ଧର୍ମ

ପଢ଼ନ୍ତୁ ହନୁମାନଙ୍କ ଏହି ମନ୍ତ୍ର : ଦୂର ହୋଇଯିବ ସମସ୍ତ କଷ୍ଟ

ଦୁନିଆର ସମସ୍ତ କଷ୍ଟ କାମ କେବଳ ହନୁମାନଙ୍କ କୃପା ଏବଂ ସ୍ମରଣ ଦ୍ବାରା ସମ୍ଭବ ହୋଇଥାଏ। ମଙ୍ଗଳବାର ଶ୍ରୀ ହନୁମାନଙ୍କ ଧ୍ୟାନ ଦ୍ବାରା ଜୀବନକୁ ମଙ୍ଗଳମୟ କରିବା ଶୁଭ ବୋଲି କୁହାଯାଇଥାଏ। ଏହି ଦିନ ହନୁମାନଙ୍କ ଧ୍ୟାନ,ଗ୍ରହ,ମନ,କର୍ମ ଏବଂ ବିଚାର ଦ୍ବାରା ଦୋଷକୁ ଦୂର କରି ସୁଖ-ସଫଳତା ପାଇ ହେବ ବୋଲି କୁହା ଯାଇଥାଏ। ଏଥିପାଇଁ ହନୁମାନଙ୍କ ବିଶେଷ ମନ୍ତ୍ର ଧ୍ୟାନ କରିବାର ମହତ୍ତ୍ବ ରହିଛି।
ଶ୍ରୀ ହନୁମାନ ଚାଳିଶାରେ ବର୍ଣ୍ଣିତ ‘ଦୁର୍ଗମ କାଯ ଜଗତ କେ ଯେତେ,ସୁଗମ ଅନୁଗ୍ରହ ତୁହ୍ମାରେ ତେତେ’ ଚଉପାଈକୁ ଯେତେ ବି ଦୁଃଖ,କଷ୍ଟ ଏବଂ କୌଣସି ପ୍ରକାର ଅଭାବ ସମୟରେ ଜପ କରିବା ଦ୍ବାରା ସମସ୍ତ ଭୟ,ବାଧା,ଚିନ୍ତା ଏବଂ କ୍ଷୋଭ ନଷ୍ଟ ହୋଇଯାଇଥାଏ ଏବଂ କଷ୍ଟ କାମ ସମ୍ଭବ ହୋଇଥାଏ।
ହନୁମାନ ଗାୟତ୍ରୀ ମନ୍ତ୍ର- ‘ ଓଁ ଆଜ୍ଜନେୟାୟ ବିଦ୍ୟହେ,ବାୟୁପୁତ୍ରାୟ ଧୀମହି। ତନ୍ନୋ ହନୁମତ୍ ପ୍ରଚୋଦୟାତ୍।।’ ଏହି ମନ୍ତ୍ର ରବିବାର,ମଙ୍ଗଳବାର ଏବଂ ଶନିବାର ଜପ କରିବା ଉଚିତ୍ କାରଣ ମଙ୍ଗଳବାର ଶ୍ରୀହନୁମାନଙ୍କ ଭକ୍ତି,ରବିବାର ହନୁମାନଙ୍କ ଗୁରୁ ସୂର୍ଯ୍ୟଙ୍କ ଭକ୍ତି ଏବଂ ଶନିବାର ହନୁମାନଙ୍କ ଭକ୍ତି କରୁଥିବା ବ୍ୟକ୍ତିଙ୍କ ଉପରେ ଶନି ଦେବତା କୃପା କରିବାକୁ ହନୁମାନଙ୍କୁ ବଚନ ଦେଇଥିଲେ।
ଏହି ୩ଟି ଦିନରେ ବ୍ରହ୍ମମୁହୂର୍ତ୍ତ ଉଠିବା ପରେ ସ୍ନାନ କରି ଲାଲ ବସ୍ତ୍ର ପିନ୍ଧି ହନୁମାନଙ୍କ ମୂର୍ତ୍ତି କିମ୍ବା ଫଟୋ ସମ୍ମୁଖରେ ବସି କୁଙ୍କୁମ,ଅକ୍ଷତ,ନାଲି ଫୁଲ ଏବଂ ତାଙ୍କ ପ୍ରିୟ ସିନ୍ଦୂର ଅର୍ପଣ କରନ୍ତୁ। ଏହା ପରେ ହନୁମାନ ଗାୟତ୍ରୀ ମନ୍ତ୍ର ଏବଂ ଚଉପାଇ ପୂରା ଭକ୍ତି ଏବଂ ଶ୍ରଦ୍ଧା ସହକାରେ ଜପ କରନ୍ତୁ। ଭୋଗରେ ହନୁମାନଙ୍କୁ ଗୁଡ଼,ବୁଟ କିମ୍ବା ଗହମର ଅଟା ଏବଂ ଘିଅରେ ପ୍ରସ୍ତୁତ ଚୁରମା ଚଢ଼ାନ୍ତୁ।
• ସକାଳେ କୁଳି ନକରି କିଛି ଖାଆନ୍ତୁ କି ପିଅନ୍ତୁ ନାହିଁ।
• ସ୍ବଚ୍ଛ ନ ହୋଇ ଗାଈ,ବ୍ରାହ୍ମଣ ଏବଂ ଅଗ୍ନିକୁ ହାତ ଲଗାନ୍ତୁ ନାହିଁ।
• ସୂର୍ଯୋଦୟ ପୂର୍ବରୁ ଶଯ୍ୟା ପରିତ୍ୟାଗ କରନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ