Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଅପରାଧ»ପାୱାର ଚାନେଲକୁ ଛାତ୍ରୀ ଡେଇଁବା ଘଟଣା: ୨ ଛାତ୍ରଙ୍କ ବିରୋଧରେ ହତ୍ୟା ମାମଲା
    ଅପରାଧ

    ପାୱାର ଚାନେଲକୁ ଛାତ୍ରୀ ଡେଇଁବା ଘଟଣା: ୨ ଛାତ୍ରଙ୍କ ବିରୋଧରେ ହତ୍ୟା ମାମଲା

    NewsLaxmi7By NewsLaxmi7March 2, 2023No Comments4 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

    ବୁର୍ଲା : ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାୱାର ଚାନେଲକୁ ଡେଇଁବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ବୁଧବାର ସକାଳ ୧୦ଟାରେ ଚିନ୍ମୟୀଙ୍କ ମୃତଦେହ ପାୱାର ଚାନେଲ ସାଇଫନ୍‌ ପାଖରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବୁର୍ଲା ଥାନା େକସ୍‌ ନଂ-୯୬/୨୦୨୩ ଦଫା ୩୦୨, ୨୦୧ ଓ ୩୪ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ୩ ଜଣ ଛାତ୍ରଙ୍କୁ ଥାନାରେ ଅଟକ ରଖିଛି। ଅପରପକ୍ଷେ ଗତକାଲି ରାତିରେ ଚିନ୍ମୟୀ ଭୁବନେଶ୍ବର ଯିବା ପାଇଁ ଟିକଟ କରିଥିବା ବେଳେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗକୁ ଏହା ବଳ ଦେଇଛି। ଆତ୍ମହତ୍ୟାର ରୂପ ଦେବା ପାଇଁ ତାଙ୍କୁ ଯୋଜନାବଦ୍ଧ ଭାବେ ଡାକିନେଇ ହତ୍ୟା କରି ପାୱାର ଚାନେଲକୁ ଠେଲି ଦିଆଯାଇଥିବା କୁହାଯାଉଛି।

    ମଙ୍ଗଳବାର ଦିନ ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ନିଜ ସ୍ନାତକ ଡିଗ୍ରି ପ୍ରମାଣପତ୍ର ନେବା ପାଇଁ ଆସିଥିଲେ।

    ଉତ୍ସବ ପରେ ସେ ନିଜ ସହପାଠୀ ପ୍ରୀତିମାନ ଦେଙ୍କ ସହ ପାୱାର ଚ୍ୟାନେଲ ପାଖକୁ ବୁଲିବାକୁ ଆସିଥିଲେ। ସେଠାରେ କଥାବାର୍ତ୍ତା ହେଉଥିବା ବେଳେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁପଡ଼ିଥିଲେ। ପାରିବାରିକ କଳହ ଯୋଗୁ ବିଷାଦରେ ଥିବା ଚିନ୍ମୟୀ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା ପ୍ରୀତିମାନ ଗତକାଲି ପୁଲିସକୁ କହିଥିଲେ। ତେବେ ପରିବାର ଲୋକେ ଆଜି ହତ୍ୟା ଅଭିଯୋଗ ଆଣିଛନ୍ତି। ଅଗ୍ନିଶମ ବାହିନୀ ଆଜି ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରିବା ପରେ ବୁର୍ଲା ପୁଲିସ୍ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚିଥିଲେ। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ଜଲିରାଣୀ ପ୍ରଧାନଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯାଇଥିଲା।

    ଚିନ୍ମୟୀଙ୍କ ବେକର ସମ୍ମୁଖ ପାର୍ଶ୍ୱରେ ଏକ ଗଭୀର କଳା ଦାଗ ରହିଥିବା ବେଳେ ଶରୀରର ଅନ୍ୟ କିଛି ସ୍ଥାନରେ ମଧ୍ୟ ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଏକାଧିକ ଲୋକ ମିଶି ଚିନ୍ମୟୀଙ୍କୁ ହତ୍ୟା କରିଥିବା ତାଙ୍କ ମା ଲବଙ୍ଗ ସାହୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ପୁଲିସ ପ୍ରୀତିମାନ ଦେ ଏବଂ ଭିସୁଟ୍‌ର ଶେଷ ବର୍ଷର ଛାତ୍ର ମାନସ ଟୁଡୁଙ୍କ ନାମରେ ମାମଲା ରୁଜୁ କରିଛି। ଏଥି ସହିତ ଅନ୍ୟ ଜଣେ ଛାତ୍ରଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଶବ ଉଦ୍ଧାର ସମୟଠାରୁ ଆରମ୍ଭ କରି ପଞ୍ଚନାମା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଛାତ୍ର ଅନ୍ୟ ଜଣଙ୍କୁ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ। ହତ୍ୟା ଅଭିଯୋଗ ଆସୁଥିବାରୁ ଜଲ୍‌ଦି ନିଜ ଫେସ୍‌ବୁକ୍ ଆକାଉଣ୍ଟ ବ୍ଲକ୍ କରିବା ପାଇଁ ସେ ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଉଥିଲେ। ଏହା ବୁର୍ଲା-ହୀରାକୁଦ ଏସ୍‌ଡିପିଓ ସତ୍ୟବ୍ରତ ଦାସଙ୍କ ନଜରରେ ପଡ଼ିବା ପରେ ସଂପୃକ୍ତ ଛାତ୍ରଙ୍କୁ ମୋବାଇଲ ଫୋନ୍ ଜବତ୍ କରିବା ସହିତ ତାଙ୍କୁ ମଧ୍ୟ ଥାନାକୁ ଡାକି ନେଇଥିଲେ। ପ୍ରୀତିମାନ, ମାନସ ସହିତ ସଂପୃକ୍ତ ଛାତ୍ରଙ୍କୁ ବୁର୍ଲା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଶୀଘ୍ର ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଯିବ ବୋଲି ପୁଲିସ ଆଶା ପ୍ରକାଶ କରିଛି। ପ୍ରୀତିମାନ୍‌ଙ୍କ ବାପା ପ୍ରଣବ କୁମାର ଦେ ରାଜ୍ୟ ସରକାରଙ୍କ ଗୃହ ବିଭାଗର ଜଣେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।

    ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ ସାହୁଙ୍କ କହିବା ଅନୁଯାୟୀ, ‘ମୋ ଝିଅର ବେକର ସମ୍ମୁଖ ପାର୍ଶ୍ୱରେ ଏକ ଗଭୀର କଳା ଦାଗ ରହିଛି। ମୁଁ ଜଣେ ଡାକ୍ତର। ଦାଗ ‌ଦେଖିବା ପରେ ମୁଁ ଜାଣିପାରୁଛି ଯେ ମୋ ଝିଅକୁ ହତ୍ୟା କରାଯାଇଛି ଏବଂ ଏହା କଦାପି ଆତ୍ମହତ୍ୟା ନୁହେଁ। ଚିନ୍ମୟୀଙ୍କ ମା ଲବଙ୍ଗ ସାହୁ କହିଛନ୍ତି, ସମାବର୍ତ୍ତନ ଉତ୍ସବରେ ସ୍ନାତକ ଡିଗ୍ରି ପ୍ରମାଣପତ୍ର ଗ୍ରହଣ କରିବା ପାଇଁ ମୋ ଝିଅ ଭିସୁଟ୍‌କୁ ଗତକାଲି ଆସିଥିଲା। ସେ ଜଣେ ମେଧାବୀ ଛାତ୍ରୀ ଥିଲା। କ୍ୟାମ୍ପସ ଚୟନ ଶିବିରରେ ଉତ୍ତୀର୍ଣ୍ଣ ହୋଇଥିଲେ ବି ତାକୁ ପ୍ରତ୍ୟାଖ୍ୟାନ କରି ସେ ଓପିଏସ୍‌ସି ପରୀକ୍ଷା ପ୍ରସ୍ତୁତି ପାଇଁ ଭୁବନେଶ୍ବରରେ ରହିବାକୁ ସ୍ଥିର କରିଥିଲା।

    ଗତକାଲି ମଙ୍ଗଲବାର ସନ୍ଧ୍ୟା ୬ଟା ସମୟରେ ମୁଁ ଚିନ୍ମୟୀ ସହ କଥା ହୋଇଥିଲି। ସେ ବହୁତ ଖୁସି ଥିଲା। ପରବର୍ତ୍ତୀ ସମୟରେ ରାତି ପ୍ରାୟ ସାଢେ଼ ୯ ଟା ସମୟରେ ମଁୁ ମୋ ଝିଅ ଫୋନ୍‌କୁ କଲ୍ କରିଥିଲି। କିନ୍ତୁ ଏଥିରେ କାହାରି କଥାବାର୍ତ୍ତା ଶୁଣାନଯାଇ ଯେପରି କିଛି ବ୍ୟକ୍ତି ମୋ ଝିଅର ତଣ୍ଟି ଚିପୁଛନ୍ତି ଓ ଗଁ ଗଁ ଶବ୍ଦ ଶୁଭୁଥିଲା। ତା’ ବେକ ସମ୍ମୁଖ ପାର୍ଶ୍ୱରେ ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାକୁ ନିଶ୍ଚିତ ଭାବେ ହତ୍ୟା କରାଯାଇଛି ବୋଲି ଚିନ୍ମୟୀଙ୍କ ମା ଅଭିଯୋଗ କରିଛନ୍ତି। ଚିନ୍ମୟୀ ପିନ୍ଧିଥିବା ସୁନା ଚେନ୍‌ ମଧ୍ୟ ତାଙ୍କ ଗଳାରେ ନଥିବା ତାଙ୍କ ମା ଅଭିଯୋଗ ଆଣିଛନ୍ତି। ଚିନ୍ମୟୀଙ୍କ ସାନ ଭଉଣୀ ତନ୍ମୟୀଙ୍କ କହିବା ଅନୁସାରେ, ଗତକାଲି ସେ ଚିନ୍ମୟୀଙ୍କ ସହ କଥା ହୋଇଥିଲେ। ସେ ବହୁତ ଖୁସି ଥିଲେ। ଭୁବନେଶ୍ୱର ଯିବା ପାଇଁ କରିଥିବା ବସ୍‌ର ନାଁ ସହ ତାର ଟିକଟ ବାବଦରେ କଥା ହୋଇଥିଲେ। ତେଣୁ ଚିନ୍ମୟୀ କଦାପି ଆତ୍ମହତ୍ୟା କେବେବି କରି ନ ଥିବେ ବୋଲି ତନ୍ମୟୀ କହିଛନ୍ତି। କେତେକ ବ୍ୟକ୍ତି କୌଣସି କାରଣରୁ ଏକାଠି ହୋଇ ତାଙ୍କୁ ଟେକି ପାୱାର ଚ୍ୟାନେଲ ଭିତରକୁ ଫିଙ୍ଗି ଦେଇଛନ୍ତି ବୋଲି ତନ୍ମୟୀ କହିଛନ୍ତି।

    ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

    argus barun gandhi breaking news featured interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
    Share. Facebook Twitter LinkedIn WhatsApp Email
    Previous Articleବିଧାନସଭାରେ ପିଏମ୍‌ଜି ତାତି, ଦିନତମାମ ଅଚଳ
    Next Article ରାଜ୍ୟରେ ୧୮% ମହିଳା ଚାଷୀ: ମଣ୍ଡିରେ ନାହିଁ ସ୍ବତନ୍ତ୍ର ବିଶ୍ରାମ ଗୃହ କି ଶୌଚାଳୟ
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    କେମିତି ଭୋଟ୍ ଦେବେ କରୋନା ସଂକ୍ରମିତ ଲୋକେ ? ଇସି ବାହାର କଲେ ସହଜ ଉପାୟ

    January 9, 2022

    ‘ଦେବୋଁ କେ ଦେବ ମହାଦେବ’ ଅଭିନେତା ମୋହିତ ରାଇନା କରୋନା ସଂକ୍ରମିତ

    April 23, 2021

    ବିବାଦରୁ ସର୍ବନାଶ, ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

    August 23, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.