ପାଟଣା ୦୪।୧୦ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶ୍ୱଶୁର ଘର ପଛପଟୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକ ଘଟଗାଁ ଥାନା ପାନପୋଷ ଗାଁର ବିନୋଦ ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବିନୋଦ ତାଙ୍କ ଶ୍ୱଶୁର ବିରଞ୍ଚି ବେହେରାଙ୍କ ଘର ଗଣ୍ଡବେଡ଼ା ଗାଁରେ ଘର ଜ୍ୱାଇଁ ଭାବେ ରହୁଥିଲେ । ହେଲେ ମଙ୍ଗଳବାର ସକାଳୁ ହଠାତ୍ ବିନୋଦ ଘରେ ନଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏହାପରେ ତାଙ୍କୁ ଘର ପଛ ପଟରେ ଥିବା ବାଉଁଶ ଗଛରୁ ଝୁଲନ୍ତା ମୃତେଦେହ ମିଳିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ଏହା ଆତ୍ମହତ୍ୟା ନା ଆଉ କିଛି । ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଗ୍ରାମବାସୀମାନେ କହିଛନ୍ତି ।