Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ମଣ୍ଡି ବଦଳରେ ଛତିଶଗଡ଼ ଯାଉଛି ଧାନ: ଚାଲାଣ ହୋଇ ସାରିଲାଣି ୩୦%, ଦଲାଲ ଦେଉଛନ୍ତି ଏମ୍‌ଏସ୍‌ପି ମୂଲ୍ୟ
    ରାଜ୍ୟ

    ମଣ୍ଡି ବଦଳରେ ଛତିଶଗଡ଼ ଯାଉଛି ଧାନ: ଚାଲାଣ ହୋଇ ସାରିଲାଣି ୩୦%, ଦଲାଲ ଦେଉଛନ୍ତି ଏମ୍‌ଏସ୍‌ପି ମୂଲ୍ୟ

    NewsLaxmi7By NewsLaxmi7November 25, 2022No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବରଗଡ଼/ନୂଆପଡ଼ା: ପଦ୍ମପୁର ଉପଖଣ୍ଡରେ ଉପନିର୍ବାଚନ ତାତି! ସାଧାରଣ ଜନତାଙ୍କଠାରୁ ରାଜନୈତିକ ନେତା, ସମସ୍ତେ ଏବେ ପ୍ରଚାରରେ ମାତିଛନ୍ତି। ଏପରିସ୍ଥଳରେ, ଧାନକିଣାକୁ ନେଇ ଏକ ବାସ୍ତବ ଚିତ୍ର ସାମ୍‌ନାକୁ ଆସିଛି। ଉପଖଣ୍ଡର ବିଭିନ୍ନ ଅଞ୍ଚଳର ବିଲରୁ ପ୍ରାୟ ୮୦ ପ୍ରତିଶତ ଧାନ କଟି ସାରିଲାଣି। କିନ୍ତୁ, ମଣ୍ଡିରେ ଧାନ ନଥିବା ବେଳେ ୩୦ ପ୍ରତିଶତ ଛତିଶଗଡ଼କୁ ଚାଲାଣ ହୋଇସାରିଲାଣି। କେବଳ ବରଗଡ଼ ଜିଲ୍ଲାର ପଦ୍ମଖଣ୍ଡ କାହିଁକି, ପଶ୍ଚିମ ଓଡ଼ିଶାର ଅନ୍ୟ କେତେକ ଅଞ୍ଚଳରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି।

    ପଦ୍ମପୁର ଉପଖଣ୍ଡରେ ନଭେମ୍ବର ପହିଲାରୁ ଖରିଫ୍‌ ଧାନ ଅମଳକ୍ଷମ ହୋଇଥାଏ। ଏହିଦୃଷ୍ଟିରୁ ନଭେମ୍ବର ପ୍ରଥମାର୍ଦ୍ଧରୁ ଜିଲ୍ଲାରେ ଖରିଫ୍‌ ଧାନକିଣା ଆରମ୍ଭ ହୋଇଥାଏ। କିନ୍ତୁ, ଏଥର ବିଳମ୍ବରେ ଧାନକିଣା ଚାଷୀଙ୍କୁ କ୍ଷତି ପହଁଚାଇଛି। ‘ସମ୍ବାଦ ଗ୍ରାଉଣ୍ଡଜିରୋ’ରୁ ହସ୍ତଗତ ତଥ୍ୟ ଅନୁସାରେ, ପଦ୍ମପୁର ଉପଖଣ୍ଡରେ ନଭେମ୍ବର ମାସ ପହିଲାରୁ ୩୦% ଖରିଫ୍‌ ଧାନ ଅମଳ ହୋଇସାରିଥିଲା। କିନ୍ତୁ, ଗତ ୨୧ ତାରିଖରେ ଧାନମଣ୍ଡି ଖୋଲିଛି। ଏହି ସମୟ ବ୍ୟବଧାନ ମଧ୍ୟରେ ଚାଷୀ ବାଧ୍ୟହୋଇ ଅମଳ କରିଥିବା ଧାନ ସ୍ବଳ୍ପଦରରେ ମିଲର୍ସକୁ ଟେକିଦେଉଛି। ଚାଷୀଙ୍କ କହିବାନୁସାରେ, ତାଙ୍କ ଭଳି ଉପଖଣ୍ଡର ବହୁଚାଷୀ ଦଲାଲଙ୍କୁ ଧାନ ପଠାଇଛନ୍ତି। ଚଳିତବର୍ଷ ମଣ୍ଡି ଖୋଲିବା ଦିନରୁ ଧାନ ବିକ୍ରି ସ୍ବାଭାବିକ ହୋଇନାହିଁ। ଚାଷୀଙ୍କୁ ଉତ୍ପାଦିତ ଧାନ ହିସାବରେ ଟୋକନ୍‌ ମିଳିନାହିଁ। ତେଣୁ, ଚାଷୀ ଛତିଶଗଡ଼ର ଦଲାଲଙ୍କୁ ଏମ୍‌ଏସ୍‌ପି ମୂଲ୍ୟରେ ଧାନ ଦେବାକୁ କୁଣ୍ଠାବୋଧ କରୁନଥିବା ସେ ‘ସମ୍ବାଦ’କୁ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଛତିଶଗଡ଼ରେ କ୍ବିଣ୍ଟାଲ ପିଲା ଧାନଦର ୨୫ଶହ ଟଙ୍କା ଥିବାବେଳେ ସେହି ରାଜ୍ୟର ଦଲାଲ ଚାଷୀଙ୍କୁ ନିର୍ଦ୍ଧାରିତ ଏମ୍‌ଏସ୍‌ପି ମୂଲ୍ୟ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କା ଦେଇ ଧାନ କିଣୁଛନ୍ତି। ଏଥିରୁ ଦଲାଲ ଭରପୁର ଲାଭ ଉଠାଉଛନ୍ତି, ମାତ୍ର ଉଚିତ ମୂଲ୍ୟରେ ଧାନ ବିକ୍ରି ହେଉଥିବାରୁ ଚାଷୀମାନେ ଧାନ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

    ଏ ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ପାଇକମାଳ ବ୍ଲକ୍‌ ବୁଖୁରାମୁଣ୍ଡା, ପଲସେନ, ଲୁହାରପାଲି, ଗମ୍ଭାରିଡିହି ଆଦି ଗାଁର ଚାଷୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନାରୁ ଜଣାପଡ଼ିଛି ଯେ ଏହସବୁ ସ୍ଥାନରେ ୯୦ ପ୍ରତିଶତ ବିଲରେ ଧାନ କଟି ସାରିଛି। କିନ୍ତୁ, ଧାନ ମଣ୍ଡି ବଦଳରେ ଛତିଶଗଡ଼ ଯାଇଛି।
    କେବଳ ବରଗଡ଼ରେ କାହିଁକି, ନୂଆପଡ଼ା ଜିଲ୍ଲାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ବିଳମ୍ବ‌ରେ ମଣ୍ଡି ଖୋଲିବାର ସୁଯୋଗ ନେଇ ଛତିଶଗଡ଼ ଧାନ ବେପାରୀମାନେ କମ୍‌ ମୂଲ୍ୟରେ ଧାନ କିଣି ନେଉଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାରେ ଆସନ୍ତା ୩୦ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleଖୁବ୍‌ଶୀଘ୍ର ଆସିବ ନୂଆ ଆପାର୍ଟମେଣ୍ଟ ମାଲିକାନା ଆଇନ
    Next Article ବିଧାୟକ ଦଳ ବୈଠକ: କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିବ ବିଜେଡି
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ନଟରାଜନଙ୍କ ସଫଳ ଅସ୍ତ୍ରୋପଚାର, ବିସିସିଆଇକୁ ଦେଲେ ଧନ୍ୟବାଦ

    April 28, 2021

    ମହାରାଷ୍ଟ୍ରର ନୂଆ ସିଏମ୍‌ଙ୍କର ପ୍ରଶଂସା କଲେ କଙ୍ଗନା, କହିଲେ-ପାପ ବଢିଗଲେ ବିନାଶ ହୁଏ

    July 1, 2022

    ନୂଆ ଜର୍ସିରେ ଦିଲ୍ଲୀ କ୍ୟାପିଟାଲ୍‌ସ

    March 16, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.