ଅପରାଧ ଦେଶ ବିଦେଶ

ବିବାହ କାର୍ଡ ବାଣ୍ଟୁଥିଲେ ଯୁବତୀ, ଅପହରଣ କରି ଗଣଦୁଷ୍କର୍ମ ପରେ ବିକ୍ରି କରିଦେଲେ ଦୁର୍ବୃତ୍ତ…

ନୂଆଦିଲ୍ଲୀ, ୧୦/୦୫: ବିବାହ କାର୍ଡ ବାଣ୍ଟିଲା ବେଳେ ଅପହରଣ । ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ । ପଶୁଭଳି କଲେ ଗଣଦୁଷ୍କର୍ମ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଝାନସୀ ଜିଲ୍ଲାରେ ।

ଯୁବତୀଙ୍କ କହିବାନୁସାରେ, ସେ ନିଜ ବିବାହର କାର୍ଡ ବାଣ୍ଟିବା ପାଇଁ ଯାଉଥିଲେ । ତେବେ ତାଙ୍କୁ ୩ ଜଣ ଅପହରଣ କରିବା ସହ ଗଣଦୁଷ୍କର୍ମ କରିଥିଲେ । ଏହାପରେ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ତାଙ୍କୁ ଏକ ରାଜନୈତିକ ଦଳର ନେତାଙ୍କ ପାଖକୁ ନେଇଥିଲା । ପରେ ତାଙ୍କୁ ଦତିୟା ଜିଲ୍ଲାର ଏକ ଗ୍ରାମରେ ଅନ୍ୟଜଣଙ୍କ ସହ ରହିବାକୁ ବାଧ୍ୟ କରାଯାଇଥିଲା ।

ସେ ଆହୁରି କହିଛନ୍ତି ଯେ, ଏପ୍ରିଲ ୨୧ ତାରିଖରେ ତାଙ୍କର ବିବାହ ହୋଇଥାନ୍ତା । ଏପ୍ରିଲ ୧୮ରେ ସେ ଗାଁରେ ବିବାହ କାର୍ଡ ବାଣ୍ଟୁଥିଲେ । ସେତେବେଳେ ଗ୍ରାମର ୩ ଜଣ ଯୁବକ ତାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ । ତାଙ୍କୁ ଦୁର୍ବୃତ୍ତମାନେ ଭିନ୍ନ ଭିନ୍ନ ସ୍ଥାନରେ ନେଇ ରଖିଥିଲେ । ପରେ ଜଣେ ନେତା ତାଙ୍କୁ ଝାନସୀରେ ରଖିଥିଲେ । ତେବେ କୌଣସିମତେ ଯୁବତୀଜଣଙ୍କ ନିଜ ପିତାଙ୍କୁ ଫୋନ କରି ସମସ୍ତ କଥା କହିଥିଲେ । ପୋଲିସ ସାହାଯ୍ୟରେ ତାଙ୍କୁ ପଥରୀ ଗ୍ରାମରୁ ଉଦ୍ଧାର କରାଯାଇଥିଲା ।

ତହରୋଲୀ ସର୍କଲ ଅଫିସର ଅନୁଜ ସିଂ କହିଛନ୍ତି ଯେ, ପୀଡିତାଙ୍କ ଅଭିଯୋଗ ଆଧାରରେ ଅପହରଣ, ଦୁଷ୍କର୍ମ ଓ ବିକ୍ରି କରିବା ନେଇ ଧାରା ଲାଗିଛି । ମାଜିଷ୍ଟ୍ରେଟଙ୍କ ସାମ୍ନାରେ ତାଙ୍କର ବୟାନ ରେକର୍ଡ ହୋଇଛି । ମାମଲାକୁ ଗୁରୁତର ସହ ତଦନ୍ତ କରାଯାଉଛି । ଏହାସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ