ଲାଇଫ୍ ଷ୍ଟାଇଲ

ପ୍ରତିଦିନ କଦଳୀ ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଏସବୁ ଲାଭ

କଦଳୀକୁ ସବୁଠୁ ସ୍ବାସ୍ଥ୍ୟକର ଫଳ ଭାବେ ଗଣାଯାଇଥାଏ । ଓଜନ ବୃଦ୍ଧି ପାଇଁ କଦଳୀ ଖାଇବା କଥା ସମସ୍ତେ ଜାଣିଛନ୍ତି। କିନ୍ତୁ ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ବି କଦଳୀ ଖାଇ ପାରିବେ।
ଗୋଟିଏ କଦଳୀରେ ୩ଗ୍ରାମ୍ ଫାଇବର ଏବଂ ୧୦୦କ୍ୟାଲୋରୀ ରହିଥାଏ । ଏଥିପାଇଁ କଦଳୀକୁ ସବୁଠୁ ଉତ୍କୃଷ୍ଟ ହାଲୁକା ଭୋଜନ ଭାବେ ଗ୍ରହଣ କରାଯାଇପାରେ। କଦଳୀ ଖାଇବା ଦ୍ବାରା ଶୀଘ୍ର ଭୋକ ଲାଗି ନ ଥାଏ ଏବଂ ଏହା ଭୋକକୁ ନିୟନ୍ତ୍ରଣରେ ରଖିଥାଏ।
ମାନସିକ ସ୍ବାସ୍ଥ୍ୟ ପାଇଁ ଏବଂ ଅବସାଦରୁ ମୁକ୍ତି ପାଇବା ପାଇଁ କଦଳୀ ଖାଇବା ଉଚିତ୍। କେବଳ ଏତିକି ନୁହେଁ, କଦଳୀରେ ପୋଟାସିୟମ୍ ଏବଂ ମାଗ୍ନେସିୟମ୍ ପ୍ରଚୁର ମାତ୍ରାରେ ରହିଥାଏ। କଦଳୀ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
କଦଳୀ ଶରୀରରେ କ୍ୟାଲସିୟମକୁ ଶୋଷିତ କରିବାରେ ସାହାଯ୍ୟ କରିଥାଏ। କ୍ୟାଲସିୟମ୍ ଶରୀରରେ ପହଞ୍ଚିଲେ ହାଡ଼ ମଜବୁତ କରିଥାଏ।
ଶରୀରରେ ଜରୁରୀ ପୋଷକ ତତ୍ତ୍ବ ଏବଂ ଫାଇବରର ସ୍ଥାନ ପୂରଣ କରିବା ପାଇଁ ଦିନକୁ ଗୋଟିଏ କଦଳୀ ନିୟମିତ ଖାଇବା ଉଚିତ୍। ଆପଣ ବ୍ୟାୟାମ କରିବା ପୂର୍ବରୁ କିମ୍ବା ବ୍ୟାୟାମ କରିବା ପରେ କଦଳୀ ଖାଇପାରିବେ।
ପ୍ରତିଦିନ କଦଳୀ ଖାଇବା ଦ୍ବାରା ଚର୍ମ ଲୋଚାକୋଚା ହୋଇ ନଥାଏ। ଏଥିସହିତ ଚର୍ମର ଔଜ୍ବଲ୍ୟ ବୃଦ୍ଧି ପାଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ