ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନୂଆପିଢ଼ି ଦଳର ମଙ୍ଗ ଧରିବା ସମୟ ଆସିଛି: ପାୱାର

ମୁମ୍ବାଇ: ମହାରାଷ୍ଟ୍ରର ବରିଷ୍ଠ ରାଜନେତା ଶରଦ ପାୱାର ଆଜି ଏନସିପି ସଭାପତି ପଦରୁ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ପାୱାର କହିଛନ୍ତି, ମେ’ ୧, ୧୯୬୦ରୁ ମେ’ ୧,୨୦୨୩ ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ସାର୍ବଜନୀନ ଜୀବନରେ ରହିଲି। ଏବେ ପଛକୁ ଫେରିବାର ଆବଶ୍ୟକତା ରହିଛି। ଏବେ ନୂଆ ପିଢ଼ି ଦଳର ମଙ୍ଗ ଧରିବା ସମୟ ଆସିଛି ବୋଲି ପାୱାର କହିଛନ୍ତି।
ପାୱାରଙ୍କ ଭାଷଣର ମୁଖ୍ୟାଂଶ-
୧- ସମୟ ଖୁବ୍‌ଶୀଘ୍ର ପଳାଇଲା। କାଲି ଭଳି ଲାଗୁଛି, ଯେତେବେଳେ ମୁଁ ଜଣେ ଯୁବ ବିଧାୟକ ଭାବେ କାମ ଆରମ୍ଭ କରିଥିଲି।
୨- ବସନ୍ତରାଓ ନାଏକଙ୍କ କ୍ୟାବିନେଟରେ ସାଧାରଣ ପ୍ରଶାସନ ଏବଂ ଗୃହ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲି।
୩- ୧୯୯୯ରେ ଏନସିପି ଗଠନ ହେଲା। ଦଳର ସଭାପତି ହେବାର ସୌଭାଗ୍ୟ ମତେ ମିଳିଥିଲା। ଏନସିପି ଏବେ ୨୪ ବର୍ଷରେ ପହଞ୍ଚିଛି। ‌୧୯୬୦ ମେ’ ୧ରେ ଆରମ୍ଭ ହୋଇଥିବା ଏହି ଯାତ୍ରା ଦିର୍ଘ ୬୩ ବର୍ଷ ଧରି ନିରନ୍ତର ଭାବେ ଚାଲିଛି। ଏହି ସମୟ ମଧ୍ୟରେ ମୁଁ ବିଭିନ୍ନ କ୍ଷେତ୍ରରେ ମହାରାଷ୍ଟ୍ର ଏବଂ ଦେଶ ପାଇଁ କାମ କରିଛି।
୪- ମୋର ରାଜ୍ୟସଭା ସଦସ୍ୟତା ଆଉ ୩ ବର୍ଷ ରହିଲା। ଏହି ସମୟରେ ମୁଁ ମହାରାଷ୍ଟ୍ର ଏବଂ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଫୋକସ୍‌ କରିବି।
୫- ମେ’ ୧, ୧୯୬୦ରୁ ମେ’ ୧, ୨୦୨୩ ମଧ୍ୟରେ ଏକ ଦୀର୍ଘ ଦିନର ସାର୍ବଜନୀନ ଯାତ୍ରା ପରେ ଏବେ ପଛକୁ ଫେରିବାର ଆବଶ୍ୟକତା ରହିଛି। ଏନସିପି ସଭାପତି ପଦରୁ ମୁଁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛି। କିନ୍ତୁ ଶିକ୍ଷା, କୃଷି, ସମବାୟ, କ୍ରୀଡ଼ା , ସଂସ୍କୃତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମୁଁ ଅଧିକ କାର୍ଯ୍ୟ କରିବାପାଇଁ ଆଗ୍ରହୀ ଅଛି।
୬- ବିଭିନ୍ନ ଚାରିଟେବଲ ଅନୁଷ୍ଠାନ ପାଇଁ କାର୍ଯ୍ୟ କରିବା ସହ ମୁଁ ନେହରୁ ସେଣ୍ଟରକୁ ମୋ ସମୟ ଦେବା ଜାରି ରଖିବି। ବସନ୍ତଦାଦା ସୁଗାର ଇନଷ୍ଟିଚ୍ୟୁଟ୍‌ ଭଳି ବିଭିନ୍ନ ଅନୁଷ୍ଠାନରେ ମୁଁ ଦାୟିତ୍ବରେ ରହିଛି। ଆଗକୁ ମଧ୍ୟ ମୁଁ ଏହି କାର୍ଯ୍ୟ ଜାରି ରଖିବି।
୭- ଗତ ୬ ଦଶନ୍ଧି ମଧ୍ୟରେ ମତେ ଆପଣମାନେ ଏବଂ ମହାରାଷ୍ଟ୍ର ଯେଉଁ ଦୃଢ଼ ସମର୍ଥନ ଏବଂ ଭଲପାଇବା ଦେଇଛନ୍ତି ତାହା କେବେ ବି ଭୁଲି ପାରିବିନି। ଏବେ ଦଳକୁ ନୂଆ ପିଢ଼ି ମାର୍ଗଦର୍ଶନ କରିବାର ସମୟ ଆସିଛି।
୮- ଏନସିପି ଦଳର ସଭାପତି ପଦ ପୂରଣ ସଂକ୍ରାନ୍ତରେ ନିଷ୍ପତ୍ତି ନେବାପାଇଁ ଏନସିପି ସଦସ୍ୟଙ୍କ ଦ୍ବାରା ଏକ କମିଟି ଗଠନ କରିବାପାଇଁ ମୁଁ ସୁପାରିସ କରିଛି। ଦଳକୁ ଶକ୍ତିଶାଳୀ କରିବାପାଇଁ ଏହି କମିଟି ନିରନ୍ତର ଭାବେ କାମ କରିବ।
୯- ଏନସିପି ସଭାପତି ପଦରୁ ମୁଁ ଇସ୍ତଫା ଦେଉଥିଲେ ବି ସାର୍ବଜନୀନ ଜୀବନରୁ ଅବସର ନେଉନି। ମୁଁ ସାଧାରଣ କାର୍ଯ୍ୟକ୍ରମ ଏବଂ ବୈଠକରେ ଯୋଗ ଦେବା ଜାରି ରଖିବି।
୧୦- ଲୋକଙ୍କ ଭଲପାଇବା ଏବଂ ବିଶ୍ବାସ ହେଉଛି ମୋର ନିଶ୍ବାସ। ଜନତାଙ୍କ ସହ ମୋର ସମ୍ପର୍କ ଅତୁଟ ରହିବ। ମୁଁ ଲୋକଙ୍କ ସହ ଅଛି ଏବଂ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଲୋକଙ୍କ ସହ ରହିବି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ