ରାଜ୍ୟ

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଦୁର୍ଘଟଣା: ୧୬ ଆହତ, ୧୦ ଗୁରୁତର

ପିପିଲି: ସୁନାବେଶ ଦର୍ଶନ ପାଇଁ ଯିବା ବେଳେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ବାଇକ୍‌ ଓ କାର୍‌ ମଧ୍ୟରେ ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟି ୧୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅତି ଗୁରୁତର ଭାବେ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ସୁନାବେଶ ଦର୍ଶନ ପାଇଁ ଭୁବନେଶ୍ବରରୁ ହଜାର ହଜାର ସଂଖ୍ୟାରେ ଗାଡ଼ି ପୁରୀ ଅଭିମୁଖେ ଆସିଥିଲେ। ଏମାନଙ୍କୁ ମାଳତୀପାଟପୁରରୁ ତାଳବଣିଆ ବସଷ୍ଟାଣ୍ଡକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ, ପୁଲିସ ଟ୍ରାଫିକ୍‌ ନିୟନ୍ତ୍ରଣରେ ବିଫଳ ହେବାରୁ ଗାଡ଼ିମୋଟର ଅତିକ୍ରମ କରିବାରେ ଅସୁବିଧା ହୋଇଥିଲା। ମାଳତୀପାଟପୁରଠାରେ ଗାଡ଼ିମୋଟର ନ ଯାଇ ପାରିବାରୁ ପଛକୁପଛ ହୋଇ ହଜାରହଜାର ଗାଡ଼ି ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଥିଲେ। ଏହାକୁ ନେଇ ଭୁବନେଶ୍ବର ଓ ଅନ୍ୟ ସ୍ଥାନରୁ ଆସିଥିବା ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ମଙ୍ଗଳାଘାଟ, ତାଳବଣିଆରେ ବି ଭିଡ଼ରେ ଫସି ଭକ୍ତ କଲବଲ ହୋଇଛନ୍ତି। ଦୁଇଚକିଆ, ଚାରିଚକିଆ ଗାଡ଼ି ଭିଡ଼ରେ ଫସି ବାହାରି ପାରିନାହାନ୍ତି। ଯେଉଁଥିପାଇଁ ଅପରାହ୍ନ ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରେ ଅସମ୍ଭାଳ ଭିଡ଼ ରହିଥିବା ଦେଖିବାକୁ ମିଳିଛି।

ସେହିପରି, ଭିଡ଼ଯୋଗୁ ସୁନାବେଶ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ଆଜି କଲବଲ ହୋଇଛନ୍ତି। ବାଟ ନ ପାଇ ଏ ଗଳି, ସେ ଗଳିରେ ପଶି ନର୍କ ଯନ୍ତ୍ରଣା ପାଇଛନ୍ତି। ଅନେକ ଭକ୍ତ ସୁନାବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।