ଦେଶ ବିଦେଶ ମନୋରଞ୍ଜନ

‘ଦ ଲେଡି କିଲର’ରେ ଭୂମି ପେଡ୍‌ନେକର, ଚାଲେଞ୍ଜିଂ ରୋଲ୍‌ରେ ଆସିବେ ନଜର

ମୁମ୍ଵାଇ ୦୪।୧୦: ୨୦୧୫ ମସିହାରେ ‘ଦମ୍‌ ଲଗା କେ ହୈ ସା’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଅଭିନେତ୍ରୀ ଭୂମି ପେଡ୍‌ନେକର । ତା’ ପରଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି । ଦର୍ଶକଙ୍କୁ ଅନେକଗୁଡ଼ିଏ ସୁପରହିଟ୍‌ ଫିଲ୍ମ ଉପହାର ଦେବା ସହ ବି-ଟାଉନ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପାଲଟି ଯାଇଛନ୍ତି । ଆଗକୁ ତାଙ୍କୁ ‘ଦ ଲେଡି କିଲର’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ପ୍ରଥମ ଥର ଲାଗି ଅର୍ଜ୍ଜୁନ କପୁର ସ୍କ୍ରିନ୍‌ ସେୟାର କରିବେ । ଏ ସଂପର୍କରେ ନିକଟରେ ଏକ ସାକ୍ଷାତକାରରେ ଭୂମି କହିଛନ୍ତି, ‘ଦ ଲେଡି କିଲର’ର ସ୍କ୍ରିପ୍‌ଟ ଅତ୍ୟନ୍ତ ଚମତ୍କାର । ଏହି ସସ୍‌ପେନ୍ସ ଡ୍ରାମା ଫିଲ୍ମରେ ମୋ’ର ଭୂମିକା ଖୁବ୍‌ ଚାଲେଞ୍ଜିଂ ରହିଛି ।

କହିବାକୁ ଗଲେ ଆଜି ପର୍ଯ୍ୟନ୍ତ ମୁଁ ଯେତେ ଭୂମିକାରେ ଅଭିନୟ କରିଛି ଏହି ଭୂମିକା ସବୁଠୁ ଭିନ୍ନ । ଦର୍ଶକଙ୍କୁ ଆମର କାମ ପସନ୍ଦ ଆସିବ ବୋଲି ଆଶା । ଏହି ଫିଲ୍ମକୁ ଭୂଷଣକୁମାର ଓ ଶୈଳେଶ ଆର୍‌ ସିଂହ ପ୍ରଯୋଜନା କରୁଛନ୍ତି । ଅଜୟ ବହଲ ନିର୍ଦ୍ଦେଶନାରେ ଅଛନ୍ତି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଭୂମିଙ୍କୁ ଆଗକୁ ଶଶାଙ୍କ ଖୈତାନ୍‌ଙ୍କ ‘ଗୋବିନ୍ଦା ନାମ ମେରା’, ସୁଧୀର ମିଶ୍ରାଙ୍କର ‘ଅଫ୍‌ୱା’, ଅନୁଭବ ସିହ୍ନାଙ୍କ ‘ଭିଡ୍‌’ରେ ଦେଖିବାକୁ ମିଳିବ । ଏହାଛଡ଼ା ‘ଥ୍ୟାଙ୍କ୍‌ ୟୁ ଫର କମିଙ୍ଗ’ ରେ ବି ଭୂମି ନଜର ଆସିବେ

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ