ଅପରାଧ ରାଜ୍ୟ

ପାୱାର ଚାନେଲକୁ ଛାତ୍ରୀ ଡେଇଁବା ଘଟଣା: ୨ ଛାତ୍ରଙ୍କ ବିରୋଧରେ ହତ୍ୟା ମାମଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବୁର୍ଲା : ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ପାୱାର ଚାନେଲକୁ ଡେଇଁବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ବୁଧବାର ସକାଳ ୧୦ଟାରେ ଚିନ୍ମୟୀଙ୍କ ମୃତଦେହ ପାୱାର ଚାନେଲ ସାଇଫନ୍‌ ପାଖରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବୁର୍ଲା ଥାନା େକସ୍‌ ନଂ-୯୬/୨୦୨୩ ଦଫା ୩୦୨, ୨୦୧ ଓ ୩୪ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୁଲିସ ୩ ଜଣ ଛାତ୍ରଙ୍କୁ ଥାନାରେ ଅଟକ ରଖିଛି। ଅପରପକ୍ଷେ ଗତକାଲି ରାତିରେ ଚିନ୍ମୟୀ ଭୁବନେଶ୍ବର ଯିବା ପାଇଁ ଟିକଟ କରିଥିବା ବେଳେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗକୁ ଏହା ବଳ ଦେଇଛି। ଆତ୍ମହତ୍ୟାର ରୂପ ଦେବା ପାଇଁ ତାଙ୍କୁ ଯୋଜନାବଦ୍ଧ ଭାବେ ଡାକିନେଇ ହତ୍ୟା କରି ପାୱାର ଚାନେଲକୁ ଠେଲି ଦିଆଯାଇଥିବା କୁହାଯାଉଛି।

ମଙ୍ଗଳବାର ଦିନ ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଚିନ୍ମୟୀ ନିଜ ସ୍ନାତକ ଡିଗ୍ରି ପ୍ରମାଣପତ୍ର ନେବା ପାଇଁ ଆସିଥିଲେ।

ଉତ୍ସବ ପରେ ସେ ନିଜ ସହପାଠୀ ପ୍ରୀତିମାନ ଦେଙ୍କ ସହ ପାୱାର ଚ୍ୟାନେଲ ପାଖକୁ ବୁଲିବାକୁ ଆସିଥିଲେ। ସେଠାରେ କଥାବାର୍ତ୍ତା ହେଉଥିବା ବେଳେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁପଡ଼ିଥିଲେ। ପାରିବାରିକ କଳହ ଯୋଗୁ ବିଷାଦରେ ଥିବା ଚିନ୍ମୟୀ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା ପ୍ରୀତିମାନ ଗତକାଲି ପୁଲିସକୁ କହିଥିଲେ। ତେବେ ପରିବାର ଲୋକେ ଆଜି ହତ୍ୟା ଅଭିଯୋଗ ଆଣିଛନ୍ତି। ଅଗ୍ନିଶମ ବାହିନୀ ଆଜି ଚିନ୍ମୟୀଙ୍କ ମୃତଦେହ ଉଦ୍ଧାର କରିବା ପରେ ବୁର୍ଲା ପୁଲିସ୍ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚିଥିଲେ। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ଜଲିରାଣୀ ପ୍ରଧାନଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରାଯାଇଥିଲା।

ଚିନ୍ମୟୀଙ୍କ ବେକର ସମ୍ମୁଖ ପାର୍ଶ୍ୱରେ ଏକ ଗଭୀର କଳା ଦାଗ ରହିଥିବା ବେଳେ ଶରୀରର ଅନ୍ୟ କିଛି ସ୍ଥାନରେ ମଧ୍ୟ ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଏକାଧିକ ଲୋକ ମିଶି ଚିନ୍ମୟୀଙ୍କୁ ହତ୍ୟା କରିଥିବା ତାଙ୍କ ମା ଲବଙ୍ଗ ସାହୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ପୁଲିସ ପ୍ରୀତିମାନ ଦେ ଏବଂ ଭିସୁଟ୍‌ର ଶେଷ ବର୍ଷର ଛାତ୍ର ମାନସ ଟୁଡୁଙ୍କ ନାମରେ ମାମଲା ରୁଜୁ କରିଛି। ଏଥି ସହିତ ଅନ୍ୟ ଜଣେ ଛାତ୍ରଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଶବ ଉଦ୍ଧାର ସମୟଠାରୁ ଆରମ୍ଭ କରି ପଞ୍ଚନାମା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଛାତ୍ର ଅନ୍ୟ ଜଣଙ୍କୁ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ। ହତ୍ୟା ଅଭିଯୋଗ ଆସୁଥିବାରୁ ଜଲ୍‌ଦି ନିଜ ଫେସ୍‌ବୁକ୍ ଆକାଉଣ୍ଟ ବ୍ଲକ୍ କରିବା ପାଇଁ ସେ ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଉଥିଲେ। ଏହା ବୁର୍ଲା-ହୀରାକୁଦ ଏସ୍‌ଡିପିଓ ସତ୍ୟବ୍ରତ ଦାସଙ୍କ ନଜରରେ ପଡ଼ିବା ପରେ ସଂପୃକ୍ତ ଛାତ୍ରଙ୍କୁ ମୋବାଇଲ ଫୋନ୍ ଜବତ୍ କରିବା ସହିତ ତାଙ୍କୁ ମଧ୍ୟ ଥାନାକୁ ଡାକି ନେଇଥିଲେ। ପ୍ରୀତିମାନ, ମାନସ ସହିତ ସଂପୃକ୍ତ ଛାତ୍ରଙ୍କୁ ବୁର୍ଲା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଶୀଘ୍ର ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇଯିବ ବୋଲି ପୁଲିସ ଆଶା ପ୍ରକାଶ କରିଛି। ପ୍ରୀତିମାନ୍‌ଙ୍କ ବାପା ପ୍ରଣବ କୁମାର ଦେ ରାଜ୍ୟ ସରକାରଙ୍କ ଗୃହ ବିଭାଗର ଜଣେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି।

ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳୀ ସାହୁଙ୍କ କହିବା ଅନୁଯାୟୀ, ‘ମୋ ଝିଅର ବେକର ସମ୍ମୁଖ ପାର୍ଶ୍ୱରେ ଏକ ଗଭୀର କଳା ଦାଗ ରହିଛି। ମୁଁ ଜଣେ ଡାକ୍ତର। ଦାଗ ‌ଦେଖିବା ପରେ ମୁଁ ଜାଣିପାରୁଛି ଯେ ମୋ ଝିଅକୁ ହତ୍ୟା କରାଯାଇଛି ଏବଂ ଏହା କଦାପି ଆତ୍ମହତ୍ୟା ନୁହେଁ। ଚିନ୍ମୟୀଙ୍କ ମା ଲବଙ୍ଗ ସାହୁ କହିଛନ୍ତି, ସମାବର୍ତ୍ତନ ଉତ୍ସବରେ ସ୍ନାତକ ଡିଗ୍ରି ପ୍ରମାଣପତ୍ର ଗ୍ରହଣ କରିବା ପାଇଁ ମୋ ଝିଅ ଭିସୁଟ୍‌କୁ ଗତକାଲି ଆସିଥିଲା। ସେ ଜଣେ ମେଧାବୀ ଛାତ୍ରୀ ଥିଲା। କ୍ୟାମ୍ପସ ଚୟନ ଶିବିରରେ ଉତ୍ତୀର୍ଣ୍ଣ ହୋଇଥିଲେ ବି ତାକୁ ପ୍ରତ୍ୟାଖ୍ୟାନ କରି ସେ ଓପିଏସ୍‌ସି ପରୀକ୍ଷା ପ୍ରସ୍ତୁତି ପାଇଁ ଭୁବନେଶ୍ବରରେ ରହିବାକୁ ସ୍ଥିର କରିଥିଲା।

ଗତକାଲି ମଙ୍ଗଲବାର ସନ୍ଧ୍ୟା ୬ଟା ସମୟରେ ମୁଁ ଚିନ୍ମୟୀ ସହ କଥା ହୋଇଥିଲି। ସେ ବହୁତ ଖୁସି ଥିଲା। ପରବର୍ତ୍ତୀ ସମୟରେ ରାତି ପ୍ରାୟ ସାଢେ଼ ୯ ଟା ସମୟରେ ମଁୁ ମୋ ଝିଅ ଫୋନ୍‌କୁ କଲ୍ କରିଥିଲି। କିନ୍ତୁ ଏଥିରେ କାହାରି କଥାବାର୍ତ୍ତା ଶୁଣାନଯାଇ ଯେପରି କିଛି ବ୍ୟକ୍ତି ମୋ ଝିଅର ତଣ୍ଟି ଚିପୁଛନ୍ତି ଓ ଗଁ ଗଁ ଶବ୍ଦ ଶୁଭୁଥିଲା। ତା’ ବେକ ସମ୍ମୁଖ ପାର୍ଶ୍ୱରେ ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାକୁ ନିଶ୍ଚିତ ଭାବେ ହତ୍ୟା କରାଯାଇଛି ବୋଲି ଚିନ୍ମୟୀଙ୍କ ମା ଅଭିଯୋଗ କରିଛନ୍ତି। ଚିନ୍ମୟୀ ପିନ୍ଧିଥିବା ସୁନା ଚେନ୍‌ ମଧ୍ୟ ତାଙ୍କ ଗଳାରେ ନଥିବା ତାଙ୍କ ମା ଅଭିଯୋଗ ଆଣିଛନ୍ତି। ଚିନ୍ମୟୀଙ୍କ ସାନ ଭଉଣୀ ତନ୍ମୟୀଙ୍କ କହିବା ଅନୁସାରେ, ଗତକାଲି ସେ ଚିନ୍ମୟୀଙ୍କ ସହ କଥା ହୋଇଥିଲେ। ସେ ବହୁତ ଖୁସି ଥିଲେ। ଭୁବନେଶ୍ୱର ଯିବା ପାଇଁ କରିଥିବା ବସ୍‌ର ନାଁ ସହ ତାର ଟିକଟ ବାବଦରେ କଥା ହୋଇଥିଲେ। ତେଣୁ ଚିନ୍ମୟୀ କଦାପି ଆତ୍ମହତ୍ୟା କେବେବି କରି ନ ଥିବେ ବୋଲି ତନ୍ମୟୀ କହିଛନ୍ତି। କେତେକ ବ୍ୟକ୍ତି କୌଣସି କାରଣରୁ ଏକାଠି ହୋଇ ତାଙ୍କୁ ଟେକି ପାୱାର ଚ୍ୟାନେଲ ଭିତରକୁ ଫିଙ୍ଗି ଦେଇଛନ୍ତି ବୋଲି ତନ୍ମୟୀ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।