କଣିହାଁ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ. ପାଣ୍ଡିଆନ୍ ଆଜି କଣିହାଁ ବ୍ଲକ୍ ପବିତ୍ରନଗରକୁ ଗସ୍ତ କରିଥିବାବେଳେ ବିଜେପି ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା। ବିଜେପି ନେତା ଓ କର୍ମୀମାନେ କଳା ପୋଷାକ ପିନ୍ଧି ବଜାର ରାସ୍ତା କଡ଼ରେ ବସି ବିକ୍ଷୋଭ କରିଥିଲେ। ମଣ୍ଡଳ ବିଜେପି ସଭାପତି ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ କର୍ମୀମାନେ ସକାଳେ ପରାବିଲ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଶୋଭଯାତ୍ରାରେ ବାହାରି ସଚିବଙ୍କ ସଭାକୁ ଆସିବାବେଳେ ରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏଥିଯୋଗୁଁ ପୁଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାପରେ ସେମାନେ ରାସ୍ତାକଡ଼ରେ ବସି ଆନ୍ଦୋଳନ କରିଥିଲେ। ସେହିଭଳି କିଶୋରନଗର ହାଇସ୍କୁଲ ପଡ଼ିଆଠାରେ ମଧ୍ୟ ବିଜେପି ପକ୍ଷରୁ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲେ। ବିଜେପି ନେତା ଓ କର୍ମୀମାନେ କଳାପୋଷାକ ପିନ୍ଧି ତାଙ୍କୁ ପ୍ରତିବାଦ ଜଣାଇଥିଲେ।
Trending
- ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
- ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
- ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
- ଏଏସ୍ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
- ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
- ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
- ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
- ପୋଖରୀରୁ ଧରା ହେଲା ୧୪ ଫୁଟ୍ର କୁମ୍ଭୀର
Tuesday, October 3