ମୁମ୍ବାଇ, ୨୭।୦୪: ଖୁସି ଖବର । କମୁଛି ସଂକ୍ରମଣ । ମୁମ୍ବାଇରେ କାହାରୁଛନ୍ତି କମ୍ ସଂକ୍ରମିତ । ସୋମବାର ମହାରାଷ୍ଟ୍ରରେ ୪୮୭୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇରୁ ମାତ୍ର ୩୭୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୃତ୍ୟୁସଂଖ୍ୟାରେ ବେଶୀ କିଛି ଫରକ୍ ପଡିନାହିଁ । ସୋମବାର ହିଁ ୫୨୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
୩ ସପ୍ତାହ ତଳେ ମୁମ୍ବାଇରେ ୧୧୦୦୦ ଦୈନିକ କେସ୍ ସାମ୍ନାକୁ ଆସୁଥିଲା । ଏବେ କିନ୍ତୁ ଏହା ୩୮୦୦ ତଳେ ରହିଛି । ସହରରେ ସୋମବାର ୬୦୦୦୦ ଜଣଙ୍କୁ ଟିକା ଦିଆଯାଇତିବା ବେଳେ ଗତ ଏପ୍ରିଲ ପହିଲାରୁ ୧୮ ଲକ୍ଷ ଲୋକ ଟିକା ନେଲେଣି ।
ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଶାଶଙ୍କ ଯୋଶୀ କହିଛନ୍ତି ଯେ, ସ୍ଥିତିରେ ସୁଧାର ଆସିଛି । ସଂକ୍ରମଣ ରୋକିବା ପାଇଁ ଯେଉଁ ରଣନୀତି ଆପଣା ଯାଇଛି ତାହା ସଫଳ ହେଉଛି । ମୁମ୍ବାଇରେ ୪୧୦୦୦ ଟେଷ୍ଟିଂରେ ୩୭୯୨ ମାମଲା ଆସୁଛି ।
ସୂଚନାଯୋଗ୍ୟ, ଆର୍ଥିକ ରାଜଧାନୀରେ ଏପ୍ରିଲ ୪ ତାରିଖରେ ୧୧୧୬୩ ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ଗତ କିଛିଦିନ ହେଲା ନୂଆ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଛି । ରବିବାର ୫୫୪୨ଟି ମାମଲା ସାମ୍ନାକୁ ଆସିଥିଲା ।