ରାଜନୀତି ରାଜ୍ୟ

ପୁଣି ପାରାଦୀପ ରାଜନୀତିରେ ହଟଚମଟ

ଜଗତସିଂହପୁର : ଶ୍ରମିକ ଦିବସ କାର୍ଯ୍ୟକ୍ରମକୁ ନେଇ ପୁଣି ହଟଚମଟ ଦେଖିବାକୁ ମିଳିଛି ପାରାଦୀପ ରାଜନୀତିରେ। ଗତବର୍ଷ ପରି ଏଥର ମଧ୍ୟ ପୂର୍ବାଞ୍ଚଳ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଶ୍ରମିକ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ସ୍ଥାନୀୟ ବିଧାୟକଙ୍କୁ ପରୋକ୍ଷରେ କଟାକ୍ଷ କରିଛନ୍ତି। ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ନାଁ ନନେଇ ଶ୍ରୀ ସାମନ୍ତରାୟ ତାଙ୍କୁ ସମାଲୋଚନା କରିଥିବା ବେଳେ ବିଧାୟକ ସମ୍ବିତ ମଧ୍ୟ କଡ଼ା ଭାଷାରେ ଦେବାଶିଷଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ଶ୍ରମିକ ଦିବସ କାର୍ଯ୍ୟକ୍ରମରେ ବିଧାୟକଙ୍କ ନାଁ ନନେଇ କଟାକ୍ଷ କଲେ ଦେବାଶିଷ
ସମ୍ବିତଙ୍କ ଜବାବ୍‌: ସେବା ନୁହେଁ, କମ୍ପାନିକୁ ଲୁଟିବା ପାଇଁ ଯୋଜନା

ସଂଘ ସଭାପତି ଗୋଲେଖ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରମିକ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେବାଶିଷ କହିଛନ୍ତି ଯେ, ପାରାଦୀପରେ ନିଯୁକ୍ତିର ବହୁତ ସୁଯୋଗ ରହିଛି। ମାତ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ‌ଲୋକମାନେ ଏହାର ଫାଇଦା ନେଇପାରୁ ନାହାନ୍ତି। ଏଥିପାଇଁ ଆନ୍ଦୋଳନର ନିହାତି ଆବଶ୍ୟକତା ରହିଛି। ନିଜକୁ ଏ ମାଟିର ପୁଅ ଭାବେ ବର୍ଣ୍ଣନା କରି ଦେବାଶିଷ କହିଥିଲେ ଯେ ସେ ସ୍ଥାନୀୟ ଲୋକଙ୍କ ପାଇଁ ସବୁ ବେଳେ ଛିଡ଼ା ହେବେ। ତାଙ୍କୁ ଏଠି ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଟିକଟ୍‌ ମିଳୁ ବା ନ ମିଳୁ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ଏଠାରେ ନେତା ଲୋକମାନଙ୍କ ହିସାବରେ ଚୟନ କରାଯିବ ବୋଲି ଦେବାଶିଷ କହିଥିଲେ।

ଦେବାଶିଷଙ୍କ ଏଭଳି ବକ୍ତବ୍ୟକୁ ସଭାସ୍ଥଳରେ ଉପସ୍ଥିତ ଥିବା ଲୋକେ କରତାଳି ଦେଇ ସ୍ବାଗତ କରିଥିଲେ। ଗତବର୍ଷ ଏହି କାର୍ଯ୍ୟକ୍ରମରେ ଏ ପ୍ରକାର ବକ୍ତବ୍ୟ ରଖି ମଧ୍ୟ ଦେବାଶିଷ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ସେତେବେଳେ ସମ୍ବିତ ଏହାକୁ ବେଶ୍ ହାଲକା ଭାବେ ନେବାସହ ଦେବାଶିଷ କହୁ କହୁ ଏମିତି କହି ଦେଇଛନ୍ତି ବୋଲି ପ୍ରତିକ୍ରିୟା ଦେଇ ବିବାଦକୁ ଏଡ଼ାଇ ଯାଇଥିଲେ। ଏଥର କିନ୍ତୁ ସମ୍ବିତ ଏହାକୁ ବେଶ୍ ଗୁରୁତ୍ବର ସହ ନେଇ ଦେବାଶିଷଙ୍କୁ କଟୁ ଭାଷାରେ ସମାଲୋଚନା କରିବାକୁ ପଛାଇ ନାହାନ୍ତି।

ସମ୍ବିତ କହିଛନ୍ତି ଯେ ବାରବାଟୀ-କଟକ ପରି ଏକ ଛୋଟ ନିର୍ବାଚନମଣ୍ଡଳୀର ଦାୟିତ୍ବ ଦେବାଶିଷଙ୍କୁ ଦିଆଯାଇଥିଲା। ସେଠାରେ ସେ ନିଜ ଗାଦିକୁ ସମ୍ଭାଳିବା ପାଇଁ ସକ୍ଷମ ହେଲେନାହିଁ। ବିଶେଷକରି ସାଧାରଣ ଲୋକଙ୍କ ସହ ଯୋଡ଼ି ହୋଇ ନ ରହିବା ଯୋଗୁଁ ବିଜେଡିର ଗଡ଼ କୁହାଯାଉଥିବା ଆସନଟି ହାତରୁ ଚାଲିଯାଇଛି। ନିଜ ନିର୍ବାଚନମଣ୍ଡଳୀରେ ଠିକ୍ ଭାବେ ଦାୟିତ୍ବ ତୁଲାଇବାକୁ ସକ୍ଷମ ହେଉ ନଥିବା ଲୋକ ଅନ୍ୟକୁ ନେତୃତ୍ବ ପାଠ ପଢ଼ାଇବା ଉଚିତ୍ ନୁହେଁ। ଏଠାରେ ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ନୁହେଁ ବରଂ କଳ କାରଖାନାରୁ ନିଜ ଅନୁଗତମାନଙ୍କୁ ଲଗାଇ ଟଙ୍କା ଲୁଟିବା ପାଇଁ ଦେବାଶିଷ ଯୋଜନା କରିଥିବା ସମ୍ବିତ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମର ଆୟୋଜକ ଶ୍ରମିକ ନେତା ଗୋଲେଖ ନାୟକ ବିଜେଡିରେ ଥିଲେ ବି ବିଧାୟକ ସମ୍ବିତ ରାଉତରାୟଙ୍କ ସହ ତାଙ୍କର ସମ୍ପର୍କ ଭଲ ନାହିଁ। ଏହି ବୈଠକରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ମଧ୍ୟ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର