ରାଜ୍ୟ

ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ଗଡ଼ନାୟକ(୬୨)ଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ନିଜ ବାସଭବନ ତଳୁ ଏହା ଉଦ୍ଧାର କରାଯାଇଛି। ତାଙ୍କର ମୁଣ୍ଡ ଓ ଗୋଡ଼ରେ ଖଣ୍ଡିଆଖାବରା ଦାଗ ରହିଛି। ସେ ଗତକାଲି ରାତିରେ ଛାତ ଉପରେ ଶୋଇଥିଲେ। ଛାତରୁ ଖସି ପଡ଼ି ମୃତ୍ୟୁ ହେବା କିମ୍ବା ହତ୍ୟା ସନ୍ଦେହ କରାଯାଉଛି। ପୁଲିସ୍ ପହଞ୍ଚି ଏହି ଘଟଣା ତଦନ୍ତ ଚଳାଇଛି।

ବିଭୂତି ଭୂଷଣ ଗଡ଼ନାୟକ ବିଜେଡି ନେତା ଥିଲେ। ଗତକାଲି ଶନିବାର ଦିନ ନିଜର ଦଳୀୟ କର୍ମୀମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ବି ହୋଇଥିଲା। ଏହି ଘଟଣାକୁ ନେଇ ହତ୍ୟା କରାଯାଇଥିବା ନେଇ ସ‌ନ୍ଦେହ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।