ଅପରାଧ ରାଜ୍ୟ

ପୂର୍ବ ବିବାଦରୁ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ, ଥାନାରେ ଅଭିଯୋଗ କଲେ ପତ୍ନୀ

ନିଶ୍ଚିନ୍ତକୋଇଲି ୨୩।୭: ସାମ୍ବାଦିକଙ୍କୁ ଆକ୍ରମଣ ନେଇ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା କଣ୍ଟାପାରୀ ଗାଁ ଛକରେ । ଶୁକ୍ରବାର ସନ୍ଧ୍ୟାରେ ସାମ୍ବାଦିକ ନିଜ ଘରକୁ ଫେରୁଥିବା ବେଳେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗୁରୁତର ହୋଇଥିବା ସାମ୍ବାଦିକଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ମନରେଗା କାମକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦରୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।

ସାମ୍ବାଦିକ ରତ୍ନାକର ବାରିକ ନିଶ୍ଚିନ୍ତକୋଇଲି ବଜାରରୁ କାମ ସାରି ନିଜ ଘର ମାଳିଗାଁକୁ ଫେରୁଥିବା ବେଳେ କଣ୍ଟାପାରୀ ଗାଁ ଛକରେ କଣ୍ଟାପରୀ ଗାଁର ବିଭୁତି ଭୁଷଣ ଦ୍ବିବେଦୀ ଓରଫ କପିଳା ଏବଂ ମାଳିଗାଁର ଫକୀର ଚରଣ ଦଳାଇ ତାଙ୍କୁ ଆକ୍ରମଣ କରିଥିବା ନେମାଳ ଥାନାରେ ଅଭିଯୋଗ ହୋଇଛି । ସାମ୍ବାଦିକଙ୍କ ପତ୍ନୀ ତେଜସ୍ବିନୀ ବାରିକଙ୍କ ଲିଖିତ ଏତଲା ଅନୁଯାୟୀ, ସ୍ବାମୀ ରତ୍ନାକର ଘରକୁ ଫେରୁଥିବା ବେଳେ କଣ୍ଟାପାରୀ ଗାଁ ଛକରେ କପିଳା ଓ ଫକୀର ତାଙ୍କୁ ରାସ୍ତାରେ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ଏକ ବୋତଲରେ ମୁଣ୍ଡକୁ ଆଘାତ କରିବାରୁ ସେ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏ ଘଟଣା ବାବଦରେ ବିଭୂତି ଭୂଷଣ କହିଛନ୍ତି, ନେମାଳ ଅଂଚଳରେ ମନରେଗା କାମରେ ବ୍ୟାପକ ଦୁର୍ନୀତି ହେତୁ ପ୍ରୋଜେକ୍ଟ ଡାଇରେକ୍ଟର ଏବଂ ଆମ୍ଭୁସମ୍ୟାନଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିବାରୁ ତାଙ୍କ ଗାଁକୁ ରତ୍ନାକର ଆସି ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରୁଥିଲେ । ଏହିସବୁ ମନରେଗା କାମରେ ସାମ୍ବାଦିକ ରତ୍ନାକର ବାରିକ ଜଡ଼ିତ ଥିବା ସେ ଅଭିଯୋଗ କରିଛନ୍ତି । ରତ୍ନାକରଙ୍କ ମୁଣ୍ଡ କିପରି ଆଘାତ ହେଲା ସେ ଜାଣି ନାହାନ୍ତି ବୋଲି କହିଛନ୍ତି । ତେବେ ଘଟଣା ପରେ ଉଭୟଙ୍କ ପକ୍ଷରୁ ନେମାଳ ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।