Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଫୋନ୍‌-ଇନ୍‌-ପ୍ଲିଜ୍‌: ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଘଟଣା, କାର୍ଯ୍ୟାନୁଷ୍ଠାନ ଜରୁରୀ
    ରାଜ୍ୟ

    ଫୋନ୍‌-ଇନ୍‌-ପ୍ଲିଜ୍‌: ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଘଟଣା, କାର୍ଯ୍ୟାନୁଷ୍ଠାନ ଜରୁରୀ

    NewsLaxmi7By NewsLaxmi7May 8, 2023Updated:May 8, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଗତ ୬ ତାରିଖରେ କାର୍ଯ୍ୟକ୍ରମ ହେଉଛି- ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସମେତ ଅନ୍ୟ ଅତିଥିମାନେ ବି ମଞ୍ଚାସୀନ ଥିଲେ। ପୁରସ୍କାର ଓ ସମ୍ବର୍ଦ୍ଧନା ପର୍ବ ଶେଷ ହେବା ପରେ ୧୧.୪୫ ମିନିଟ୍‌ ପାଖାପାଖି ରାଷ୍ଟ୍ରପତି ନିଜର ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିଥିଲେ। ୨-୩ ମିନିଟ୍ ଭାଷଣ ଦେଇଛନ୍ତି କି ନାହିଁ, ହଠାତ୍ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଗଲା। ପ୍ରେକ୍ଷାଳୟ ସାରା ଅନ୍ଧାର ଛାଇଗଲା। କିନ୍ତୁ ଏସି ଓ ସାଉଣ୍ଡ ସିଷ୍ଟମ୍‌ କାମ କରୁଥିଲା। ଏଭଳି ଅକ୍ଷମଣୀୟ ତ୍ରୁଟି ଓଡ଼ିଶା ପାଇଁ ଏକ ଲଜ୍ଜାଜନକ ଘଟଣା। ଏଭଳି ଘଟଣାକୁନେଇ ଚଳିତ ଥର  ସମ୍ବାଦ ‘ଫୋନ୍‌-ଇନ୍‌-ପ୍ଲିଜ’ରେ ଭାଗନେଇ ଅନୁଗୁଳ ଅଞ୍ଚଳର ପାଠକ ଏଭଳି ମତ ରଖିଛନ୍ତି।

    ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଓ ରାଷ୍ଟ୍ରପତି ଏହାର ସାମ୍ବିଧାନିକ ମୁଖ୍ୟ। ସେ ହେଉଛନ୍ତି ଦେଶର ପ୍ରଥମ ନାଗରିକ। ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରଦର୍ଶନ କରି ଅନ୍ଧାରରେ ରଖିବା ଅର୍ଥ ସମସ୍ତ ଦେଶବାସୀଙ୍କୁ ଅନ୍ଧାରରେ ରଖିବା ସଦୃଶ। ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି। ଏଥିପାଇଁ ବିଜୁଳି ବିଭାଗ, ଦାୟିତ୍ବରେ ଥିବା ଆୟୋଜକ, ସମସ୍ତ ପଦାଧିକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ଉଚିତ। ବିଦ୍ୟୁତ୍ କଟିଲେ ତାହାର ବିକଳ୍ପ ବ୍ୟବସ୍ଥା କରିଥିଲେ,ଏଭଳି ଅଘଟଣ ଘଟିନଥାନ୍ତା।
    -ନିର୍ଭୟ କୁମାର ପାଣି,ସଭାପତି, ‘ସମ୍ବାଦ ସାହିତ୍ୟ ଘର, କଣିହାଁ

    ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ହଠାତ୍ ବିଦ୍ୟୁତ ସରବରାହ ବନ୍ଦ ହୋଇଗଲା । ହେଲେ ରାଷ୍ଟ୍ରପତିଙ୍କ ଭାଷଣ ବନ୍ଦ ହୋଇନଥିଲା। ଏହା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମହାନତା କୁହାଯାଇପାରେ। ହେଲେ ସମସ୍ତ ପ୍ରସ୍ତୁତି ଅବ୍ୟବସ୍ଥିତ ଥିଲା। ଏହି ଘଟଣାଟି ତାର ଦୃଷ୍ଟାନ୍ତ। ଏଥିପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଦାୟୀ ଏବଂ ଏହା ଏକ ଅକ୍ଷମଣୀୟ ତ୍ରୁଟି ବୋଲି କୁହାଯାଇପାରେ।
    -ବିନୋଦ ବିହାରୀ ମହାପାତ୍ର, କଇଁଛପଦା, ଛେଣ୍ଡିପଦା

    ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା କେବଳ ଅକ୍ଷମଣୀୟ ତ୍ରୁଟି ନୁହେଁ, ଏହା ଏକ ଲଜ୍ୟାଜନକ ଘଟଣା। ଏଥିପାଇଁ ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ। ଦୋଷୀଙ୍କୁ ଦଣ୍ଡ ମିଳିଲେ ଆଗକୁ ଏପରି ଅପ୍ରୀତିକର ପରିସ୍ଥିତି ଉପୁଜିବ ନାହିଁ।
    -ସିଦ୍ଧେଶ୍ବର ଆଚାର୍ଯ୍ୟ, କଲେଜ୍ ଛକ, ଅନୁଗୁଳ

    ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି। ଏହା ବିଦ୍ୟୁତ୍ ବିଭାଗ ଓ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ଅପାରଗତା ଦର୍ଶାଉଛି। ଯଦି ରାଷ୍ଟ୍ରପତିଙ୍କୁ ଅନ୍ଧାରରେ ରଖାଯାଉଛି ତେବେ ସାଧାରଣ ଲୋକଙ୍କୁ ପଚାରେ କିଏ? ଏଠାରେ ଏନ୍‌ଟିପିସି ଥାଇ ମଧ୍ୟ ଆଖପାଖ ଗାଁ ଅନ୍ଧାରରରେ ରହୁଛି।
    -ଅନଙ୍ଗ ଚରଣ ବେହେରା, ଏନ୍‌ଟିପିସି, କଣିହାଁ

    ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଏକ ଅକ୍ଷମଣୀୟ ତ୍ରୁଟି । ଏପରି ଘଟଣା ଅନ୍ୟ ରାଜ୍ୟରେ ଘଟିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଆନ୍ତା । ଏଥିପାଇଁ ଓଡ଼ିଶା ସରକା ସଂପୂର୍ଣ୍ଣ ରୂପେ ଦାୟୀ। ଭାରତର ରାଷ୍ଟ୍ରପତି ତଥା ଓଡ଼ିଆ ଆଦିବାସୀ ମହିଳାଙ୍କୁ ଓଡ଼ିଶା ସରକାର ଉପଯୁକ୍ତ ସମ୍ମାନ ନ ଜଣାଇ ପାରିବା ଦୁଃଖର ବିଷୟ।
    -ଭାବଗ୍ରାହୀ ସେଠୀ, ଦୁର୍ଗାପୁର, ଛେଣ୍ଡିପଦା

    ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଦ୍ୟୁତ୍‌ କଟିବା ଏକ ଅକ୍ଷମଣୀୟ ତ୍ରୁଟି ନିଶ୍ଚୟ। ଏଥିରେ ଯିଏ ଦୋଷୀ, ସେ ଦଣ୍ତପାଇବା ଉଚିତ।
    -ଲିପୁ ସ୍ବାଇଁ, ଅନୁଗୁଳ

    ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ମହାମହିମ ରାଷ୍ଟ୍ରପତିଙ୍କ ସଭାରେ ବିଦ୍ୟୁତ୍‌ ବିଭ୍ରାଟ ହେବା ତାଙ୍କ ସୁରକ୍ଷାରେ ତ୍ରୁଟି। ଏହା ଦାୟିତ୍ବହୀନ ବିଦ୍ୟୁତ୍‌ ସ˚ସ୍ଥାର ଅକ୍ଷମଣୀୟ ଜାତୀୟ ଅପରାଧ। ଏହି ଘଟଣାର ବିଧିବଦ୍ଧ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଜରୁରି।
    -ରିୟାଜୁଦ୍ଦିନ୍‌ ଅହମ୍ମଦ, ହେମସୁରପଡ଼ା, ଅନୁଗୁଳ

    ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିଯିବା ଏକ ଅକ୍ଷମଣୀୟ ଅପରାଧ। ଦାୟିତ୍ବରେ ଥିବା ଆୟୋଜକମାନେ ନିଶ୍ଚୟ ଦଣ୍ତିତ ହେବା ଦରକାର।
    -ନେତ୍ରାନନ୍ଦ ରାଉତ, ଯୋରନ୍ଦା, ଢେଙ୍କାନାଳ

    Share. Facebook Twitter LinkedIn WhatsApp Email
    Previous Articleକଳାପଥର କେଳେଙ୍କାରୀ: ଅସାଧୁମେଣ୍ଟର ପର୍ଦ୍ଦାଫାସ
    Next Article ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ: ଇତିହାସ ବଦଳାଇବା ଲକ୍ଷ୍ୟରେ ବ୍ରଜ
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ମଡେଲିଂ ଛାଡି ପ୍ରଥମ ଚେଷ୍ଟାରେ ପାଇଥିଲେ ଆଇଏଏସ, ମିସ ଇଣ୍ଡିଆର ହୋଇଥିଲେ ଫାଇନାଲିଷ୍ଟ

    March 2, 2022

    ‘ଇଜ୍ ଅଫ ଡୁଇଙ୍ଗ ବିଜନେସ’ ସଂସ୍କାର ଆଣିବାରେ ଓଡ଼ିଶା ଦେଶର ୭ମ ରାଜ୍ୟ

    December 30, 2020

    କେରଳରେ ଖୋଲିଲା ଶାବରିମାଲା କବାଟ, ସୋମବାରଠାରୁ ପ୍ରତ୍ୟହ ହୋଇପାରିବ ୧ ହଜାର ଭକ୍ତଙ୍କ ଦର୍ଶନ

    November 17, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.