Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ବାଲେଶ୍ବର ଉପକୂଳରୁ ହଜିଗଲେଣି ନାଲି କଙ୍କଡ଼ା
    ରାଜ୍ୟ

    ବାଲେଶ୍ବର ଉପକୂଳରୁ ହଜିଗଲେଣି ନାଲି କଙ୍କଡ଼ା

    NewsLaxmi7By NewsLaxmi7November 26, 2022No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସାମୁଦ୍ରିକ ବେଳାଭୂମିରେ ଅନନ୍ୟ ସୌନ୍ଦର୍ଯ୍ୟ ହେଉଛି ନାଲି କଙ୍କଡ଼ା। ବିଶେଷ କରି ଚାନ୍ଦିପୁର, ପରିଖି, ଡଗରା, ତାଳସାରୀ ଓ ଉଦୟପୁର ବେଳାଭୂମିରେ ଏହି ନାଲିକଙ୍କଡ଼ାଙ୍କୁ ଦେଖିବାକୁ ମିଳିଥାଏ। ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିବା ସହ ଏଠାକାର ପରିବେଶକୁ ମଧ୍ୟ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। ତେବେ ପ୍ରତିକୂଳ ପରିବେଶ ଯୋଗୁ ଏମାନଙ୍କ ସଂଖ୍ୟା ଏବେ ବହୁଳ ଭାବେ ହ୍ରାସ ପାଇବା‌ରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।

    ସ୍ଥାନୀୟଲୋକଙ୍କ କହିବା ଅନୁସାରେ ପୂର୍ବରୁ ବିସ୍ତୀର୍ଣ୍ଣ ବେଳାଭୂମିରେ ଏମାନଙ୍କର ସଂଖ୍ୟା ଢେର ଅଧିକ ଥିଲା। ବେଳାଭୂମିର ଆରମ୍ଭରୁ ୨/୩ କିମି ପର୍ଯ୍ୟନ୍ତ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ସମୁଦ୍ରର ଜୁଆର ଓ ଭଟ୍ଟା ସମୟରେ ଏମାନଙ୍କୁ ଦେଖିବାକୁ ମିଳିଥାଏ। କୁନିକୁନି ଗୋଡ଼ରେ ପାଣି ଆସିବା ମାତ୍ରେ ଏମାନେ ଗାତଖୋଳି ଲୁଚିଯାନ୍ତି ଏବଂ ପାଣି ଛାଡ଼ିଗଲେ ପୁଣିଥରେ ଗାତରୁ ବାହାରି ବାଲି ଉପରକୁ ଆସିଥାନ୍ତି। ବେଳାଭୂମିର ବାଲି ଉପରେ ଯେତେବେଳେ ଏମାନେ ଦଳଦଳ ହୋଇ ଦେଖାଯାଆନ୍ତି ଏକ ନାଲି ଗୋଲାପ ଚାଦରର ଭ୍ରମ ସୃଷ୍ଟି କରିଥାଏ। ବେଳାଭୂମି ଉପରେ ଏହି ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏହି ଅଞ୍ଚଳକୁ ଛୁଟି ଆସନ୍ତି। କିନ୍ତୁ ସମୁଦ୍ର ବେଳାଭୂମିରେ ପ୍ରତିଦିନ ଅବାଧ ଗାଡ଼ିଚାଳନା, ବିସ୍ତୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକମାନେ ବୁଲିବା ବେଳେ ପ୍ଲାଷ୍ଟିକ ଜିନିଷ ପକାଇବା, ସମୁଦ୍ର ଭିତରେ ଅହରହ ମୋଟରବୋଟ୍‌ ଚାଳନା ଓ ମାଛ ଧରିବା ପାଇଁ ଜାଲମାଡ଼ ଯୋଗୁ ଏହି ନାଲିକଙ୍କଡ଼ାଙ୍କ ସଂଖ୍ୟା ଆଉ ପୂର୍ବଭଳି ଦେଖିବାକୁ ମିଳୁନାହାନ୍ତି। ଏନେଇ ଜିଲ୍ଲା ପ୍ରଶାସନ, ବନବିଭାଗ, ସ୍ଥାନୀୟ ଲୋକ ପ୍ରତିନିଧି ଏପରିକି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି।

    ପ୍ରଦୂଷିତ ହେଉଛି ସାମୁଦ୍ରିକ ପରିବେଶ, ହେଉନି କାର୍ଯ୍ୟାନୁଷ୍ଠାନ
    ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦିଆଯାଉନି ଗୁରୁତ୍ବ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
    ସେହିପରି ଇଣ୍ଟର ନ୍ୟାସନାଲ ୟୁନିୟନ ଫର୍‌ କନଞ୍ଜରଭେସନ୍‌ ଅଫ୍‌ ନେଚର(ଆଇୟୁସିଏନ୍‌)ର ବୈଜ୍ଞାନିକ ତଥା ଗବେଷକ ଡକ୍ଟର ସିଦ୍ଧାର୍ଥ ପତି ଏନେଇ କହିଛନ୍ତି, ସାମୁଦ୍ରିକ ପରିବେଶ ସନ୍ତୁଳନ ରଖିବାରେ ନାଲି କଙ୍କଡ଼ା ବା ଅକିପଡ୍‌ ମେକ୍ରୋସେରା ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଯେପରିକି ସମୁଦ୍ର ବେଳାଭୂମିରେ ପଡ଼ୁଥିବା ଜୈବିକ ଆବର୍ଜନାକୁ ନଷ୍ଟ କରିବା ସହ ପରିବେଶ ପ୍ରଦୂଷଣ ରୋକିବାରେ ଏମାନେ ସହାୟକ ହୋଇଥାନ୍ତି। ତେବେ ବର୍ତ୍ତମାନ ସମୁଦ୍ରରେ ମଣିଷକୃତ କେତେକ ଅସୁବିଧା‌ କାରଣରୁ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ନାଲିକଙ୍କଡ଼ାଙ୍କ ସୁରକ୍ଷା ଲାଗି ୨୦୧୩ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମରେ ଅନ୍ତର୍ଭୁକ୍ତ କରିବା ଲାଗି ବନବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏବେ ସୁଦ୍ଧା ସେହି ପ୍ରସ୍ତାବ ଫାଇଲ୍‌ ଭିତରେ ସୀମିତ ରହିଛି। ପରିବେଶ ପାଇଁ ଏଭଳି ଅନୁକୂଳ ବାତାବରଣ ସୃଷ୍ଟି କରୁଥିବା ପ୍ରାଣୀ ଆଗକୁ ବିଲୁପ୍ତ ହେବା ପୂର୍ବରୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ରହିଛି। ଯେମିତିକି ଜିଆଇଏସ୍‌ ମ୍ୟାପିଂ ଦ୍ୱାରା ସେମାନଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବା, ସଂଖ୍ୟା ଆକଳନ ଏବଂ ବେଳାଭୂମିକୁ ପ୍ଲାଷ୍ଟିକମୁକ୍ତ କରିବାର ଆବଶ୍ୟକତା ରହିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସରକାର ବେଳାଭୂମିର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ବ ଦେଉଥିବା ବେଳେ ପ୍ରାକୃତିକ ‌ସୌନ୍ଦର୍ଯ୍ୟ ତଥା ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ନଦେବା ଦୁର୍ଭାଗ୍ୟଜନକ। ଏଦିଗରେ ଆବଶ୍ୟକ ସଚେତନତା ଓ କଟକଣା ଜାରି କରାଗଲେ ନାଲିକଙ୍କଡ଼ାଙ୍କ ସଂଖ୍ୟା ପୁଣିଥରେ ବାଲେଶ୍ବର ଜିଲ୍ଲାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳରେ ପୁଣିଥରେ ବଢ଼ିପାରିବ ବୋଲି ସେ କହିଛନ୍ତି।

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleଶିକ୍ଷା ବିଭାଗର ବିକଳ ଚିତ୍ର: ଗଛମୂଳେ ଚାଲିଛି ପାଠପଢ଼ା
    Next Article ମୁମ୍ୱାଇରେ ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଦୀପଭୀର, ଭିଡିଓରେ ଦେଖନ୍ତୁ ଝଲକ
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଘରେ ସୁଖ ସମୃଦ୍ଧି ନିମନ୍ତେ ଯୁଦ୍ଧିଷ୍ଠିରଙ୍କୁ ଏହି ଉପାୟ ଅବଲମ୍ବନ କରିବାକୁ କହିଥିଲେ ଶ୍ରୀକୃଷ୍ଣ

    October 25, 2020

    କନ୍ୟା ସାଜିଲେ କରିସ୍ମା ତନ୍ନା, ବ୍ରାଇଡାଲ୍ ଲୁକ୍ ରେ ଭାଇରାଲ୍ ହେଉଛି ଫଟୋ

    February 6, 2022

    ଆଜିଠୁ ଓଡବ୍ଲ୍ୟୁଏଲ୍ ରୋମାଞ୍ଚ: ମହିଳା ଫୁଟ୍‌ବଲ୍ ମେଳାରେ ୬ ଦଳ, ୨୮ ଦିନିଆ ପ୍ରତିଯୋଗିତାରେ ୩୦ ମ୍ୟାଚ୍ ଓଡ଼ିଶା ହେବ ବିଶ୍ବକପ୍ ଓ ଏଏଫ୍‌ସି କପ୍ ଆୟୋଜକ

    February 28, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.