ରାଜ୍ୟ ସ୍ପେଶାଲ ରିପୋର୍ଟ

ପଙ୍ଗୁ ପାଲଟିଛି ଏମ୍‌କେସିଜିର ହୃଦ୍‌ରୋଗ ବିଭାଗ; ସିଟି ସର୍ଜରିରେ ଜଣେ ଡାକ୍ତର, ଅସ୍ତ୍ରୋପଚାର ସ୍ବପ୍ନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନାର ନାଁ କେବଳ ବଡ଼। ଏଠାରେ ରୋଗୀଙ୍କୁ ମୌଳିକ ସୁବିଧା ବି ମିଳିପାରୁ ନାହିଁ। ଡାକ୍ତର ଅଭାବ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବାରୁ ଠିକ୍‌ ସମୟରେ ରୋଗୀ ଚିକିତ୍ସା ନପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଛି ଯାହାକି ରୋଗୀଙ୍କ ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ। ଦିନକୁ ଦିନ ହୃଦ୍‌ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏମ୍‌କେସିଜିର ହୃଦ୍‌ରୋଗ ବିଭାଗ ଏକ ପ୍ରକାର ପଙ୍ଗୁ ହୋଇଯାଇଛି। ଏହି ବିଭାଗରେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସେଭଳି ଖାସ୍‌ ବ୍ୟବସ୍ଥା ନାହିଁ। ଏଣୁ ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର ଏକମାତ୍ର ବିକଳ୍ପ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା, ସିଟି ସର୍ଜରି (କାର୍ଡିଓଥୋରାସିସ୍‌ ସର୍ଜରି) ବିଭାଗରେ ଜଣେ ମାତ୍ର ଡାକ୍ତର ରହିଛନ୍ତି। ଦୀର୍ଘଦିନ ଧରି ଏହି ବିଭାଗ ଡାକ୍ତରଶୂନ୍ୟ ହୋଇ ରହିଥିଲା। ନିକଟରେ ଜଣେ ଡାକ୍ତର ଆସିଛନ୍ତି। ସେ ଛୁଟିରେ ରହିଥିବାରୁ ଏହି ବିଭାଗରେ ଅସ୍ତ୍ରୋପଚାର ଏକ ପ୍ରକାର ସ୍ବପ୍ନ ପାଲଟିଛି।

ଏମ୍‌କେସିଜି ବଡ଼ ଡାକ୍ତରଖାନାରୁ ରୋଗୀ ଫେରିବେ ନାହିଁ। ସମସ୍ତ ପ୍ରକାର ସୁପର୍‌ସ୍ପେସାଲିଟି ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ ଡାକ୍ତରଖାନାରୁ ଚିକିତ୍ସା ନପାଇ ରୋଗୀ ବାରମ୍ବାର ଫେରୁଥିବା ଘଟଣା ନଜରକୁ ଆସୁଛି। ହୃଦ୍‌ରୋଗ ବିଭାଗରୁ ରୋଗୀ ଯେଭଳି ଚିକିତ୍ସାସେବା ଆଶା କରୁଛନ୍ତି ତାହା ମିଳୁ ନାହିଁ। ହୃଦ୍‌ରୋଗ ପାଇଁ ଆଉଟ୍‌ଡୋର୍‌ ସପ୍ତାହକୁ ମାତ୍ର ଦୁଇଥର ଖୋଲୁଥିବା ବେଳେ ଅନ୍ୟଦିନରେ ରୋଗୀ ସେବା ପାଇପାରୁ ନାହାନ୍ତି। ରାତିରେ ଯଦି କୌଣସି ହୃଦ୍‌ରୋଗୀ ଡାକ୍ତରଖାନା ଯାଉଛନ୍ତି ତେବେ କାଜୁଆଲ୍‌ଟିରେ ବିଭାଗୀୟ ଡାକ୍ତର ରହୁ ନାହାନ୍ତି। ମେଡିସିନ୍‌ ବିଭାଗ ଡାକ୍ତର ତାଙ୍କୁ ଦେଖୁଛନ୍ତି। ଯଦି ରୋଗୀ ଗୁରୁତର ହେଉଛନ୍ତି ତେବେ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରି ଦିଆଯାଉଛି। ଏଭଳି ସ୍ଥିତିରେ ଚାଲିଛି ଏମ୍‌କେସିଜି ବଡ଼ ଡାକ୍ତରଖାନାର ହୃଦ୍‌ରୋଗ ବିଭାଗ। ଡାକ୍ତର ଅଭାବ ଯୋଗୁଁ ବିଭାଗଟି ୨୪ଘଣ୍ଟିଆ କାର୍ଯ୍ୟକ୍ଷମ କରିପାରୁ ନାହିଁ।

ହୃଦ୍‌ରୋଗ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଡା. ତ୍ରିନାଥ ମିଶ୍ର ଅବସର ନେବା ପରେ ତାଙ୍କୁ ପୁଣିଥରେ ଚୁକ୍ତିଭିତ୍ତିରେ ରଖାଯାଇଛି। ସେହିପରି ଏହି ବିଭାଗରେ ଆଉ ଜଣେ ପ୍ରଫେସର ଏବଂ ଜଣେ ଆସିଷ୍ଟାଣ୍ଟ୍‌ ପ୍ରଫେସର ଓ ଜଣେ ସିନିୟର୍‌ ରେସିଡେଣ୍ଟ୍‌ ରହିଛନ୍ତି। ବିଭାଗର ଆଉଟ୍‌ଡୋର୍‌ ସପ୍ତାହରେ ଦୁଇଦିନ କାର୍ଯ୍ୟକ୍ଷମ ରହୁଥିବା ବେଳେ ସପ୍ତାହକୁ ପ୍ରାୟ ୫୦/୬୦ଜଣ ରୋଗୀ ଆସୁଛନ୍ତି। ସେପଟେ ସିଟି ସର୍ଜରି ବିଭାଗରେ ଜଣେ ହେଲେ ବି ଡାକ୍ତର ନଥିଲେ। ଗତ ପ୍ରାୟ ୩/୪ଦିନ ହେଲା କଟକ ଏସ୍‌ସିବିରୁ ଜଣେ ଆସୋସିଏଟ୍‌ ପ୍ରଫେସର ଏମ୍‌କେସିଜିରେ ଯୋଗ ଦେବ‌ା ପରେ ବର୍ତ୍ତମାନ ଛୁଟିରେ ରହିଛନ୍ତି। ଜଣେମାତ୍ର ଡାକ୍ତରରେ ଏହି ବିଭାଗ ଚାଲିବ କେମିତି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏମ୍‌କେସିଜିରେ ହୃଦ୍‌ରୋଗୀଙ୍କ ଅସ୍ତ୍ରୋପଚାର ହୋଇପାରୁ ନାହିଁ।

ଏ ସମ୍ପର୍କରେ ଏମ୍‌କେସିଜି ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହନ୍ତି, ହୃଦ୍‌ରୋଗ ବିଭାଗରେ ଦୁଇଜଣ ପ୍ରଫେସରଙ୍କ ସମେତ ଅନ୍ୟ ଡାକ୍ତର ରହିଛନ୍ତି। ରୋଗୀଙ୍କ ପରୀକ୍ଷା ପାଇଁ ସମସ୍ତ ସୁବିଧା କରାଯାଇଛି। ମାସକୁ ପ୍ରାୟ ଶହେ ଏନ୍‌ଜିଓଗ୍ରାଫି ହେଉଛି। ସର୍ଜରି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ହେଲେ ଡାକ୍ତର ନଥିବାରୁ ଅସ୍ତ୍ରୋପଚାର ହୋଇପାରୁ ନଥିଲା। ଏବେ ଜଣେ ଡାକ୍ତର ଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।