ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦିଲ୍ଲୀ ଏମ୍ସରେ ନର୍ସଙ୍କ ଆନ୍ଦୋଳନ ସ୍ଥଗିତ, ହସ୍ପିଟାଲ କର୍ତ୍ତୃପକ୍ଷ ସହ ଆଲୋଚନା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ ୧୬।୧୨: ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ସହ ଦୁଇ ଘଣ୍ଟାର ବୈଠକ ପରେ ମଙ୍ଗଳବାର ରାତିରେ ନର୍ସିଂ ୟୁନିଅନ୍ ଧର୍ମଘଟ ସ୍ଥଗିତ ରଖିଛନ୍ତି । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ପ୍ରାୟ ୫ ହଜାର ନର୍ସ ସୋମବାର ଷଷ୍ଠ କେନ୍ଦ୍ରୀୟ ଅର୍ଥ ଆୟୋଗ ସହ ଜଡିତ ବିଭିନ୍ନ ଦାବି ନେଇ ଧର୍ମଘଟ କରିଥିଲେ ।

ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଗଣମାଧ୍ୟମକୁ କହିଛନ୍ତି ଯେ, ନର୍ସମାନେ ଧର୍ମଘଟ ସ୍ଥଗିତ କରି କାମ ଆରମ୍ଭ କରିଛନ୍ତି । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ହ୍ସପିଟାଲ କର୍ତ୍ତୃପକ୍ଷ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘକୁ ଆଶ୍ବାସନା ଦିଆଯାଇଥିଲା ଯେ ସେମାନଙ୍କର ସମସ୍ତ ସ୍ଥାନୀୟ ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ । ଯେଉଁଠି କି ମନ୍ତ୍ରଣାଳୟ ସହ ଜଡିତ ମାମଲା ଯଥାଶୀଘ୍ର ପୃଥକ ଭାବରେ ସମାଧାନ କରାଯିବ । ଅଧିକାରୀ କହିଛନ୍ତି ଯେ, ବୈଠକ ପରେ ସଂଘ ଧର୍ମଘଟ ସ୍ଥଗିତ ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ