ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ତରଫରୁ ବ୍ଲକ ସମ୍ମୁଖରେ ଧାରଣାରେ ବସି ଦାବି କଲେ । ସତ୍ୟ ନିର୍ଭକ ନିରପେକ୍ଷ ଖବର ଲୋକଲୋଚନକୁ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ଦାବି ଓ ଗିରଫ ସମୟରେ କରାଯାଇଥିବା ଦୁର୍ବ୍ୟବହାର ବିରୋଧ କରି ଆଜି ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ତରଫରୁ ବିଡ଼ିଓ ଙ୍କ ଜରିଆରେ ରାଜ୍ୟ ପାଳ ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି । ଆଜି ସକାଳ ୧୧ ଘଣ୍ଟା ସମୟରେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ ଙ୍କ ନେତୃତ୍ବରେ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, ସାମ୍ବାଦିକ ଉତ୍ତମ ଖମାରୀ,ହୃରଞନ ସେଠୀ,ମନୋଜ କୁମାର ସାହୁ, ସଞ୍ଜୟ ସାହୁ ସହ ଅନ୍ୟାନ୍ୟ ସାମ୍ବାଦିକ ମାନେ ସାମିଲ ହୋଇଥିଲେ । ସାମ୍ବାଦିକ ମାନେ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଅନୁପସ୍ଥିତ ଥିବା ରୁ ହିସାବ ରକ୍ଷକ ଅନୁଗ୍ରହ ସଚିନ ଜାତେ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।