Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Sunday, May 28
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଦିନକରେ ଦୁଇ ନିଯୁକ୍ତି ପରୀକ୍ଷା; ଚିନ୍ତାରେ ପରୀକ୍ଷାର୍ଥୀ, ଘୁଞ୍ଚାଇବାକୁ ଦାବି
    ରାଜ୍ୟ

    ଦିନକରେ ଦୁଇ ନିଯୁକ୍ତି ପରୀକ୍ଷା; ଚିନ୍ତାରେ ପରୀକ୍ଷାର୍ଥୀ, ଘୁଞ୍ଚାଇବାକୁ ଦାବି

    NewsLaxmi7By NewsLaxmi7May 12, 2023Updated:May 12, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : ଓଡ଼ିଶା ହାଇକୋର୍ଟ ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର୍‌ (ଏଏସ୍‌ଓ) ପଦରେ ନିଯୁକ୍ତି ଲାଗି ପ୍ରକ୍ରିୟା ଚାଲିଛି। ପ୍ରିଲିମନାରି ପରୀକ୍ଷା ଶେଷ ହେବା ପରେ ଏବେ ବାକି ଦୁଇଟି ସ୍ତରର ପରୀକ୍ଷା ଆସନ୍ତା ୧୩ ଓ ୧୪ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଛି। ମେ’ ୧୪ରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି) ପକ୍ଷରୁ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେ‌ଭେଲ୍‌ ରିକ୍ରୁଟ୍‌ମେଣ୍ଟ ଏକ୍ସାମିନେସନ୍‌ (ସିଜିଏଲ୍‌)ର ପ୍ରିଲିମନାରି ପରୀକ୍ଷା ସାରା ଓଡ଼ିଶାରେ ଅନୁଷ୍ଠିତ ହେବ। ଗୋଟିଏ ଦିନ ଦୁଇଟି ନିଯୁକ୍ତି ପରୀକ୍ଷା ଥିବାରୁ ଓଡ଼ିଶା ଶତାଧିକ ପ୍ରାର୍ଥୀ ଏବେ ଚିନ୍ତାରେ। କେଉଁ ପରୀକ୍ଷା ଦେବେ ଓ କେଉଁଟା ଦେବେନି, ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଏମିତିକି କିଛି ପରୀକ୍ଷାର୍ଥୀ ହାଇକୋର୍ଟ ରେଜିଷ୍ଟର୍‌ଙ୍କୁ ଭେଟି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଥିବା ଜଣାପଡ଼ିଛି।

    ସୂଚନା ଅନୁଯାୟୀ, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ଏପ୍ରିଲ ୩୦ରେ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାୟ ୧୨୫୦ ପରୀକ୍ଷାର୍ଥୀଙ୍କର କମ୍ପ୍ୟୁଟର ଆପ୍ଲିକେସନ୍‌ ଟେଷ୍ଟ(ଥିଓରି ଓ ସ୍କିଲ୍‌) ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଲାଗି ୧୦ ତାରିଖ ମଧ୍ୟାହ୍ନଠାରୁ ଇ-ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଚାଲିବ। ପ୍ରାର୍ଥୀମାନେ www.orissahighcourt.nic.in ୱେବସାଇଟ୍‌ରୁ ସେମାନଙ୍କ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ପରୀକ୍ଷା ଶେଷ ହେବା କ୍ଷଣି ସନ୍ଧ୍ୟା ସୁଦ୍ଧା କମ୍ପ୍ୟୁଟର୍‌ ଆପ୍ଲିକେସନ ଟେଷ୍ଟ(ସିଏଟି) ଫଳ ପ୍ରକାଶ କରାଯିବ। ଯେଉଁମାନେ ଏଥିରେ ଯୋଗ୍ୟବିବେଚିତ ହୋଇଥିବେ, ସେମାନେ ମେ’ ୧୪ ତାରିଖରେ ଓଡ଼ିଶା ଜୁଡିସିଆଲ୍‌ ଏକାଡେମିରେ ହେବାକୁ ଥିବା ସାକ୍ଷାତକାର (ଭାଇଭା) ପରୀକ୍ଷାରେ ଭାଗନେବେ। କେଉଁ ସମୟରେ ଭାଇଭା ହେବ, ସେନେଇ କୁହାଯାଇ ନଥିଲେ ମଧ୍ୟ ଅସଲ ଡକ୍ୟୁମେଣ୍ଟ ଯାଞ୍ଚ କରାଇବାକୁ ପ୍ରାର୍ଥୀମାନେ ସମସ୍ତ ତଥ୍ୟ ସହ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଇଛି।

    ସେହି ୧୪ ତାରିଖରେ ହିଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌ ପକ୍ଷରୁ ସିଜିଏଲ୍‌ ପ୍ରିଲିମିନାରି ପରୀକ୍ଷା ଗୋଟିଏ ସିଟିଂରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଓଏମ୍‌ଆର ସିଟ୍‌ ମାଧ୍ୟମରେ କରାଯିବ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ପରୀକ୍ଷା ହେବ। ୧୫୦ ମାର୍କର ପରୀକ୍ଷା ପାଇଁ ସକାଳ ସାଢ଼େ ୮ଟାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ରିପୋର୍ଟିଂ କରିପାରିବେ। ସାଢ଼େ ୯ଟା‌‌‌ରେ ପରୀକ୍ଷା କେନ୍ଦ୍ର ଫାଟକ ବନ୍ଦ ହେବ। ତେଣୁ ପରୀକ୍ଷାର୍ଥୀ ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି।

    ପରୀକ୍ଷାର୍ଥୀଙ୍କ କହିବା କଥା ହେଉଛି ଯେ ସିଜିଏଲ୍‌ ପ୍ରିଲିମିନାରି ପରୀକ୍ଷା ସମ୍ପର୍କରେ ପୂର୍ବରୁ ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ହେବାକୁ ଥିବା ପରୀକ୍ଷା ଲାଗି ଗତକାଲି ତାରିଖ ଘୋଷଣା ହୋଇଛି। ୧୪ ତାରିଖରେ ଯଦି ଉଭୟ ପରୀକ୍ଷା କରାଯାଏ, ତେବେ ବହୁ ମେଧାବୀ ପରୀକ୍ଷା ଦେବାକୁ ବଞ୍ଚିତ ହେବେ। ତେଣୁ ହାଇକୋର୍ଟଙ୍କ ପକ୍ଷରୁ ସଦ୍ୟତମ ଘୋଷଣା ହୋଇଥିବା ପରୀକ୍ଷା ତାରିଖକୁ ଘୁଞ୍ଚାଯାଉ। ନଚେତ ୬୦୦ରୁ ଅଧିକ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହେବେ।

    Share. Facebook Twitter LinkedIn WhatsApp Email
    Previous Articleମିସନ୍‌ ୨୦୨୪: ପାୱାର,ଠାକ୍‌ରେଙ୍କୁ ଭେଟିଲେ ନୀତୀଶ କୁମାର
    Next Article ସନାତନ କେବଳ ଶବ୍ଦ ନୁହେଁ: ପ୍ରଧାନମନ୍ତ୍ରୀ
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ସ୍ୱାସ୍ଥ୍ୟସେବା ନେଇ ହାଇକୋର୍ଟଙ୍କ ଉଦ୍‌ବେଗ, ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ

    May 22, 2022

    ସମ୍ବଲପୁର ହିଂସା ପ୍ରସଙ୍ଗ: ସଂଖ୍ୟାଗୁରୁ ସମ୍ପ୍ରଦାୟକୁ ଅପମାନିତ କରିବାକୁ ଯୋଜନା: ସୁରେଶ

    May 6, 2023

    କଟ୍‌ନି ଛଟ୍‌ନିର ଅଭିଯୋଗ ନାହିଁ

    February 23, 2023
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.