ଦେଶ ବିଦେଶ ମନୋରଞ୍ଜନ

ଦ୍ବିତୀୟ ଥର ଲାଗି ଏହି ଲୋକପ୍ରିୟ ନିର୍ଦେଶକଙ୍କ ସିନେମାରେ ନାୟିକା ବନିଲେ ଏଲିନା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ଏବେ ପୁଣି ଏକ ସିନେମାରେ କାମ କରୁଥିବାର ଜଣାଯାଇଛି। ଏହି ସିନେମାର ଶୀର୍ଷକ ରହିଛି ‘ପାପ’। ଏହି ଓଡ଼ିଆ ସିନେମାର ନିର୍ଦେଶନା ଦେଉଛନ୍ତି ଓଲିଉଡର ଲୋକପ୍ରିୟ ନିର୍ଦେଶକ ଅଶୋକ ପତି। ଦ୍ବିତୀୟ ଥର ଲାଗି ଅଶୋକଙ୍କ ସହ କାମ କରୁଛନ୍ତି ଏଲିନା। ଏହାପୂର୍ବରୁ ଏଲିନା ଅଶୋକ ପତିଙ୍କ ନିର୍ଦେଶିତ ‘ଲଭ୍ ଷ୍ଟେସନ୍’ ରେ କାମ କରିଥିଲେ, ଯେଉଁଥିରେ ସେ ଜନପ୍ରିୟ ନାୟକ ବାବୁସାନଙ୍କ ବିପକ୍ଷରେ ନଜର ଆସିଥିଲେ । ‘ପାପ’ର କଥାବସ୍ତୁ ମୌଳିକ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଗତ ୫ ବର୍ଷ ହେଲା ବେଶ୍ ସକ୍ରିୟ ଅଛନ୍ତି ଅଭିନୟ କ୍ଷେତ୍ରରେ। ସେ ତରଙ୍ଗ ସିନେ ପ୍ରଡକସନ୍‌ସ ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’ରୁ ଓଲିଉଡରେ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ କେହି ନୁହେଁ କାହାର, ଜଗା ହାତରେ ପଘା, ଅଭୟ, ଲଭଷ୍ଟେସନ୍‌ ,ମୁଁ ଖାଣ୍ଟି ଓଡ଼ିଆ ଝିଅ, ଝିଅଟା ବିଗିଡ଼ିଗଲା, ହାପି ଲକି, କାବୁଲା ବାରବୁଲା, ଫୋର୍‌ ଇଡିଅଟ୍‌ସ, ଟୋକାଟା ଫସିଗଲା, ମାଲ ମହୁ ଜୀବନ ମାଟି ଓ ଦିସ୍ ଇଜ୍ ସବୁ ମାୟାରେ ବାୟା ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି।

ସୂଚନାଯୋଗ୍ୟ, ଏହି ସମୟ ଭିତରେ ଏଲିନା ଅଶୋକ ପତିଙ୍କ ବ୍ୟତୀତ ବସନ୍ତ ସାହୁ, ସୁଧାଂଶୁ ମୋହନ ସାହୁ, ସୁଶାନ୍ତ ମଣି, ଅବତାର୍ ସିଂହ, ରମେଶ ରାଉତ, ମୁରଲୀକ୍ରୀଷ୍ଣା, ବିନି ପଟ୍ଟନାୟକଙ୍କ ଭଳି ନିର୍ଦେଶକଙ୍କ ସହ କାମ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ