ମନୋରଞ୍ଜନ

ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ପାଇଁ ଖାଦ୍ୟ ପହଞ୍ଚାଇଲେ ସଲମାନ, ନିଜେ ଚାଖି ପରଖିଲେ କ୍ୱାଲିଟି

ମୁମ୍ବାଇ ୨୬/୦୪: କରୋନା ବୃଦ୍ଧି ପାଉଥିବାରୁ ସରକାର ଲୋକଙ୍କୁ ଟୀକାକରଣ ବିଷୟରେ ଅବଗତ କରାଉଥିବା ବେଳେ, ସେଲିବ୍ରେଟମାନେ ମଧ୍ୟ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସୋନୁ ସୁଦ, ସୁସ୍ମିତା ସେନଙ୍କ ଭଳି ଷ୍ଟାରମାନଙ୍କ ପରେ ଏବେ ବଲିଉଡ ଅଭିନେତା ସଲମାନ ଖାନ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ସେ ତାଙ୍କ ଫୁଡ୍ ଭ୍ୟାନରେ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ପାଇଁ ଖାଦ୍ୟ ପଠାଇଛନ୍ତି । କେବଳ ଏତିକି ନୁହେଁ, ସଲମାନ ନିଜେ କରୋନା ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଖାଦ୍ୟ ପଠାଇବା ପୂର୍ବରୁ ଖାଦ୍ୟର ସ୍ୱାଦ ପରଖିଛନ୍ତି ।


ସୋସିଆଲ ମିଡିଆରେ ସଲମାନ ଖାନଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଲମାନ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟର କ୍ୱାଲିଟି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଭାଇଜାନଙ୍କ ରୋଷେଇ ଘରେ ୫୦୦୦ ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ କରାଯାଇଥିଲା, ଯାହା ୱାର୍କରଙ୍କୁ ଦିଆଯାଇଥିଲା । ଏହି ସମୟରେ ଅଭିନେତାଙ୍କ ସହ ଶିବସେନାର ଯୁବ ବାହିନୀ ଯୁବ ସେନାର ମୂଳ କମିଟି ସଦସ୍ୟ ରାହୁଲ କନଲ ମଧ୍ୟ ଉପସ୍ଥିତ ଥିଲେ ।

ଗତ ବର୍ଷ ଲକଡାଉନରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ସଲମାନ ମଧ୍ୟ ଆଗକୁ ଆସିଥିଲେ । ସେ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଏବଂ ଦୈନିକ ଶ୍ରମିକଙ୍କ ଆକାଉଣ୍ଟରେ ଟଙ୍କା ଦେଇଥିଲେ । କେବଳ ଏତିକି ନୁହେଁ ସଲମାନ ଅନେକ ପିଲାଙ୍କ ଚିକିତ୍ସା ମଧ୍ୟ କରାଇଛନ୍ତି । ସେ ତାଙ୍କର ବିଙ୍ଗ ହ୍ୟୁମାନ୍ ଏନଜିଓକୁ ଆସୁଥିବା ଟଙ୍କାରେ ସେ ଅନେକ ବିଦ୍ୟାଳୟ ମଧ୍ୟ ପରିଚାଳନା କରୁଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ