ରାଜ୍ୟ

ପ୍ରତିବର୍ଷ କୂଳ ଖାଉଛି ମହାନଦୀ: ଅସ୍ତିତ୍ବ ହରାଇବ ମର୍ଜାକୁଦ!

ବୌଦ୍ଧ : ବୌଦ୍ଧ ସହରର ଅବିଚ୍ଛେଦ୍ୟ ଅଙ୍ଗ ମର୍ଜାକୁଦ ଦ୍ବୀପ। ଚାରିପଟରୁ ମହାନଦୀ ଘେରି ରହିଥିବା ବେଳେ ବୌଦ୍ଧଗଡ଼ ଏନ୍‌ଏସିର ଦୁଇଟି ୱାର୍ଡ ଏଠାରେ ରହିଛି। ଆନୁଷ୍ଠାନିକ ଉଦ୍‌ଘାଟନ ହୋଇ ନଥିଲେ ମଧ୍ୟ ୨୦୨୨ ଜୁନ୍‌ ମାସରୁ ମର୍ଜାକୁଦ ସେତୁରେ ଯାତାୟାତ ଆରମ୍ଭ ହୋଇଛି। ବୌଦ୍ଧ ସହରରେ ସରକାରୀ ଜମିର ଅଭାବ ଓ ମର୍ଜାକୁଦରେ ପର୍ଯ୍ୟାପ୍ତ ସରକାରୀ ଜମି ରହିଛି। ଜିଲ୍ଲା ପ୍ରଶାସନର ମାନସ ପ୍ରକଳ୍ପ ପର୍ଯ୍ୟଟନ ଶିଳ୍ପର କେନ୍ଦ୍ରସ୍ଥଳ ଏଠାରେ କରିବା ପାଇଁ ଯୋଜନା କରାଯାଇଛି। ହେଲେ ବିପଦରେ ରହିଛି ମର୍ଜାକୁଦ। ପ୍ରତିବର୍ଷ ବନ୍ୟା ସମୟରେ ମହାନଦୀ ଚାରିପଟରୁ ଖାଇଚାଲିଛି।

ଅନେକ ଲୋକଙ୍କ ରୟତି ଜମି ଓ ଡିହ ମହାନଦୀ ଗର୍ଭରେ ମିଶିଲାଣି। ଗ୍ରାମର ବୟୋଜ୍ୟେଷ୍ଠଙ୍କ କହିବା ଅନୁସାରେ ସେମାନଙ୍କ ଜୀବଦ୍ଦଶାରେ ସ୍ଥାନ ବିଶେଷରେ ୧୦ ମିଟର ଠାରୁ ୨୦୦ ମିଟର ଭୂଖଣ୍ଡ ମହାନଦୀରେ ମିଶି ସାରିଲାଣି। ଏପରିକି ସେତୁ ନିର୍ମାଣ ହେଉଥିବା ସ୍ଥାନରେ ପୂର୍ବରୁ କୁଲି ସଂପ୍ରଦାୟର ପ୍ରାୟ ୩୦ ପରିବାର ବସବାସ କରୁଥିଲେ। ସେମାନେ ରହୁଥିବା ସ୍ଥାନ ନଦୀ ଗର୍ଭରେ ବିଲୀନ ହେବା ପରେ ଗାଁ ଛାଡ଼ି ପଳାଇ ଯାଇଛନ୍ତି। ଏଭଳି ପରିସ୍ଥିତିରେ ମର୍ଜାକୁଦର ସୁରକ୍ଷା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ପ୍ରତିଷେଧକ ବ୍ୟବସ୍ଥା ନ ଆପଣେଇଲେ ମହାନଦୀ ଗର୍ଭରେ ଲୀନ ହୋଇଯିବ। ଏହାକୁ ନେଇ ୨୦୨୧ ଜୁଲାଇ ୪ ତାରିଖରେ ‘ବିଲୀନ ହୋଇଯିବ ମର୍ଜାକୁଦ’ ଶୀର୍ଷକ ଖବର ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ଖବର ପ୍ରକାଶନ ପରେ ମର୍ଜାକୁଦକୁ ଚାରିପଟରୁ କଂକ୍ରିଟ କାନ୍ଥରେ ସୁରକ୍ଷା ଦିଆଯିବ ବୋଲି ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦମ୍ଭୋକ୍ତି ପ୍ରକାଶ କରିଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ।

ପରବର୍ତ୍ତୀ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ମଧ୍ୟ ମର୍ଜାକୁଦର ସୁରକ୍ଷା ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଜିଲ୍ଲାପାଳ ପରେ ଜିଲ୍ଲାପାଳ ବଦଳୁଛନ୍ତି। ହେଲେ ମର୍ଜାକୁଦର ସୁରକ୍ଷା ନେଇ କେହି ଚିନ୍ତା କରୁନାହାନ୍ତି। ଗତ ମାସ ୨୭ରେ ମର୍ଜାକୁଦରେ ଜିଲ୍ଲା ପରିଷଦ ଭବନ ନିର୍ମାଣ ପାଇଁ ମନ୍ତ୍ରୀ ପ୍ରଦୀପ ଅମାତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମର୍ଜାକୁଦକୁ ଲାଗି ଅନ୍ୟ ଏକ ଦ୍ବୀପ କୁଲାରିକୁଦ ରହିଛି। କୁଲାରିକୁଦରେ ଇକୋ ଟୁରିଜମ୍‌ ପାର୍କ କରିବା ପାଇଁ ଏନ୍‌ଏସି ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ହେଲେ ଏସବୁ ପୂର୍ବରୁ ମର୍ଜାକୁଦର ଚାରିପଟେ କଂକ୍ରିଟ କାନ୍ଥ ସୁରକ୍ଷିତ କରିବା ଆବଶ୍ୟକତା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।