ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ରାହ୍ମଣୀ ନଦୀରେ ସ୍ନାନ କରିବା ବେଳେ ବୟସ୍କଙ୍କୁ ଟାଣିନେଲା କୁମ୍ଭୀର: ମିଳୁନି ପତ୍ତା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୁଣି କୁମ୍ଭୀର ଆତଙ୍କ। ବ୍ରାହ୍ମଣୀ ନଦୀରେ ସ୍ନାନ କରିବା ବେଳେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଟାଣିନେଇଛି କୁମ୍ଭୀର। ପୀଡ଼ିତ ହେଲେ ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁର ଅଭୟ ରାଉତ ବୋଲି ଜଣାଯାଇଛି। ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଛି। ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଏବେ ସ୍ଥାନୀୟ ଲୋକଙ୍କ ସହାୟତାରେ ବନବିଭାଗ ଦ୍ୱାରା ଖୋଜାଖୋଜି ଜାରି ରହିଛି। ରପୋର୍ଟ ଲେଖା ହେବା ଯାଏ ଅଭୟଙ୍କର କୌଣସି ପତ୍ତା ମିଳିନାହିଁ। ଏହା ଆଗରୁ ରାଜନଗରରେ ଏଭଳି ୪ଜଣଙ୍କୁ କୁମ୍ଭୀର ଟାଣିନେଇ ମାରି ଖାଇଛି। ଏହା ପଞ୍ଚମ ଘଟଣା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
ଏଣେ ଏକମାତ୍ର ସମୁଦ୍ର ବେଳାଭୂମି ପେଣ୍ଠ ମୁଖ୍ୟ ରାସ୍ତାରେ ବଉଳା କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ଖଣ୍ତାମରା-ପେଣ୍ଠ ଢଳେଇ ରାସ୍ତା ଉପରେ ଗତରାତିରେ ଏହି କୁମ୍ଭୀର ବୁଲୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଯୁବକମାନଙ୍କ ପାଟି ଶୁଣି କୁମ୍ଭୀରଟି ରାସ୍ତା ନିକଟରେ ଥିବା ନାଳକୁ ଚାଲି ଯାଇଥିଲା। ପ୍ରାୟ ୪ ଫୁଟ୍ ଲମ୍ବର ଏହି କୁମ୍ଭୀରଟି ରାସ୍ତା ଉପରେ ଚାଲୁଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।