Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ପ୍ରତିବର୍ଷ କୂଳ ଖାଉଛି ମହାନଦୀ: ଅସ୍ତିତ୍ବ ହରାଇବ ମର୍ଜାକୁଦ!
    ରାଜ୍ୟ

    ପ୍ରତିବର୍ଷ କୂଳ ଖାଉଛି ମହାନଦୀ: ଅସ୍ତିତ୍ବ ହରାଇବ ମର୍ଜାକୁଦ!

    NewsLaxmi7By NewsLaxmi7July 10, 2023Updated:July 10, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବୌଦ୍ଧ : ବୌଦ୍ଧ ସହରର ଅବିଚ୍ଛେଦ୍ୟ ଅଙ୍ଗ ମର୍ଜାକୁଦ ଦ୍ବୀପ। ଚାରିପଟରୁ ମହାନଦୀ ଘେରି ରହିଥିବା ବେଳେ ବୌଦ୍ଧଗଡ଼ ଏନ୍‌ଏସିର ଦୁଇଟି ୱାର୍ଡ ଏଠାରେ ରହିଛି। ଆନୁଷ୍ଠାନିକ ଉଦ୍‌ଘାଟନ ହୋଇ ନଥିଲେ ମଧ୍ୟ ୨୦୨୨ ଜୁନ୍‌ ମାସରୁ ମର୍ଜାକୁଦ ସେତୁରେ ଯାତାୟାତ ଆରମ୍ଭ ହୋଇଛି। ବୌଦ୍ଧ ସହରରେ ସରକାରୀ ଜମିର ଅଭାବ ଓ ମର୍ଜାକୁଦରେ ପର୍ଯ୍ୟାପ୍ତ ସରକାରୀ ଜମି ରହିଛି। ଜିଲ୍ଲା ପ୍ରଶାସନର ମାନସ ପ୍ରକଳ୍ପ ପର୍ଯ୍ୟଟନ ଶିଳ୍ପର କେନ୍ଦ୍ରସ୍ଥଳ ଏଠାରେ କରିବା ପାଇଁ ଯୋଜନା କରାଯାଇଛି। ହେଲେ ବିପଦରେ ରହିଛି ମର୍ଜାକୁଦ। ପ୍ରତିବର୍ଷ ବନ୍ୟା ସମୟରେ ମହାନଦୀ ଚାରିପଟରୁ ଖାଇଚାଲିଛି।

    ଅନେକ ଲୋକଙ୍କ ରୟତି ଜମି ଓ ଡିହ ମହାନଦୀ ଗର୍ଭରେ ମିଶିଲାଣି। ଗ୍ରାମର ବୟୋଜ୍ୟେଷ୍ଠଙ୍କ କହିବା ଅନୁସାରେ ସେମାନଙ୍କ ଜୀବଦ୍ଦଶାରେ ସ୍ଥାନ ବିଶେଷରେ ୧୦ ମିଟର ଠାରୁ ୨୦୦ ମିଟର ଭୂଖଣ୍ଡ ମହାନଦୀରେ ମିଶି ସାରିଲାଣି। ଏପରିକି ସେତୁ ନିର୍ମାଣ ହେଉଥିବା ସ୍ଥାନରେ ପୂର୍ବରୁ କୁଲି ସଂପ୍ରଦାୟର ପ୍ରାୟ ୩୦ ପରିବାର ବସବାସ କରୁଥିଲେ। ସେମାନେ ରହୁଥିବା ସ୍ଥାନ ନଦୀ ଗର୍ଭରେ ବିଲୀନ ହେବା ପରେ ଗାଁ ଛାଡ଼ି ପଳାଇ ଯାଇଛନ୍ତି। ଏଭଳି ପରିସ୍ଥିତିରେ ମର୍ଜାକୁଦର ସୁରକ୍ଷା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ପ୍ରତିଷେଧକ ବ୍ୟବସ୍ଥା ନ ଆପଣେଇଲେ ମହାନଦୀ ଗର୍ଭରେ ଲୀନ ହୋଇଯିବ। ଏହାକୁ ନେଇ ୨୦୨୧ ଜୁଲାଇ ୪ ତାରିଖରେ ‘ବିଲୀନ ହୋଇଯିବ ମର୍ଜାକୁଦ’ ଶୀର୍ଷକ ଖବର ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶନ ପରେ ମର୍ଜାକୁଦକୁ ଚାରିପଟରୁ କଂକ୍ରିଟ କାନ୍ଥରେ ସୁରକ୍ଷା ଦିଆଯିବ ବୋଲି ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦମ୍ଭୋକ୍ତି ପ୍ରକାଶ କରିଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ।

    ପରବର୍ତ୍ତୀ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ମଧ୍ୟ ମର୍ଜାକୁଦର ସୁରକ୍ଷା ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଜିଲ୍ଲାପାଳ ପରେ ଜିଲ୍ଲାପାଳ ବଦଳୁଛନ୍ତି। ହେଲେ ମର୍ଜାକୁଦର ସୁରକ୍ଷା ନେଇ କେହି ଚିନ୍ତା କରୁନାହାନ୍ତି। ଗତ ମାସ ୨୭ରେ ମର୍ଜାକୁଦରେ ଜିଲ୍ଲା ପରିଷଦ ଭବନ ନିର୍ମାଣ ପାଇଁ ମନ୍ତ୍ରୀ ପ୍ରଦୀପ ଅମାତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମର୍ଜାକୁଦକୁ ଲାଗି ଅନ୍ୟ ଏକ ଦ୍ବୀପ କୁଲାରିକୁଦ ରହିଛି। କୁଲାରିକୁଦରେ ଇକୋ ଟୁରିଜମ୍‌ ପାର୍କ କରିବା ପାଇଁ ଏନ୍‌ଏସି ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ହେଲେ ଏସବୁ ପୂର୍ବରୁ ମର୍ଜାକୁଦର ଚାରିପଟେ କଂକ୍ରିଟ କାନ୍ଥ ସୁରକ୍ଷିତ କରିବା ଆବଶ୍ୟକତା ରହିଛି।

    Share. Facebook Twitter LinkedIn WhatsApp Email
    Previous Articleହାତୀ ପାଇଁ ଗାଁ ବିସ୍ଥାପିତ: ଗାଁ ଛାଡ଼ି ଚାଲି‌ଗଲେ ୧୨ ପରିବାର, କାଳିଆପାଣି ଗାଁ ଏବେ ଜନଶୂନ୍ୟ
    Next Article ଲକ୍ଷାଧିକ ଟଙ୍କାର ଫ୍ଲାଟ୍‌ ନାହିଁ ଡ୍ରେନେଜ୍‌, ସ୍ବେରେଜ୍‌ ବ୍ୟବସ୍ଥା
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ କାରବାର, ଜଣେ ଯୁବତୀଙ୍କ ସମେତ ୪ ଗିରଫ

    October 4, 2022

    ଏକାବେଳକେ ୧୧୭୦୯ ଆବାସ କାର୍ଯ୍ୟାଦେଶ, ବର୍ଷାଦିନ ଯୋଗୁ ହରଡ଼ଘଣାରେ ହିତାଧିକାରୀ

    July 10, 2023

    ଭୀମଭୋଇ ମେଡିକାଲ୍ କଲେଜ୍ ଛାତ୍ର ମୃତ୍ୟୁ ଘଟଣା: ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ତଲବ

    May 25, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.