ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ ସାଧାରଣ ମଣିଷଟିଏ ରାତାରାତି ଷ୍ଟାର ପାଲଟି ଯିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ୭୦ବର୍ଷ ବୟସରେ ଭଙ୍ଗା ହାତରେ ଦିଲ୍ଲୀରେ ଏକ ଚା ଷ୍ଟଲ୍ ଚଳାଉଥିବା ବାବାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପାଖକୁ ସାହାଯ୍ୟର ସୁଅ ଛୁଟିବାରେ ଲାଗିଛି। ଦ୍ୱାରକାର ବାବାଙ୍କ କାହାଣୀ ଲୋକମାନଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ଏହାପରେ ଲୋକମାନେ ବୃଦ୍ଧଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।
@ ଫୁଡିଭିଶାଲ ନାମକ ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଚା’ ୱାଲା ବାବାଙ୍କ କାହାଣୀ ସୋସିଆଲ ମିଡିଆରେ ସେୟାର କରିଥିଲେ। ବିଶାଲ ସେୟାର କରିଥିବା ଭିଡିଓରେ ଚା’ ବାବାଙ୍କ ପୁଅ ମଦ୍ୟପାନ କରି ବାପାକୁ ପିଟିପିଟି ଘରୁ ବାହାର କରି ଦେଇଥିଲା। ଘରର ଜ୍ୱାଇଁ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ। ପିଟିବା କାରଣରୁ ବାବାଙ୍କର ମେରୁଦଣ୍ଡରେ ସମସ୍ୟା ଦେଖା ଦେବା ସହ ତାଙ୍କର ଗୋଟିଏ ହାତ ଭାଙ୍ଗି ଯାଇଥିଲା। ଏହାପରେ ବି ବାବା ହାର ମାନି ନଥିଲେ। କାହା ଉପରେ ବୋଝେ ନହୋଇ କାମ କରିବାକୁ ଆଗେଇ ଆସିଥିଲେ। ଏକ ମାସ ପାଇଁ ସେ ଚଣା ଓ ମକା ବିକ୍ରି କରିବା ପରେ ତାଙ୍କ ଝିଅ ତାଙ୍କୁ ସୁଭାଷ ଆପାର୍ଟମେଣ୍ଟ ନିକଟରେ ଏକ ଛୋଟ ଚା’ ଦୋକାନ କରିବାରେ ସାହାଯ୍ୟ କରିଥିଲେ |
ଚା’ ବିକୁଥିବା ଆମ୍ମା-ବାବାଙ୍କ କାହାଣୀ ଜାଣିବା ପରେ ଚା ତିଆରିକାରୀମାନେ ବିଶାଲ ବାବାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସେ ବୃଦ୍ଧ ଦମ୍ପତିଙ୍କ ପାଇଁ ଚିପ୍ସ, ନାମକିନ୍ ଓ କଦଳୀ ବିକ୍ରି ପାଇଁ ବ୍ୟବସ୍ଥା କରିଥିଲେ | ଯାହାଦ୍ୱାରା ବାବା ଚା’ ସହିତ ବିକ୍ରି କରିବା ସହିତ ଏସବୁ ବିକ୍ରି କରି କିଛି ରୋଜଗାର କରିପାରିବେ | ଏହା ବ୍ୟତୀତ ବିଶାଲ ପ୍ରାୟ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦେଇଛନ୍ତି, ଯାହାଫଳରେ ବାବାଙ୍କ ମୁଖରେ ପୁଣି ହସ ଫୁଟି ଉଠିଥିବା ଦେଖିବାକୁ ମିଳିଛି।
Trending
- ନ୍ୟାୟପାଳିକାକୁ ନେଇ ମୋଦୀ-କଂଗ୍ରେସ ମୁହାଁମୁହିଁ
- ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ ଓକିଲ: ନ୍ୟାୟପାଳିକାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ‘ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ’
- ଟିକେଟ୍ ନ ମିଳିବାରୁ ସାଂସଦଙ୍କ ଆତ୍ମହତ୍ୟା
- ପ୍ରାର୍ଥୀ ବଦଳାଇ ଚର୍ଚ୍ଚାରେ ବିଜେପି: ସଫଳ ହେବ ନା ବିଫଳତାକୁ ଦୋହରାଇବ?
- ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କିଏ? ନାମ ଘୋଷଣା କଲାନି ବିଜେଡି, କର୍ମୀଙ୍କ ଉତ୍କଣ୍ଠା ବଢ଼ୁଛି
- ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ: ସାଂସଦ ଭାବେ ପ୍ରଦର୍ଶନର ଚିତ୍ରଦେଲେ
- ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
- ଓଡ଼ିଶାର ଅସ୍ମିତାକୁ ନେଇ ଲଢ଼ିବ କଂଗ୍ରେସ: ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବ ରାହୁଲଙ୍କ ୫ ଗ୍ୟାରେଣ୍ଟି ସଂକଳ୍ପ
Friday, March 29