ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୁଣି କୁମ୍ଭୀର ଆତଙ୍କ। ବ୍ରାହ୍ମଣୀ ନଦୀରେ ସ୍ନାନ କରିବା ବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଟାଣିନେଇଛି କୁମ୍ଭୀର। ପୀଡ଼ିତ ହେଲେ ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁର ଅଭୟ ରାଉତ ବୋଲି ଜଣାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଛି। ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଏବେ ସ୍ଥାନୀୟ ଲୋକଙ୍କ ସହାୟତାରେ ବନବିଭାଗ ଦ୍ୱାରା ଖୋଜାଖୋଜି ଜାରି ରହିଛି। ରପୋର୍ଟ ଲେଖା ହେବା ଯାଏ ଅଭୟଙ୍କର କୌଣସି ପତ୍ତା ମିଳିନାହିଁ। ଏହା ଆଗରୁ ରାଜନଗରରେ ଏଭଳି ୪ଜଣଙ୍କୁ କୁମ୍ଭୀର ଟାଣିନେଇ ମାରି ଖାଇଛି। ଏହା ପଞ୍ଚମ ଘଟଣା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
ଏଣେ ଏକମାତ୍ର ସମୁଦ୍ର ବେଳାଭୂମି ପେଣ୍ଠ ମୁଖ୍ୟ ରାସ୍ତାରେ ବଉଳା କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଖଣ୍ତାମରା-ପେଣ୍ଠ ଢଳେଇ ରାସ୍ତା ଉପରେ ଗତରାତିରେ ଏହି କୁମ୍ଭୀର ବୁଲୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଯୁବକମାନଙ୍କ ପାଟି ଶୁଣି କୁମ୍ଭୀରଟି ରାସ୍ତା ନିକଟରେ ଥିବା ନାଳକୁ ଚାଲି ଯାଇଥିଲା। ପ୍ରାୟ ୪ ଫୁଟ୍ ଲମ୍ବର ଏହି କୁମ୍ଭୀରଟି ରାସ୍ତା ଉପରେ ଚାଲୁଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
Trending
- ବ୍ୟାଙ୍କ୍ ମ୍ୟାନେଜରଙ୍କୁ ପୁଲିସର ପଚରାଉଚରା ଜାରି: ନିଖୋଜ ପଛର ରହସ୍ୟରୁ ପରଦା ହଟିବ କେବେ?
- ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ: ସିଏମଓ କହିଲେ କଣ କେବଳ ଜଣେ ବ୍ୟକ୍ତିଙ୍କୁ ବୁଝାଏ?
- ଅଧାରୁ ଅଶାନ୍ତ: ଜୟନାରାୟଣଙ୍କ ମନ୍ତବ୍ୟ ନେଇ ବିବାଦ
- ଡେଙ୍ଗୁ ମଶାର ଚରିତ୍ର ବଦଳିଲା ରାତିରେ ବି କାମୁଡ଼ୁଛନ୍ତି: ଡେଙ୍ଗୁ ବଢ଼ିବା ପଛରେ ଏଡିସ୍ ଆଲ୍ବୋପିକ୍ଟସ୍ ମଶା
- ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ଜାରି ହେବ ସମନ
- ସରକାରୀ ଶିକ୍ଷାର ବିକଳ ଚିତ୍ର: ସ୍କୁଲରେ ରୋଷେଇ କରୁଛନ୍ତି ପ୍ରାଥମିକ ଶିକ୍ଷକ
- ଉଚ୍ଚଶିକ୍ଷାରେ ଅଧ୍ୟାପକ ସଙ୍କଟକୁ ନେଇ ଉଦ୍ବେଗ: ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ
- ଜିଏସ୍ଟି ଠକେଇର ପେଣ୍ଠ ପାଲଟିଛି ରାଉରକେଲା: ୮.୭୦ କୋଟି ଟଙ୍କା ଠକି ବ୍ୟବସାୟୀ ଗିରଫ
Thursday, September 28