ଆନନ୍ଦପୁର: ଘସିପୁରା ବ୍ଳକ୍ ରାମଚନ୍ଦ୍ରପୁର ପଞ୍ଚାୟତ ନୂଆଗାଁ ଗ୍ରାମରେ ଗଛକଟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ଗଛଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ କାଟି ପକାଇଥିବାରୁ ଗ୍ରାମର ଯୁବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ତିନିବର୍ଷ ତଳେ ଗ୍ରାମର ଯୁବକମାନେ ଗ୍ରାମ ନିକଟରେ ଗଛ ଲଗାଇବା ସହିତ ଏହାର ରକ୍ଷଣାବେକ୍ଷଣ ମଧ୍ୟ କରିଥିଲେ। ତେବେ ଗତକାଲି ରାତିରେ କେହି ଦୁର୍ବୃତ୍ତ ଗଛଗୁଡ଼ିକୁ କାଟି ଦେଇଛନ୍ତି। ଏହାର ତଦନ୍ତ ପାଇଁ ଦାବି ହେଉଛି।