Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ପୁଲିସ ପଞ୍ଝାରେ ପଞ୍ଚତାରକା ଠକ: ଷ୍ଟାର୍ଟ ଅପ୍‌ ଫ୍ରାଞ୍ଚାଇଜ୍‌ ଆଳରେ ୫ କୋଟିର ଚୂନ
    ଅପରାଧ

    ପୁଲିସ ପଞ୍ଝାରେ ପଞ୍ଚତାରକା ଠକ: ଷ୍ଟାର୍ଟ ଅପ୍‌ ଫ୍ରାଞ୍ଚାଇଜ୍‌ ଆଳରେ ୫ କୋଟିର ଚୂନ

    NewsLaxmi7By NewsLaxmi7September 16, 2023Updated:September 16, 2023No Comments5 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର: ନିଜର ଷ୍ଟାର୍ଟ ଅପ୍‌କୁ ଫ୍ରାଞ୍ଚାଇଜ୍ ଦେଇ ରୋଜଗାର ଦେବାର ଆଶା ଆଳରେ କୋଟି କୋଟି ଟଙ୍କା ଠକେଇ କରିଥିବା ବଡ଼ ଧୂର୍ତ୍ତକୁ ଧରିଛି କମିସନେରଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌। ତାରକା ହୋଟେଲରୁ ତାରକା ଠକେଇର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ବଡ଼ବଡ଼ ମଲ୍‌ରେ ଅଫିସ୍‌ ଖୋଲି ଲୋକଙ୍କୁ ଚୂନ ଲଗାଉଥିବା ଏହି ଅଭିଯୁକ୍ତ ହେଲା ବରଗଡ଼ ଜିଲ୍ଲା କେନ୍ଦୁପାଲି ଅଇଁଣ୍ଠାପାଲିର ସଚ୍ଚିଦାନନ୍ଦ ଭୋଇ(୪୮)। ଏହି ଅଭିନବ ଠକେଇ ବଳରେ ସେ ୫ କୋଟିରୁ ଅଧିକ ଟଙ୍କା ଠକିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ‌କିନ୍ତୁ ସେ ଅଧିକ ଟଙ୍କା ଠକେଇ କରିଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତଦନ୍ତ ଚାଲିଥିବାରୁ ଏନେଇ ପୁଲିସ ସ୍ପଷ୍ଟ କରିନାହିଁ। ଡିଏନ୍‌ ଅକ୍ସି ପାର୍କସ୍ଥିତ ତା’ ଅଫିସରେ ଚଢ଼ଉ କରି ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ସେ ଚଢ଼ୁଥିବା ଟାଟା ସଫାରୀ ଗାଡ଼ି ଜବତ କରିଛି।

    ଅଭିଯୁକ୍ତ ସଚ୍ଚିଦାନନ୍ଦ ୨୦୧୭ ମସିହାରେ ପ୍ରଧାମନ୍ତ୍ରୀ ନିଯୁକ୍ତି ସୁଯୋଗ ଯୋଜନା(ପିଏମ୍‌ଇଜିପି)ରେ ଏକ ଷ୍ଟାର୍ଟ ଅପ୍‌ କରିଥିଲା। ଓଡ଼ିଶାରେ ‘ଗୋ ସ୍ପିଡ୍‌ ଗୋ’ ନାମରେ ନିଜର ସଂସ୍ଥା ପଞ୍ଜୀକରଣ କରିଥିଲା। ଏହି ଷ୍ଟାର୍ଟ ଅପ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ରାସ୍ତାରେ ଖରାପ ହେଉଥିବା ଗାଡ଼ିଗୁଡ଼ିକୁ ବୁଲିବୁଲି ଠିକ୍‌ କରିବା। ଏଥିପାଇଁ ସେ ନୂଆ ଉଦ୍ୟୋଗୀମାନଙ୍କୁ ଫ୍ରାଞ୍ଚାଇଜ୍‌ ଦେଉଥିଲା। ତା’ ସଂସ୍ଥାରୁ ଫ୍ରାଞ୍ଚାଇଜ୍‌ ନେଲେ ଅତି କମ୍‌ରେ ମାସକୁ ସାଢ଼େ ୪ଲକ୍ଷ ଟଙ୍କା ଲାଭ କରିହେବ ବୋଲି ସେ ଲୋଭ ଦେଖାଉଥିଲା। କେବଳ ସେତିକି ନୁହେଁ, ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ ଫ୍ରାଞ୍ଚାଇଜ୍‌ଧାରୀମାନେ ପୁଞ୍ଜି ନିବେଶର ୨୫% ସବ୍‌ସିଡ୍‌ ପାଇବେ ବୋଲି ସେ ବୁଝାଉଥିଲା। ଫ୍ରାଞ୍ଚାଇଜ୍‌ଧାରୀଙ୍କୁ ସଂସ୍ଥା ପକ୍ଷରୁ ଗୋଟିଏ ଖରାପ ଗାଡ଼ି ଉଠା ଯନ୍ତ୍ରପାତିଖଚିତ ଗାଡ଼ି ସାଙ୍ଗକୁ ଜଣେ ଚାଳକ, ୩ ଜଣ ଇଂଜିନିୟର ଯୋଗାଇଦେବ ବୋଲି କଥା ଦେଇଥିଲା। ଲୋକଙ୍କ ବିଶ୍ବାସ ଭାଜନ ହେବା ପାଇଁ ଓ ସେମାନଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରିବାକୁ ସେ ରାଜଧାନୀ ସମତେ ରାଜ୍ୟର ବିଭିନ୍ନ ସହରରେ ତାରକା ହୋଟେଲ୍‌ରେ ମିଟିଂ କରୁଥିଲା। ସେହିଭଳି ବଡ଼ ବଡ଼ ମଲ୍‌ରେ ଅଫିସ୍‌ ଖୋଲି ସେଠାକୁ ପୁଞ୍ଜି ନିବେଶକାରୀଙ୍କୁ ଡାକୁଥିଲା। ବିଭିନ୍ନ ଜାଲ୍‌ କାଗଜପତ୍ର ବି ଦେଖାଉଥିଲା। ତାରକା ହୋଟେଲ୍‌ରେ ମିଟିଂ, ପ୍ରତିଷ୍ଠିତ ମଲ୍‌ ଓ ବିଲ୍ଡିଂରେ ଅଫିସ୍‌ ଦେଖିବା ପରେ ପୁଞ୍ଜିନିବେଶକାରୀମାନେ ଆକୃଷ୍ଟ ହେଉଥିଲେ ଏବଂ ତା ମାୟାଜାଲରେ ଫସିଯାଉଥିଲେ। ସଂସ୍ଥାରୁ ଗୋଟିଏ ଫ୍ରାଞ୍ଚାଇଜ୍‌ ନେବାକୁ ଜଣେ ପୁଞ୍ଜି ନିବେଶକାରୀ ୧୦ଲକ୍ଷ ଟଙ୍କା ଦେଉଥିଲେ। ପ୍ରଥମେ ହାତଗଣତି ୪/୫ଜଣ ଲୋକଙ୍କୁ ଗାଡ଼ି ଦେଇ ବିଶ୍ବାସ ଜନ୍ମାଇଥିଲା।

    ଏହାପରେ ବହୁ ପୁଞ୍ଜିନିବେଶକାରୀ ଟଙ୍କା ଲଗାଇଥିଲେ। କିନ୍ତୁ ବହୁଦିନ ବିତିଯାଇଥିଲେ ବି ଯେଉଁମାନଙ୍କୁ ଗାଡ଼ି ଦେଇଥିଲା, ସେମାନଙ୍କୁ ନା ମେକାନିକ୍‌ ନା ଚାଳକ ଦେଇଥିଲା। ଯେଉଁମାନଙ୍କୁ କିଛି ଦେଇନଥିଲା, ସେମାନଙ୍କୁ କହିଥିଲା ଯେ ଦିଲ୍ଲୀସ୍ଥିତ ଜୋହର ମୋଟର୍ସରେ ଗାଡ଼ି ବୁକ୍‌ ହୋଇଛି। ଖୁବ୍‌ ଶୀଘ୍ର ଗାଡ଼ି ଦିଆଯିବ। ଏଥିପାଇଁ ସେ ଚଞ୍ଚକତା କରି ଦିଲ୍ଲୀ ଜୋହାର ମୋଟର୍ସ ସହ ଯୋଗାଯୋଗ କରି ୧୦ଟି ଗାଡ଼ି କିଣିବା ପାଇଁ ଟ୍ରାଞ୍ଜିଟ୍‌ କପି ବାହାର କରିଥିଲା। ସେହି କପିକୁ ପୁଞ୍ଜିନିବେଶକାରୀଙ୍କୁ ଦେଖାଇଥିଲା। ହେଲେ ବାସ୍ତବରେ କୌଣସି ଗାଡ଼ି ଅଣାଯାଇନଥିଲା। ଏସ୍‌ପ୍ଲାନେଡ୍ ମଲ୍‌ରେ ଥିବା ଅଫିସ୍‌କୁ ଲୋକ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ବି ସେ ଆଜି, କାଲି କହି ଦିନ ଗଡ଼ାଇ ଚାଲିଥିଲା। ଶେଷରେ କିଛି ଦିନ ପରେ ସେଠାରେ ତାଲା ପକାଇ ଚମ୍ପଟ ମାରିଥିଲା। ଏନେଇ ବାଲେଶ୍ବରର ଜଣେ ମହିଳାଙ୍କ ସମେତ ୧୨ଜଣ ସ୍ପେସାଲ କ୍ରାଇମ୍‌ ୟୁନିଟ୍‌ରେ ଅଭିଯୋଗ କରିଥିଲେ। ମାମଲାକୁ ଗୁରୁତ୍ବର ସହ ନେଇ ଏଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଆଜି ପୁଲିସ ଟିମ୍‌ ଡିଏନ୍‌ ଅକ୍ସି ପାର୍କ ସ୍ଥିତ ଫ୍ଲାଟ୍‌ରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ସେଠାରୁ ତା’ର ସହଯୋଗୀ ତଥା ପତ୍ନୀ ଅଙ୍କିତା ପୋରୱାଲ୍‌କୁ କାବୁ କରି ପୁଲିସ ଅଟକ ରଖିଛି।

    ଯୁବତୀ ପାଲଟୁଥିଲେ ମୋହରା
    ସଚ୍ଚିଦାନନ୍ଦ ନିଜେ ଜଣେ ରସିକନାଗର ଥିଲା। ସେ ବିବାହିତ ଥିଲା କିନ୍ତୁ ଛାଡ଼ପତ୍ର ହୋଇଯାଇଥିଲା। ଫଳରେ ସେ ଏକାଧିକ ଯୁବତୀଙ୍କ ସହ ଯୋଗାଯୋଗରେ ରହିବାରେ କୌଣସି ସମସ୍ୟା ହେଉନଥିଲା। ଜଣେ ଅଣଓଡ଼ିଆ ଯୁବତୀ ଅଙ୍କିତା ପୋରୱାଲ୍‌ଙ୍କ ସହ ସେ କିଛି ଦିନ ହେଲା ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌ରେ ରହୁଥିଲା। ଅଙ୍କିତାକୁ ପତ୍ନୀ ବୋଲି ସେ କହୁଥିଲେ ବି ତାହା କେତେଦୂର ସତ ପୁଲିସ ସନ୍ଦେହ କରିଛି। ସେହିଭଳି ତା’ ସଂସ୍ଥାରେ ସେ ବାଛିବାଛି ସୁନ୍ଦରୀ ତରୁଣୀଙ୍କୁ ନିଯୁକ୍ତ କରୁଥିଲା। ସେହି ସୁନ୍ଦରୀମାନଙ୍କୁ ମୋହରା କରି ‌ସେ ଆଶାୟୀ ଓ ପୁଞ୍ଜିନିବେଶକାରୀଙ୍କୁ ଫସାଉଥିଲା।
    ରାଜ୍ୟ ବାହାରକୁ ଲମ୍ବିଛି ଚେର
    ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଭଳି ଅନ୍ୟ ରାଜ୍ୟର ଆଶାୟୀଙ୍କୁ ସଚ୍ଚିଦାନନ୍ଦ କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ଦେବାକୁ କହି ଫସାଉଥିଲା। ଏଥିପାଇଁ ସେ ବିଭିନ୍ନ ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଟିମ୍‌ ପଠାଉଥିଲା। ସେହି ଟିମ୍‌ ଶିକ୍ଷାନୁଷ୍ଠାନଗୁଡ଼ିକୁ ଯାଇ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳ ଉପରେ ତାଲିମ୍‌ ଦେବାକୁ କହୁଥିଲେ। ଯେଉଁମାନେ ତାଲିମ୍‌ ନେବେ ୩ ମାସକୁ ୨୫ ହଜାର ଟଙ୍କା ଦେବାକୁ ପଡ଼ିବ। ୩ ମାସ ତାଲିମ୍‌ ପରେ ସଂସ୍ଥାରେ ବାର୍ଷିକ ୫ ଲକ୍ଷ ଟଙ୍କା ହିସାବରେ ନିଯୁକ୍ତି ମିଳିବ। ଏଭଳି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସଚ୍ଚିଦାନନ୍ଦ ଚୂନ ଲଗାଇଛି।
    କିଏ ସେହି ଅଙ୍କିତା
    ପୁଲିସ ଅଙ୍କିତାର ଭୂମିକାକୁ ନେଇ ସନ୍ଦେହ କରିଛି। ସେ ସଚ୍ଚିଦାନନ୍ଦ ସଂସ୍ଥାର ନିର୍ଦେଶିକା ଅଛନ୍ତି ଏବଂ ସଚ୍ଚିଦାନନ୍ଦ ତାକୁ ତା’ ପତ୍ନୀ ବୋଲି କହିଛି। ଏହି ଅଣଓଡ଼ିଆ ଯୁବତୀ କିଭଳି ସଚ୍ଚିଦାନନ୍ଦ ସମ୍ପର୍କରେ ଆସିଲେ, କେବେଠୁ ସେମାନଙ୍କ ସମ୍ପର୍କ ପ୍ରତିଷ୍ଠା ହୋଇଛି, ଠକେଇ ପଛରେ ତା’ର ଭୂମିକା କ’ଣ, ଏସବୁକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

    ଇଓଡବ୍ଲୁରେ ମାମଲା
    ସଚ୍ଚିଦାନନ୍ଦ ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ମଲ୍‌ରେ ହାଇ ଫର୍କ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍ ନାଁରେ ଏକ ସଂସ୍ଥା ଖୋଲିଥିଲା। ରାସ୍ତାରେ ହେଉ କି ଘରେ ହଠାତ୍ ଅଚଳ ହୋଇପଡ଼ିଥିବା ଗାଡ଼ି ମରାମତି କରାଇବାକୁ ଲୋକେ ଏହି ଅଫିସ୍‌ ସହ ଯୋଗାଯୋଗ କରୁଥିଲେ। ଏହି କାର୍ଯ୍ୟାଳୟ ଜରିଆରେ ସେ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଏନେଇ ଗତ ମେ ୨୬ ତାରିଖରେ ନୂଆପଡ଼ାର ଆଶିଷ ମୁଣ୍ଡଙ୍କ ସମେତ୧୨ ଜଣ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ। ସଚ୍ଚିଦାନନ୍ଦ ପ୍ରତ୍ୟେକଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଲେଖାଏଁ ନେବା ପରେ କାର୍ଯ୍ୟାଳୟରେ ତାଲା ପକାଇ ଚମ୍ପଟ ମାରିଥିଲା। ରାସ୍ତାରେ ଖରାପ ହୋଇଯାଉଥିବା ଗାଡ଼ିକୁ ମରାମତି କରାଇବା ପାଇଁ ସ୍ବତନ୍ତ୍ର ଗାଡ଼ି ଯୋଗାଇବାକୁ ସେ ବିଜ୍ଞାପନ ଦେଇଥିଲା। ଏହି ସ୍ବତନ୍ତ୍ର ଉପକରଣ ସଜ୍ଜିତ ଗାଡ଼ି କିଣିବାକୁ ସଚ୍ଚିଦାନନ୍ଦ ଲୋନ୍‌ କରାଉଥିଲା। ଏଥିପାଇଁ ସେ ବ୍ୟାଙ୍କ ସହ ଏକ ଚୁକ୍ତି କରିଥିଲା। ମାମଲା ଏବେ ଇଓଡବ୍ଲୁ ତଦନ୍ତ ପରିସରଭୁକ୍ତ ଅଛି।
    ଫ୍ଲାଟ୍‌ରେ ଭଡ଼ାଘର, ଫ୍ଲାଇଟ୍‌ରେ ଭ୍ରମଣ
    ଲୋକଙ୍କଠାରୁ କୋଟି କୋଟି ଟଙ୍କା ଚୂନ ଲଗାଇବା ପରେ ସଚ୍ଚିଦାନନ୍ଦ ସେହି ଟଙ୍କାରେ ଅୟସ କରୁଥିଲା। ରାଜଧାନୀର ନାମୀଦାମୀ ଫ୍ଲାଟ୍‌ରେ ଭଡ଼ାରେ ରହୁଥିଲା। ତାରକା ହୋଟେଲ୍‌ରେ ତା’ର ଅଧିକାଂଶ ସମୟ କଟୁଥିଲା। ବିଭିନ୍ନ ସମୟରେ ସେ ଫ୍ଲାଇଟ୍‌ରେ ରାଜ୍ୟ ବାହାରକୁ ଯାଇ ମଉଜ କରୁଥିଲା। ଟାଟା ସଫାରୀ ଓ ବିଏମ୍‌ଡବ୍ଲ୍ୟୁ ଭଳି ଦାମୀ ଗଡ଼ି ବି ଚଢ଼ୁଥିଲା।
    ପୂର୍ବରୁ ଏକାଧିକ ସଂସ୍ଥା ଖୋଲି ଠକିଛି
    ସଚ୍ଚିଦାନନ୍ଦ ବିଭିନ୍ନ ସ୍କିମ୍‌ରେ ଲୋକଙ୍କଠାରୁ ଟଙ୍କା ନେଉଥିଲା। କାହାକୁ ଚାକିରିର ଲୋଭ ଦେଖାଇ ଠକୁଥିଲା ତ କାହାକୁ ପୁଞ୍ଜିନିବେଶ ନାଁରେ ଚୂନ ଲଗାଉଥିଲା। ପୁଞ୍ଜିନିବେଶକାରୀ ଓ ଆଶାୟୀଙ୍କୁ ଚକ୍‌ମା ଦେବା ପାଇଁ ବିଭିନ୍ନ ସମୟରେ ସେ ନିଜର ସଂସ୍ଥା ନାଁ ବଦଳାଇ ଦେଉଥିଲା। ଓଫୋସ୍‌, ଗୋ ସ୍ପିଡ୍‌ ଗୋ, ହାଇ ଫର୍କ ଟେକ୍ନୋଲୋଜି ଆଦି ଏକାଧିକ ସଂସ୍ଥା ଖୋଲିଥିଲା। ‌ସଂସ୍ଥାର ନାମ ବଦଳାଇବା ସହ ସେ କାର୍ଯ୍ୟାଳୟର ସ୍ଥାନ ବି ବଦଳାଉଥିଲା। ଏଥିପାଇଁ ସେ ଡିଏଲ୍‌ଏଫ୍‌, ଏସ୍‌ପ୍ଲାନେଡ୍‌, ବିଗ୍‌ବଜାର ଭଳି ବଡ଼ ବଡ଼ ମଲ ଓ ପ୍ରତି‌ଷ୍ଠିତ ବିଲ୍ଡିଂରେ ଅଫିସ୍‌ ଖୋଲୁଥିଲା। ତେଣୁ ତା’ର ଗତିବିଧିକୁ ଠଉରେଇବା ପୁଞ୍ଜିନିବେଶକାରୀ ଓ ଆଶାୟୀଙ୍କ ପାଇଁ କାଠିକର ପାଠ ହେଉଥିଲା।
    ପୁଲିସ ମୁହଁ ବନ୍ଦ କରିଥିଲା କାହିଁକି?
    ସଚ୍ଚିଦାନନ୍ଦ ଜାଲରୁ ପୁଲିସ ବି ବାଦ୍‌ ପଡ଼ିନଥିଲା। ସହିଦନଗର ଥାନାଠାରୁ ଆରମ୍ଭ କରି ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର ଥାନାରେ ତା’ ନାଁରେ ଅଭିଯୋଗ ହୋଇଥିଲା। ଅଭିଯୋଗକାରୀ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଉଦ୍‌ବେଗର କଥା କୌଣସି ଥାନା ତାକୁ ଗିରଫ କରିବା ତ ଦୂରର କଥା ତାକୁ ଥରୁଟିଏ ବି ପଚରାଉଚରା କରିନଥିଲା। ବିଶେଷକରି ଇନ୍‌ଫୋସିଟି ଥାନାରେ ଅଭିଯୋଗକାରୀମାନେ ବହୁବାର ଅଭିଯୋଗ ହୋଇଥିଲେ ବି ପୁଲିସ ଚୁପ୍‌ ବସିଥିଲା। ତେଣୁ ପୁଲିସ ଚୁପ୍‌ ରହିବା ପଛରେ କି କାରଣ ଥିଲା, ତାକୁ ନେଇ ଚର୍ଚ୍ଚା ଚାଲିଛି।

    Share. Facebook Twitter LinkedIn WhatsApp Email
    Previous Articleବିଷ ଜାଲରେ ସଫା ହୋଇଗଲା ପୁରା ପରିବାର: ସପ୍ତାହକ ମଧ୍ୟରେ ମୂଳପୋଛ ହୋଇଗଲା ଅର୍ଜୁନଙ୍କ ପରିବାର
    Next Article ହାଇଦ୍ରାବାଦରେ ଚିକିତ୍ସାଧୀନ ବଣ୍ଡା ଦାଦନ ଶ୍ରମିକଙ୍କ ମୃତ୍ୟୁ, ୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
    NewsLaxmi7
    • Website

    Related Posts

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ପଶି ଆକ୍ରମଣ, ଯୁବକଙ୍କ ବିରୋଧରେ ଥାନାରେ ମାମଲା

    November 4, 2022

    ଟ୍ୱିନ୍ ସିଟିରେ ହୋଲି କଟକଣା, ସାମୂହିକ ରଙ୍ଗ ଖେଳ ଉପରେ ରୋକ୍‌

    March 26, 2021

    ସ୍କୁଲ ଡ୍ରପ ଆଉଟର ତାଲିକା ଦେଲେ ରାଜ୍ୟ ସରକାର: ୨୦୧୯-୨୦ରେ ୮୧୬୮ ପିଲା ଅଧାରୁ ପାଠ ଛାଡିଛନ୍ତି

    December 8, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.