିଣ୍ଟାଲ ପ୍ରତି ୩୩୦୦ ଟଙ୍କାରେ ବିକ୍ରି ହେଉଛି। ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ଦର ଏକାଥରେ ୭୦୦ ଟଙ୍କା ବଢ଼ିବା ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। କୃଷି ବିଭାଗର ସୂଚନା ଅନୁସାରେ, ୨୦୦୦ ମସିହାରେ ଓଡ଼ିଶାରେ ବାର୍ଷିକ ୪୬.୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉତ୍ପାଦିତ ହେଉଥିଲା।  ୨୦୨୨ ମସିହାରେ ଏହା ଅଢ଼େଇ ଗୁଣ ବୃଦ୍ଧି ପାଇ ୧୧୫ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି। ପୂର୍ବରୁ ହେକ୍ଟର ପ୍ରତି ୧୦.୪୧ କ୍ବିଣ୍ଟାଲ ଚାଉଳ ଉତ୍ପାଦିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଏହା ୨୯.୦୯ କ୍ବିଣ୍ଟାଲରେ ପହଞ୍ଚିଛି। ସ୍ଥିତି ଏଭଳି ଯେ ଓଡ଼ିଶା ପଡ଼ୋଶୀ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁକୁ ଚାଉଳ ପଠାଏ। କିନ୍ତୁ ରାଜ୍ୟ ଚାଉଳ ଦର ଏକାଥରେ ୭୦୦ ଟଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ଏହା ନିୟନ୍ତ୍ରଣ ହେବାର ନାଁ ଧରୁନି। କେବଳ ୩୩୦୦ ଟଙ୍କା ନୁହେଁ, ଆହୁରି କିଛି ସାଧାରଣ ପ୍ରକାର ଚାଉଳ ୫୦୦୦ରୁ ୭୦୦୦ ଟଙ୍କା ମଧ୍ୟରେ ମଧ୍ୟ ବିକ୍ରି ହେଉଛି। ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ଦାରିଦ୍ର୍ୟ ସୀମାରେଖା ତଳ ପରିବାରଙ୍କୁ ସରକାର ମାଗଣାରେ ଚାଉଳ ଯୋଗାଣ କରନ୍ତି। ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହାବାଦ୍‌ ରାଜ୍ୟରେ ବଡ଼ ନିମ୍ନମଧ୍ୟବିତ୍ତ ବର୍ଗ ଅଛନ୍ତି, ଯେଉଁମାନଙ୍କ ମାସିକ ଆୟ ଅଧିକ ନୁହେଁ ଏବଂ ଚାଉଳ ସେମାନଙ୍କ ମୁଖ୍ୟ ଖାଦ୍ୟ। ଏହାର ଦର ଏଭଳି ରହିବା ସମସ୍ତଙ୍କୁ ବାଧୁଛି।

ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡାଙ୍କ ଅନୁସାରେ, ଗତବର୍ଷ ଓଡ଼ିଶାରେ ୧୦ ପ୍ରତିଶତ ଅଧିକ ଉତ୍ପାଦନ ହୋଇଥିଲା। ଏହା ସତ୍ତ୍ବେ ଅଧିକାଂଶ ଧାନ ବାହାର ରାଜ୍ୟକୁ ଚାଲିଗଲା। ମିଲ୍‌ ମାଲିକମାନେ ଏମ୍‌ଏସ୍‌ପି ୨୧୮୩ ଟଙ୍କାରେ ଧାନ କ୍ରୟ କରୁଛନ୍ତି। ତେଣୁ ସେହି ଅନୁଯାୟୀ ବ୍ୟବସାୟୀଙ୍କୁ ଅଧିକ ଦରରେ ବିକ୍ରି କଲେ, ଯାହାର ପ୍ରଭାବ ଖାଉଟି ଉପରେ ପଡ଼ୁଛି। ବିଭିନ୍ନ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ, ଚାଉଳ ଏକ ଅତ୍ୟାବଶ୍ୟକ ଖାଦ୍ୟ ହୋଇଥିବାରୁ ଖୋଲା ବଜାରରେ ଏହାର ଦର ଏଭଳି ବେଲଗାମ ହେବା ଉଚିତ ନୁହେଁ। ଏଫସିଆଇର ସୂଚନା ଅନୁସାରେ, ଦର ନିୟନ୍ତ୍ରିତ କରିବା ପାଇଁ ଏଫସିଆଇ ପକ୍ଷରୁ ଖୋଲା ବଜାରରେ ବଳକା ଧାନ ଏବଂ ଗହମ ବିକ୍ରି ହେବ। ୧୭ଟି କେନ୍ଦ୍ରରେ ଅତିରିକ୍ତ ୨୧ ହଜାର ୨୦୦ ମେଟ୍ରିକ ଟନର ଗହମ ଏବଂ ୧୦ ହଜାର ମେଟ୍ରିକ ଟନର ଧାନ ଇ-ନିଲାମ ମାଧ୍ୟମରେ ଏହା ବିକ୍ରି ହେବ। ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ପ୍ରତି ସପ୍ତାହରେ ଛୋଟ ବ୍ୟବସାୟୀଙ୍କ ଦ୍ବାରା ବିକ୍ରି ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।