ଖେଳ ଦେଶ ବିଦେଶ

ପାକିସ୍ତାନକୁ ଶୃଙ୍ଖଳା ବିଜୟ ଦେଲେ ଇଫ୍‌ତିକାର ଓ ବାବର

ରାୱଲପିଣ୍ଡି: ଇଫ୍‌ତିକାର ଅହମ୍ମଦ ଏବଂ ଅଧିନାୟକ ବାବର ଆଜମ୍‌ ପାକିସ୍ତାନକୁ ଭ୍ରମଣକାରୀ ଜିମ୍ବାୱେ ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳା ବିଜୟ ଭେଟି ଦେଇଛନ୍ତି। ଅଲ୍‌ରାଉଣ୍ଡର ଇଫ୍‌ତିକାରଙ୍କ ୫ ୱିକେଟ୍‌ ଓ ଅପରାଜିତ ୧୬ ରନ୍‌ ସାଙ୍ଗକୁ ବାବରଙ୍କ ଅପରାଜିତ ୭୭ ରନ୍‌ ବଳରେ ରବିବାର ଏଠାରେ ଖେଳାଯାଇଥିବା‌ ଦ୍ବିତୀୟ ଦିନିକିଆରେ ପାକିସ୍ତାନ ୬ ୱିକେଟ୍‌ର ସହଜ ବିଜୟ ହାସଲ କରିନେଇଛି। ଜିମ୍ବାୱେର ୨୦୬ ରନ୍‌ ଜବାବରେ ପାକିସ୍ତାନ ୩୫.୨ ଓଭରରେ ୨୦୮/୪ କରିନେଇଥିଲା। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ତୃତୀୟ ତଥା ଶେଷ ମ୍ୟାଚ୍‌ ପୂର୍ବରୁ ୨-୦ର ଅଗ୍ରଣୀ ସହ ହାତେଇ ନେଇଛି। ଇଫ୍‌ତିକାରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଟସ୍‌ ଜିତି ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରିଥିଲା। ସିନ୍‌ ୱିଲିୟମ୍‌ସନ୍‌ (୭୫) ଏକମାତ୍ର ଅର୍ଧଶତକ ହାସଲ କରିଥିଲେ। ହେଲେ ଇଫ୍‌ତିକାରଙ୍କ ଘାତକ ବୋଲିଂ (୪୦/୫) ନିକଟରେ ତିଷ୍ଠିନପାରି ଭ୍ରମଣକାରୀ ଦଳ ୪୫.୧ ଓଭରରେ ୨୦୬ ରନ୍‌ କରି ସବୁ ୱିକେଟ୍‌ ହରାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ରେଣ୍ଡନ ଟେଲର ୩୬ ଓ ଚାରି ୨୫ ରନ୍‌ କରିଥିଲେ। ଜବାବ‌ରେ ବାବରଙ୍କ ୭୭* ସାଙ୍ଗକୁ ଇମାମ୍‌ ଉଲ୍‌ ହକ୍‌ଙ୍କ ୪୯, ହାଇଦର ଅଲ୍ଲୀଙ୍କ ୨୯ ଏବଂ ଆବିଦ୍‌ ଅଲ୍ଲୀଙ୍କ ୨୨ ରନ୍‌ ବଳରେ ପାକିସ୍ତାନ ୮୮ ବଲ୍‌ ପୂର୍ବରୁ ୬ ୱିକେଟ୍‌ ହାତରେ ଥାଇ ବିଜୟ ହାସଲ କରିନେଇଥିଲା। ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ସୁପର ଲିଗ୍‌ ଅନ୍ତର୍ଗତ ଏହି ଶୃଙ୍ଖଳାରେ ୨ ମ୍ୟାଚ୍‌ ଜିତି ପାକିସ୍ତାନ ୨୦ ପଏଣ୍ଟ୍‌ ଅକ୍ତିଆର କରିଥିଲା ବେଳେ ଜିମ୍ବାୱେ ଖାତା ଖୋଲିପାରିନାହିଁ।
ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନା କୋର୍ଜେନ୍‌ଙ୍କ କୀର୍ତ୍ତିମାନ ଭାଙ୍ଗିଲେ ଦାର
ରାୱଲପିଣ୍ଡି: ପାକିସ୍ତାନୀ ଅମ୍ପାୟାର ଅଲିମ ଦାର୍‌ ରବିବାର ଏକ ନୂଆ କୀର୍ତ୍ତିମାନ ରଚିଛନ୍ତି। ସବୁଠୁ ଅଧିକ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିବାରେ ସେ ପ୍ରଥମ ପଡ଼ିଆ ଭିତର ଅମ୍ପାୟାର ହୋଇଛନ୍ତି। ରବିବାର ଏଠାରେ ଖେଳାଯାଇଥିବା ପାକିସ୍ତାନ-ଜିମ୍ବାୱେ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଅବସରରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲା ବେଳେ ଦକ୍ଷିଣ ଆଫ୍ରିକାର ରୁଦି କୋର୍ଜେନ୍‌ଙ୍କୁ ଟପି ଯାଇଛନ୍ତି। ରବିବାର ମ୍ୟାଚ୍‌ ଥିଲା ୫୨ ବର୍ଷ ବୟସ୍କ ଦାର୍‌ଙ୍କ ୨୧୦ତମ। ଏହା ପୂର୍ବରୁ ଦାର୍‌ ମଧ୍ୟ ସର୍ବାଧିକ ଟେଷ୍ଟ୍‌ (୧୩୨) ପରିଚାଳନା‌ର କୀର୍ତ୍ତିମାନ ନିଜ ନାମରେ ରଖିଥିଲା ବେଳେ ସର୍ବାଧିକ ଆନ୍ତର୍ଜାତିକ ମ୍ୟାଚ୍‌ (୩୮୭) ପରିଚାଳନା କରିବାର କୀର୍ତ୍ତିମାନ ମଧ୍ୟ ତାଙ୍କ ନାମରେ ରହିଛି। ଅନ୍ୟପକ୍ଷରେ ଦାର୍‌ ୪୫ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ନିଜ ଦେଶର ଏହସାନ୍‌ ରାଜାଙ୍କଠୁ ଗୋଟିଏ ପଛରେ ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ