ରାଜ୍ୟ

ଦିବ୍ରୁଗଡ଼-କନ୍ୟାକୁମାରୀ ସୁପରଫାଷ୍ଟ୍‌ରେ ଅଗ୍ନିକାଣ୍ଡ: ‘ବ୍ରେକ୍‌ ସୁ’ରୁ ବାହାରିଲା ଧୂଆଁ

ବ୍ରହ୍ମପୁର: ଦିବ୍ରୁଗଡ଼-କନ୍ୟାକୁମାରୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌ରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ବ୍ରହ୍ମପୁର ରେଳଷ୍ଟେସନ୍‌ରୁ ମାତ୍ର ଦେଢ଼ କିମି ଦୂର କମାପଲ୍ଲୀ ଓଭର୍‌ ବ୍ରିଜ୍ ଏବଂ ଲାଞ୍ଜିପଲ୍ଲୀ ଲେବଲ୍‌ କ୍ରସିଂ ନିକଟରେ ଏହାକୁ ଅଟକା ଯାଇଥିଲା। ଟ୍ରେନ୍‌ରେ ନିଆଁ ଲାଗିଥିବା ଜାଣି କେହି ଚେନ୍‌ ଟାଣି ଦେବା ଫଳରେ ସୁପରଫାଷ୍ଟ ଏକ୍ସପ୍ରେସ୍‌ଟି ଅଟକି ଯାଇଥିଲା। ନିଆଁ ନିଆଁ ବୋଲି ପାଟି କରି ଟ୍ରେନ୍‌ର ୧୦ ନମ୍ବର ବଗିରୁ ଯାତ୍ରୀମାନେ ତଳକୁ ପ୍ରାଣବିକଳରେ ଓହ୍ଲାଇ ପଡ଼ିଥିଲେ।

ଉକ୍ତ ବଗିର ତଳେ ଥିବା ‘ବ୍ରେକ୍‌ ସୁ’ରୁ ଧୂଆଁ ବାହାରୁଥିବା ଦେଖି ଭୟଭୀତ ଯାତ୍ରୀମାନେ ଓହ୍ଲାଇଥିବା ବେଳେ କେତେକ ଟ୍ରେନ୍‌ ଝରକା ପଟେ ନିଜ ନିଜ ସାମଗ୍ରୀ ବଗି ଉପରକୁ ଫେପାଡ଼ି ଦେଇଥିଲେ। ରେଳ କର୍ମଚାରୀମାନେ ଟ୍ରେନ୍‌ରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ଧୂଆଁ ବାହାରୁଥିବା ସ୍ଥାନରେ ସ୍ପ୍ରେ କରିବା ପରେ ନିଆଁ ଲିଭିଥିଲା। ଭୟଭୀତ ଯାତ୍ରୀ ପୁଣି ଉକ୍ତ ଟ୍ରେନ୍‌ରେ ଚଢ଼ିବାକୁ ନାରାଜ ଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନ୍ ମ୍ୟାନେଜର୍‌ଙ୍କ ଠାରୁ ଆରମ୍ଭ କରି ସମସ୍ତ ଟିଟି, ଜିଆର୍‌ପି ଓ ଆର୍‌ପିଏଫ୍ କର୍ମଚାରୀମାନେ ବୁଝାସୁଝା କରିବା ପରେ ଯାତ୍ରୀମାନେ ପୁଣି ଟ୍ରେନ୍‌ରେ ଚଢ଼ିଥିଲେ। ଅପରାହ୍‌ଣ ପ୍ରାୟ ୧.୫୦ରେ ଟ୍ରେନ୍‌ ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

ଯାତ୍ରୀମାନଙ୍କ ପ୍ରତିକ୍ରିୟା ମୁତାବକ, ଜଗନ୍ନାଥପୁର ଜଙ୍କସନ୍ ଅତିକ୍ରମ କରିବା ପରେ ଉକ୍ତ ବଗିର ତଳୁ ପୋଡ଼ା ଗନ୍ଧ ଆସିଥିଲା। କିନ୍ତୁ କମାପଲ୍ଲୀ ଓଭର୍‌ବ୍ରିଜ୍ ଅତିକ୍ରମ କଲା ବେଳକୁ ଧୂଆଁ ଅଧିକ ବାହାରୁଥିବା ଦେଖି କେହି ଯାତ୍ରୀ ଭୟରେ ଟ୍ରେନ୍‌କୁ ଅଟକାଇବା ପାଇଁ ଚେନ୍ ଟାଣି ଦେଇଥିଲେ। ରେଳଧାରଣାରେ ପଡ଼ିଥିବା କୌଣସି ଜରି ବସ୍ତା ଉକ୍ତ ବଗି ତଳେ ଥିବା ‘ବ୍ରେକ୍‌ ସୁ’ ସଂସ୍ପର୍ଶରେ ଆସି ପୋଡ଼ିଯିବାରୁ ଏଭଳି ଧୂଆଁ ବାହାରିଥିବା ନେଇ ରେଳବାଇ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।