Subscribe to Updates

    Get the latest creative news from FooBar about art, design and business.

    What's Hot

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023
    Facebook X (Twitter) Instagram
    Trending
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    • କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର
    • ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ
    • ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ
    • ମା’ ଆସୁଛନ୍ତି: ସର୍ବଧର୍ମ ସମନ୍ୱୟର ତୋରଣ
    • ‘ସମ୍ବାଦ ଭବନ’ରେ ସମ୍ପାଦକଙ୍କୁ ସ୍ବାଗତ
    • ରୋଗରେ ଅସ୍ତବ୍ୟସ୍ତ ଓଡ଼ିଶା: ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍, ଡେଙ୍ଗୁ ଓ ଭାଇରାଲ୍ ଜ୍ବର
    • ୨୦୨୪ ସାଧାରଣ ନିର୍ବାଚନ କସରତ: ବଦଳିବ ବିଜେପିର ଟିକେଟ୍‌ ଫର୍ମୁଲା
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଦିବ୍ରୁଗଡ଼-କନ୍ୟାକୁମାରୀ ସୁପରଫାଷ୍ଟ୍‌ରେ ଅଗ୍ନିକାଣ୍ଡ: ‘ବ୍ରେକ୍‌ ସୁ’ରୁ ବାହାରିଲା ଧୂଆଁ
    ରାଜ୍ୟ

    ଦିବ୍ରୁଗଡ଼-କନ୍ୟାକୁମାରୀ ସୁପରଫାଷ୍ଟ୍‌ରେ ଅଗ୍ନିକାଣ୍ଡ: ‘ବ୍ରେକ୍‌ ସୁ’ରୁ ବାହାରିଲା ଧୂଆଁ

    NewsLaxmi7By NewsLaxmi7July 12, 2023Updated:July 12, 2023No Comments1 Min Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବ୍ରହ୍ମପୁର: ଦିବ୍ରୁଗଡ଼-କନ୍ୟାକୁମାରୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌ରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ବ୍ରହ୍ମପୁର ରେଳଷ୍ଟେସନ୍‌ରୁ ମାତ୍ର ଦେଢ଼ କିମି ଦୂର କମାପଲ୍ଲୀ ଓଭର୍‌ ବ୍ରିଜ୍ ଏବଂ ଲାଞ୍ଜିପଲ୍ଲୀ ଲେବଲ୍‌ କ୍ରସିଂ ନିକଟରେ ଏହାକୁ ଅଟକା ଯାଇଥିଲା। ଟ୍ରେନ୍‌ରେ ନିଆଁ ଲାଗିଥିବା ଜାଣି କେହି ଚେନ୍‌ ଟାଣି ଦେବା ଫଳରେ ସୁପରଫାଷ୍ଟ ଏକ୍ସପ୍ରେସ୍‌ଟି ଅଟକି ଯାଇଥିଲା। ନିଆଁ ନିଆଁ ବୋଲି ପାଟି କରି ଟ୍ରେନ୍‌ର ୧୦ ନମ୍ବର ବଗିରୁ ଯାତ୍ରୀମାନେ ତଳକୁ ପ୍ରାଣବିକଳରେ ଓହ୍ଲାଇ ପଡ଼ିଥିଲେ।

    ଉକ୍ତ ବଗିର ତଳେ ଥିବା ‘ବ୍ରେକ୍‌ ସୁ’ରୁ ଧୂଆଁ ବାହାରୁଥିବା ଦେଖି ଭୟଭୀତ ଯାତ୍ରୀମାନେ ଓହ୍ଲାଇଥିବା ବେଳେ କେତେକ ଟ୍ରେନ୍‌ ଝରକା ପଟେ ନିଜ ନିଜ ସାମଗ୍ରୀ ବଗି ଉପରକୁ ଫେପାଡ଼ି ଦେଇଥିଲେ। ରେଳ କର୍ମଚାରୀମାନେ ଟ୍ରେନ୍‌ରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ଧୂଆଁ ବାହାରୁଥିବା ସ୍ଥାନରେ ସ୍ପ୍ରେ କରିବା ପରେ ନିଆଁ ଲିଭିଥିଲା। ଭୟଭୀତ ଯାତ୍ରୀ ପୁଣି ଉକ୍ତ ଟ୍ରେନ୍‌ରେ ଚଢ଼ିବାକୁ ନାରାଜ ଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନ୍ ମ୍ୟାନେଜର୍‌ଙ୍କ ଠାରୁ ଆରମ୍ଭ କରି ସମସ୍ତ ଟିଟି, ଜିଆର୍‌ପି ଓ ଆର୍‌ପିଏଫ୍ କର୍ମଚାରୀମାନେ ବୁଝାସୁଝା କରିବା ପରେ ଯାତ୍ରୀମାନେ ପୁଣି ଟ୍ରେନ୍‌ରେ ଚଢ଼ିଥିଲେ। ଅପରାହ୍‌ଣ ପ୍ରାୟ ୧.୫୦ରେ ଟ୍ରେନ୍‌ ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

    ଯାତ୍ରୀମାନଙ୍କ ପ୍ରତିକ୍ରିୟା ମୁତାବକ, ଜଗନ୍ନାଥପୁର ଜଙ୍କସନ୍ ଅତିକ୍ରମ କରିବା ପରେ ଉକ୍ତ ବଗିର ତଳୁ ପୋଡ଼ା ଗନ୍ଧ ଆସିଥିଲା। କିନ୍ତୁ କମାପଲ୍ଲୀ ଓଭର୍‌ବ୍ରିଜ୍ ଅତିକ୍ରମ କଲା ବେଳକୁ ଧୂଆଁ ଅଧିକ ବାହାରୁଥିବା ଦେଖି କେହି ଯାତ୍ରୀ ଭୟରେ ଟ୍ରେନ୍‌କୁ ଅଟକାଇବା ପାଇଁ ଚେନ୍ ଟାଣି ଦେଇଥିଲେ। ରେଳଧାରଣାରେ ପଡ଼ିଥିବା କୌଣସି ଜରି ବସ୍ତା ଉକ୍ତ ବଗି ତଳେ ଥିବା ‘ବ୍ରେକ୍‌ ସୁ’ ସଂସ୍ପର୍ଶରେ ଆସି ପୋଡ଼ିଯିବାରୁ ଏଭଳି ଧୂଆଁ ବାହାରିଥିବା ନେଇ ରେଳବାଇ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ।

    Share. Facebook Twitter LinkedIn WhatsApp Email
    Previous Articleବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ, ଚଳିତ ବର୍ଷର ୧୨ଶ ନିକ୍ଷେପଣ
    Next Article ମଧ୍ୟବିତ୍ତଙ୍କ ଉପରେ ଚାଉଳ ଦର ମାଡ଼: ବଳକା ରାଜ୍ୟରେ ୩୩୦୦ରେ ବିକ୍ରି, ଏକାଥରେ ୭୦୦ ବୃଦ୍ଧି
    NewsLaxmi7
    • Website

    Related Posts

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

    October 3, 2023

    ରାଜନଗର: ପୋଖରୀକୁ ପଶି ଆସି ଆତଙ୍କ ସୃଷ୍ଟି କରିଥିବା ୧୪ ଫୁଟର କୁମ୍ଭୀର ଶେଷରେ ଧରା ପଡିଛି। ଦୀର୍ଘ ୫…

    କଲରାପତରିଆ ଛାଲ ଜବତ: ଜଣେ ଶିକାରୀ ଗିରଫ, ଅନ୍ୟ ଜଣେ ଫେରାର

    October 3, 2023

    ଲୋକସେବା ଭବନରେ ଲାଗିଥିବା ନିଆଁ ଆୟତ୍ତ

    October 3, 2023

    ପ୍ରଦେଶ କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ହତୋତ୍ସାହିତ ସନ୍‌ରାଇଜର୍ସ ସମ୍ମୁଖରେ ଶକ୍ତିଶାଳୀ ‌ଚେନ୍ନାଇ

    September 30, 2021

    କନ୍ଧମାଳରେ ବଢୁଛି କରୋନା ସଂକ୍ରମଣ, ୨୪ଘଣ୍ଟାରେ ୧୩ ପଜିଟିଭ୍ ଚିହ୍ନଟ

    July 22, 2022

    ସେଫ୍ ସଞ୍ଜୀବ କପୁରଙ୍କ ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ୍, Bitcoinର ଭିଡିଓ ଅପଲୋଡ କଲା ହ୍ୟାକର

    December 22, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.